ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର ଅଧିକ ଆବଶ୍ୟକତା ପଡ଼ୁଛି । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ଲାଷ୍ଟିକ କିମ୍ବା ପଲିମର ନୋଟ ଛାପିବା ଏବଂ ଏହାକୁ ପ୍ରଚଳନକୁ ଆଣିବା ଯୋଜନା ଉପରେ ପୁଣି ଥରେ କାମ କରିବା ଆରମ୍ଭ କରିଦେଇଛି ଏବଂ ଖୁବ ଶୀଘ୍ର ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇପାରେ । ରିଜର୍ଭ ବ୍ୟାଙ୍କର ପାଟନା ଏବଂ ମୁମ୍ବାଇରେ ହୋଇଥିବା ବୋର୍ଡ ବୈଠକରେ ପ୍ଲାଷ୍ଟିକ ନୋଟ ପ୍ରୋଜେକ୍ଟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ସୂତ୍ର ଅନୁସାରେ, ପ୍ଲାଷ୍ଟିକ ନୋଟ ଛାପିବାରେ କମ ଖର୍ଚ୍ଚ ହୋଇଥାଏ ଏବଂ ଏହି ନୋଟଗୁଡ଼ିକ ଅଧିକ ଦିନ ଟିକିଥାଏ (ଦୀର୍ଘସ୍ଥାୟୀ) । ତେଣୁ ଆରବିଆଇ (RBI) ଭାରତରେ ମଧ୍ୟ ପ୍ଲାଷ୍ଟିକ ନୋଟ ଜାରି କରିବାକୁ ଚାହୁଁଛି । ଯେହେତୁ ଭାରତ ନୂଆ ଟେକ୍ନୋଲୋଜି ଆପଣାଉଛି, ତେଣୁ ନୂଆ କରେନ୍ସି ଆପଣାଇ ଭାରତ ନିଜକୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଭାବେ ଉପସ୍ଥାପନ କରିବାକୁ ଚାହୁଁଛି । ପ୍ଲାଷ୍ଟିକ ନୋଟଗୁଡ଼ିକୁ ଏଟିଏମ (ATM) ରୁ ସହଜରେ ବାହାର କରିବା ପାଇଁ ମେଶିନଗୁଡ଼ିକୁ ଅପଗ୍ରେଡ କରିବାର ଯୋଜନା ମଧ୍ୟ ଏହି ପ୍ରୋଜେକ୍ଟରେ ସାମିଲ ଅଛି ।

ଆରବିଆଇ ଅନୁସାରେ, କାଗଜ ନୋଟ ଅଧିକ ବର୍ଷ ଚାଲିପାରେ ନାହିଁ । ସେଗୁଡ଼ିକ ମଇଳା ହୋଇଯାଏ ଏବଂ ଚିରି ମଧ୍ୟ ଯାଏ । ମଇଳା ଏବଂ ଚିରିଯିବା କାରଣରୁ ସେଗୁଡ଼ିକ ପ୍ରଚଳନରୁ ବାହାର ହୋଇଯାଏ । ଆର୍ଥିକ ବର୍ଷ ୨୦୨୪-୨୫ ରେ ପ୍ରାୟ ୨୩.୮ ଅରବ (ବିଲିୟନ) ର ନୋଟ ନଷ୍ଟ କରିବାକୁ ପଡ଼ିଥିଲା, ଯେତେବେଳେ କି ବର୍ଷ ୨୦୨୩-୨୪ ରେ ୨୧.୨୪ ଅରବର ନୋଟ ନଷ୍ଟ କରାଯାଇଥିଲା । ଏଥିରେ ସବୁଠାରୁ ଅଧିକ ୫୦୦ ଏବଂ ୧୦୦ ଟଙ୍କିଆ ନୋଟ ଥିଲା । ଏତେ ପରିମାଣର କରେନ୍ସିକୁ ପ୍ରଥମେ ଛାପିବା ଏବଂ ପରେ ନଷ୍ଟ କରିଦେବା ଦ୍ୱାରା ସରକାରୀ ଖର୍ଚ୍ଚ ବଢ଼ିଥାଏ । କାରଣ ଆର୍ଥିକ ବର୍ଷ ୨୦ Sel୪-୨୫ ରେ ନୋଟ ଛାପିବାରେ ୬୩୭୨.୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ଲାଷ୍ଟିକ ନୋଟ ଛପା ହେବା ଦ୍ୱାରା ଏହି ଖର୍ଚ୍ଚ କମିଯିବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ଲାଷ୍ଟିକ ନୋଟ ଜାରି କରିବାର ଏକ ଟ୍ରାଏଲ (ପରୀକ୍ଷଣ) ଫେଲ ମାରିଥିଲା । ବର୍ଷ ୨୦୧୨ ରେ ରିଜର୍ଭ ବ୍ୟାଙ୍କ ୧ ଅରବର ପ୍ଲାଷ୍ଟିକ ୧୦ ଟଙ୍କିଆ ନୋଟ ଜାରି କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଏଟିଏମ ମେଶିନ ଏବଂ ବ୍ୟାଙ୍କଗୁଡ଼ିକରେ ବୈଷୟିକ ସମସ୍ୟା (Technical Problem) କାରଣରୁ ଏହି ଟ୍ରାଏଲ୍କୁ ରୋକି ଦିଆଯାଇଥିଲା । କିନ୍ତୁ ଏବେ ଏଟିଏମ ମେଶିିନଗୁଡ଼ିକୁ ନୂଆ ଟୁଲ୍ସ ସହିତ ଅପଗ୍ରେଡ କରିବା ପରେ ହିଁ ନୂଆ ପ୍ଲାଷ୍ଟିକ ନୋଟ ଜାରି କରାଯିବ। ମେଶିନଗୁଡ଼ିକରେ ପ୍ଲାଷ୍ଟିକ ନୋଟ ସହ ଜଡ଼ିତ ଟୁଲ୍ସ ସାମିଲ କରିବା ପାଇଁ ସେହି ଦେଶଗୁଡ଼ିକ ସହ ଚୁକ୍ତି କରାଯାଇପାରେ, ଯେଉଁମାନେ ପୂର୍ବରୁ ହିଁ ପ୍ଲାଷ୍ଟିକ ନୋଟ ବ୍ୟବହାର କରୁଛନ୍ତି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?