Posted inଖେଳ

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)। ଗୁଜରାଟ ଟାଇଟନ୍ସ(ଜିଟି)କୁ ହରାଇ ଆର୍‌ସିବି ଟାଇଟଲ ହାସଲ କରିଛି। ଏହି ବିଜୟ ସହ ଆର୍‌ସିବି ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଟାଇଟଲ ହାତେଇଛି।

ବୋଲରଙ୍କ ଜବରଦସ୍ତ ବୋଲିଂ ପରେ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବଳରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି ଆର୍‌ସିବି। ଅନ୍ୟପକ୍ଷରେ ଗୁଜରାଟ ଦ୍ୱିତୀୟ ଥର ପାଇଁ ଆଇପିଏଲ୍‌ ଫାଇନାଲରେ ପରାଜିତ ହୋଇଛି।

ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ ବ୍ୟାଟିଂ ଆରମ୍ଭ କରିଥିଲା। କ୍ୱାଲିଫାୟର-୨ରେ ଶତକୀୟ ପାଳି ଖେଳିଥିବା ଅଧିନାୟକ ଶୁବମନ ଗିଲ ୧୦ ଓ ସାଇ ସୁଦର୍ଶନ ୧୨ ରନ କରି କ୍ରମାଗତ ଓଭରରେ ଆଉଟ୍‌ ହେବାରୁ ଗୁଜରାଟ ବ୍ୟାକଫୁଟକୁ ଚାଲି ଯାଇଥିଲା। ନଂ.୩ରେ ଆସିଥିବା ନିଶାନ୍ତ ସିନ୍ଧୁ (୨୦) ମଧ୍ୟ ବିଫଳ ହୋଇଥିଲେ। ଫଳରେ ଗୁଜରାଟ ପ୍ରଥମ ୧୦ ଓଭର ସୁଦ୍ଧା ୩ ଉଇକେଟ ହରାଇ ୬୩ ରନ କରିଥିଲା।

ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଡିଫେନ୍ସିଭ ବ୍ୟାଟିଂ କରୁଥିବା ଜୋଶ ବଟଲର(୧୯) ୧୩ତମ ଓଭରରେ ଆଉଟ୍‌ ହୋଇଥିଲେ। ଆର୍ଶଦ ଖାନ (୧୫ ରନ, ୬ ବଲ, ୨ ଛକା) ଓ ରାହୁଲ ଟଓ୍ବେଟିଆ (୭) ଆଟାକିଂ ଶଟ୍‌ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ। ଏହାପରେ ଓ୍ବାଶିଂଟନ ସୁନ୍ଦର(୫୦ ରନ, ୩୭ ବଲ, ୫ ଚୌକା) ଏକାକୀ ଦଳୀୟ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ କରିଥିଲା।

ଜବାବରେ ବିରାଟ କୋହଲି ଓ ଭେଙ୍କଟେଶ ଆୟାରଙ୍କ ଓପନିଂ ଯୋଡ଼ି ଆର୍‌ସିବିକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲା। ଦୁହେଁ ୪.୩ ଓଭରରେ ଦଳୀୟ ସ୍କୋରକୁ ୬୨ ରନରେ ପହଞ୍ଚାଇଥିଲେ। ପଞ୍ଚମ ଓଭରରେ ଭେଙ୍କଟେଶ (୩୨ ରନ, ୧୬ ବଲ, ୪ ଚୌକା ଓ ୨ ଛକା)ଙ୍କୁ ଆଉଟ୍‌ କରି ମହମ୍ମଦ ସିରାଜ ଗୁଜରାଟକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଆଣି ଦେଇଥିଲେ। ହେଲେ ଦେବଦତ୍ତ ପାଡିକଲ (୧), ଅଧିନାୟକ ରଜତ ପଟିଦାର (୧୫) ଓ କୃନାଲ ପାଣ୍ଡ୍ୟା (୧) ଫେଲ ମାରିଥିଲେ।

କୋହଲି, ଟିମ ଡେଭିଡ୍‌ଙ୍କ ସହ ୪୧ ଓ ଜିତେଶ ଶର୍ମାଙ୍କ ସହ ୨୯ ରନର ପାର୍ଟନରଶିପ କରି ଦଳକୁ ଜିତାଇଥିଲେ। ଫଳରେ ଆର୍‌ସିବି ୧୮ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କୋହଲି ୪୨ ବଲରେ ୭୫ (୯ ଚୌକା ଓ ୩ ଛକା) ରନ କରି ଅପରାଜିତ ରହିଥିଲେ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?