ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ ଭିଡ଼ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ ୨୦୨୫ ମେ’ ୨୩ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ), ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ସମେତ ସମ୍ପୃକ୍ତ ବିଭାଗକୁ ପୃଥକ୍‌ ନିର୍ଦ୍ଦେଶନାମା ଜାରି କରିଥିଲେ।
ସେଥିମଧ୍ୟରୁ ଜଳସମ୍ପଦ ବିଭାଗ ତା’ର ନିର୍ଦ୍ଧାରିତ କାର୍ଯ୍ୟ ସମୟ ଭିତରେ କରି ସାରିଥିବା ସତ୍ତ୍ୱେ ବିଏମ୍‌ସି ୧ବର୍ଷ ଧରି ଦୟା କେନାଲରୁ ଜବରଦଖଲ ଉଚ୍ଛେଦ ସହ ଅନ୍ୟ କେତେକ ନିର୍ଦ୍ଦେଶକୁ ଚାପି ଧରି ବସିଛି। ଏହାକୁ ନେଇ ବିଏମ୍‌ସି କମିଶନରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସୁଛି। ହେଲେ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ଜବରଦଖଲମୁକ୍ତ ହୋଇନାହିଁ। ଫଳରେ ଭୁବନେଶ୍ୱର ଭିଡ଼ମୁକ୍ତ ଲକ୍ଷ୍ୟ ସାଧିତ ହୋଇପାରିନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରଙ୍ଗ-ପଟିଆ-ମଞ୍ଚେଶ୍ୱର-ପଳାଶୁଣି-ଗ୍ୟାରେଜ୍‌ ଛକ-ସୁନ୍ଦରପଦା-ଜଟଣୀ ପର୍ଯ୍ୟନ୍ତ ବର୍ତ୍ତମାନର ଦୟା ପଶ୍ଚିମ କେନାଲ ଉପରେ/ପାଖରେ ୪ ଲେନ୍‌ ରାସ୍ତା ନିର୍ମାଣକୁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିଥିଲା। ‘ଧରିତ୍ରୀ’କୁ ମିଳିଥିବା ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ବାରଙ୍ଗରୁ ପଳାଶୁଣି ପର୍ଯ୍ୟନ୍ତ କେନାଲକୁ ଖୋଲା ନାଳ ଭାବେ ରଖାଯିବ ଏବଂ ଜଳସମ୍ପଦ ବିଭାଗର ଉପଲବ୍ଧ ରାଇଟ୍‌ ଅଫ୍‌ ୱେ (ଆର୍‌ଓଡବ୍ଲ୍ୟୁ)ବ୍ୟବହାର କରି କେନାଲର ଦୁଇ ପାର୍ଶ୍ୱରେ ଦୁଇଲେନ୍‌ ରାସ୍ତା ନିର୍ମାଣ କରାଯିବ। ଭବିଷ୍ୟତରେ ୪ ଲେନ୍‌ଠାରୁ ୬ ଲେନ୍‌ କରିବା ସମୟରେ, ଅତିରିକ୍ତ ଲେନ୍‌ ପାଇଁ ଖୋଲା ଅଂଶକୁ ପାଇପରେ ଆବଦ୍ଧ ନାଳ(କଣ୍ଡୁଇଟ୍‌) ଦ୍ୱାରା ପରିବର୍ତ୍ତନ କରାଯାଇପାରିବ। ପ୍ରସ୍ତାବିତ କରିଡର କଡ଼ରେ ଥିବା ଜବରଦଖଲ ଉଚ୍ଛେଦ କରିବା ଏବଂ ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ ଲାଗି ବୈଠକରେ ଆଲୋଚନା ହୋଇଥିଲା। ଏହାର ଦାୟିତ୍ୱ ବିଏମ୍‌ସିକୁ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇ ନାହିଁ।
ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଦୟା ପଶ୍ଚିମ କେନାଲ (ବାରଙ୍ଗ-ପଟିଆ-ମଞ୍ଚେଶ୍ୱର-ପଳାଶୁଣି-ଗାରେଜ୍‌ ଛକ-ସୁନ୍ଦରପଦା-ଜଟଣୀ) ଉପରେ/ପାଖରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିସାରିଛି। ଏସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ସାଗର ମହାନ୍ତି ୨୦୨୬ ମାର୍ଚ୍ଚ ୨୪ରେ ଜଳସମ୍ପଦ ବିଭାଗକୁ ଅବଗତ କରାଇ ସାରିଛନ୍ତି। ହେଲେ ବିଏମ୍‌ସି ପକ୍ଷରୁ ଦୟାକେନାଲରୁ ହେବାକୁ ଥିବା ଜବରଦଖଲମୁକ୍ତ କେବଳ ବୈଠକରେ ସୀମିତ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର ବିଭିନ୍ନ ସମସ୍ୟାର ସମାଧାନ ଲାଗି ବିଏମ୍‌ସି ଏବଂ ବିଡିଏ ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ସରକାର ଦୀର୍ଘବର୍ଷ ଧରି ଦାୟିତ୍ୱ ଦେଇ ଆସୁଛନ୍ତି। ଏସଂକ୍ରାନ୍ତରେ ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କୁ ପ୍ରଶ୍ନ କରାଯିବାରେ ସେ ବିଏମ୍‌ସି ଡେପୁଟି କମିଶନରଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ବିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି, ଏନେଇ ବିଏମ୍‌ସି ପକ୍ଷରୁ ବୈଠକ ଅନୁଷ୍ଠିତ ହେବା ସହିତ ପ୍ରକ୍ରିୟା ଚାଲିଛି। ଦୟା କେନାଲକୁ ଉଚ୍ଛେଦ କରିବାପାଇଁ ଆଉ ୧୫ରୁ ୨୦ ଦିନ ଲାଗିବ। ତେବେ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri