ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଅଭିଯୁକ୍ତ ଦୁଇଜଣ ହେଲେ ଜୟପୁର ସଦର ଥାନା ଅଧିନ ମାଳୀଗୁଡ଼ା ଗାଁର ବିଶ୍ୱନାଥ ମାଳୀ ଓ ଡୁମୁରି ଗୁଡ଼ା ଗାଁର ଗଙ୍ଗାଧର ଗଡ଼ବା। ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା କରାଯାଉଛି ବୋଲି କୌଣସି ସୂତ୍ରରୁ ଖବର ପାଇ ଡିଏଫ୍‌ଓ ସୁବୁଦ୍ଧି ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁଙ୍କୁ ଜଣାଇଥିଲେ। ରେଞ୍ଜର ଓ ତାଙ୍କ ଟିମ୍‌ ନବରଙ୍ଗପୁର ବ୍ଲକ ଦଶପୁର ଗ୍ରାମ୍ୟ ଜଙ୍ଗଲ ନିକଟରେ ପହଞ୍ଚିଥିଲେ। ସେଠାରେ ଦୁଇଜଣ ବ୍ୟକ୍ତି ଏକ ବ୍ୟାଗରେ ବଜ୍ରକାପ୍ତା ଧରି ଠିଆ ହୋଇ ଅନ୍ୟମାନଙ୍କ ସହିତ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ଏହି ସମୟରେ କିଣିବାକୁ ଆସିଥିବା ବ୍ୟକ୍ତି ଫେରାର ହୋଇଯାଇଥିଲେ। ବନ ବିଭାଗ କର୍ମଚାରୀମାନେ ବଜ୍ରକାପ୍ତା ଜବତ କରିବା ସହ ବିକ୍ରି କରିବାକୁ ଆଣିଥିବା ଦୁଇ ଜଣ ଯୁବକଙ୍କୁ ଧରି ରେଞ୍ଜରଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ପଚରାଉଚରା ବେଳେ ଏହାକୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିବା ଯୋଜନା ଥିଲା ବୋଲି ଅଭିଯୁକ୍ତମାନେ କରିଥିଲେ। ଏହି ଘଟଣାରେ ବଜ୍ରକାପ୍ତା, ଦୁଇଟି ମୋଟରସାଇକଲ ଜବତ କରାଯାଇଛି ଓ ଦୁଇଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛ। ତଦନ୍ତକାରୀ ଅଧିକାରୀ ଭାବେ ଏସ୍‌ଇ୍‌ଏଫ୍‌ଓ ସୁବାସ ଚନ୍ଦ୍ର ଖୁଣ୍ଟିଆ ରହିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି। ଫରେଷ୍ଟର ଲକିରାମ ମାଝୀ, ଫରେଷ୍ଟଗାର୍ଡ ଲାଲୁ ବିଶୋଇ, ଭଗବାନ ଭତରା, ସୁଧୀର ପଟ୍ଟନାୟକ, ପୂଜା ସ୍ବାଇଁ, ସ୍ନିଗ୍ଧା ରାଣୀ ବେହେରା, ଗଗନ ନିଆଲ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ଉପଯୁକ୍ତ ସୁରକ୍ଷିତ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?