ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନ୍ରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ନଂ. ୨୦୮୧୭ ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ରେ ମେ’ ୩୦ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ। ସେହିପରି ଟ୍ରେନ ନଂ. ୨୦୮୧୮ ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ ମେ’ ୩୧ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ। ଟ୍ରେନ ନଂ. ୧୨୮୩୭ ହାଓଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ମେ’ ୩୦ରୁ ଜୁନ ୫ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ ବୃଦ୍ଧି କରାଯିବ। ଟ୍ରେନ ନଂ. ୧୮୦୩୯ ଶାଲିମାର-ପୁରୀ ଏକ୍ସପ୍ରେସ୍ ମେ’ ୩୧ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ। ସେହିପରି ଟ୍ରେନ ନଂ. ୧୮୦୪୫ ଶାଲିମାର-ଚାର୍ଲାପଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍ରେ ମେ’ ୩୦, ୩୧ ଏବଂ ଜୁନ୍ ୧, ୨, ୪, ୫ ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ। ଟ୍ରେନ ନଂ. ୧୮୦୬୩ ସାନ୍ତ୍ରାଗାଛି-ୟେଲହଙ୍କା ଜଙ୍କସନ୍ ଏସି ଏକ୍ସପ୍ରେସ୍ରେ ଜୁନ୍ ୪ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ। ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।

