ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ ଅଫିସରେ ଦିନରାତି ଏୟାର କଣ୍ଡିସନର (AC) ଚଲାଉଛନ୍ତି। ଅନେକ ସମୟରେ ଲୋକମାନେ କାମ ସରିବା ପରେ ମଧ୍ୟ AC ବନ୍ଦ କରିବାକୁ ଭୁଲିଯାଆନ୍ତି କିମ୍ୱା ଅନବରତ ୨୪ ଘଣ୍ଟା ଏହାକୁ ଚାଲୁ ରଖନ୍ତି। ମାତ୍ର ଆପଣଙ୍କର ଏହି ସାମାନ୍ୟ ଅସାବଧାନତା କେତେ ଭୟଙ୍କର ସାଜିପାରେ, ତାହା ହୁଏତ ଆପଣ କଳ୍ପନା କରିନଥିବେ। ବିଭିନ୍ନ ସ୍ଥାନରୁ ଆସୁଥିବା AC ବ୍ଲାଷ୍ଟ କିମ୍ୱା ନିଆଁ ଲାଗିବା ଘଟଣା ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଲଗାତାର AC ଚଲାଇଲେ କଣ ବ୍ଲାଷ୍ଟ ହୁଏ?
ଆଇନ ଓ ବୈଷୟିକ ବିଶେଷଜ୍ଞଙ୍କ ମତରେ, ଆଧୁନିକ AC ଗୁଡ଼ିକରେ ‘ଥର୍ମୋଷ୍ଟାଟ’ (Thermostat) ଲାଗିଥାଏ, ଯାହା ଘରର ତାପମାତ୍ରା ସେଟ ହେବା ପରେ କମ୍ପ୍ରେସରକୁ ଅଟୋ-କଟ (Auto-cut) କରିଦିଏ। ତେଣୁ ଭଲ ସ୍ଥିତିରେ ଥିବା AC ଲଗାତାର ଚାଲିଲେ ଫାଟିନଥାଏ। ମାତ୍ର ଯଦି AC ଟି ପୁରୁଣା ହୋଇଥାଏ, ଏହାର ସଠିକ ମେଣ୍ଟେନାନ୍ସ ହୋଇନଥାଏ କିମ୍ୱା ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ଥାଏ, ତେବେ ୨୪ ଘଣ୍ଟା ଚାଲିବା ଦ୍ୱାରା ଏହା ନିଶ୍ଚିତ ଭାବେ ଏକ ବଡ଼ ଦୁର୍ଘଟଣାର କାରଣ ସାଜିପାରେ।

AC ବ୍ଲାଷ୍ଟ ହେବାର ୩ଟି ମୁଖ୍ୟ କାରଣ:
ସର୍ଭିସିଂ ନକରିବା (Dirty Filters & Coils):ଅନେକ ଲୋକ ପ୍ରାୟ ୬ ରୁ ୭ ମାସ ଧରି ବନ୍ଦ ଥିବା AC କୁ ଗରମ ଦିନ ଆସିବା ମାତ୍ରେ ବିନା ସର୍ଭିସିଂରେ ଚଲାଇ ଦିଅନ୍ତି। ଏହା ସବୁଠାରୁ ବଡ଼ ଭୁଲ। ଭିତରେ ଜମି ରହିଥିବା ଧୂଳିମଳି ଯୋଗୁଁ ଏୟାର-ଫ୍ଲୋ ବାଧାପ୍ରାପ୍ତ ହୁଏ ଏବଂ କମ୍ପ୍ରେସର ଉପରେ ଦୁଇଗୁଣ ଚାପ ପଡ଼େ। ଫଳରେ କମ୍ପ୍ରେସର ଅତ୍ୟଧିକ ଗରମ (Overheating) ହୋଇ ବ୍ଲାଷ୍ଟ ହୋଇଯାଏ।

ଦୁର୍ୱଳ ୱାୟରିଂ ଏବଂ ଶର୍ଟ ସର୍କିଟ (Poor Wiring): AC ଚାଲିବା ପାଇଁ ଅଧିକ ପାୱାର୍‌ ବା ବିଦ୍ୟୁତ ଆବଶ୍ୟକ ହୋଇଥାଏ। ଲୋକମାନେ ୧.୫ କିମ୍ୱା ୨ ଟନର ଭାରି AC ତ ଲଗାଇ ଦିଅନ୍ତି, କିନ୍ତୁ ଘରର ପୁରୁଣା ଓ ଦୁର୍ୱଳ ତାର ବଦଳାନ୍ତି ନାହିଁ। ଅଧିକ ସମୟ AC ଚାଲିବା ଦ୍ୱାରା ତାର ଗରମ ହୋଇ ତରଳିଯାଏ ଏବଂ ଶର୍ଟ ସର୍କିଟ ହୁଏ। AC ଫାଟିବାର ୯୦ ପ୍ରତିଶତ କାରଣ ହେଉଛି ଶର୍ଟ ସର୍କିଟ।

ଆଉଟଡୋର ୟୁନିଟ୍ରେ ସମସ୍ୟା ଏବଂ ଗ୍ୟାସ ଲିକେଜ: AC ର ବାହାରେ ଥିବା ଆଉଟଡୋର ୟୁନଟର କାମ ହେଉଛି ଭିତରର ଗରମକୁ ବାହାରକୁ ଫିଙ୍ଗିବା। ଯଦି ଆଉଟଡୋର ୟୁନିଟକୁ କୌଣସି ବନ୍ଦ ବାଲକୋନି କିମ୍ୱା ଅଣଓସାରିଆ ଜାଗାରେ ରଖାଯାଏ, ତେବେ ସେ ନିଜ ଗରମକୁ ପୁଣି ଶୋଷିବାକୁ ଲାଗେ। ଏହା ସହିତ ଯଦି ଗ୍ୟାସ ଲିକେଜ ଥାଏ, ତେବେ ଗ୍ୟାସ ପାଇନର ପ୍ରେସର ବଢ଼ିଯାଇ ତାହା ବୋମା ଭଳି ଫାଟିଯାଏ।

– ଗରମ ଦିନ ଆରମ୍ଭ ହେବା ପୂର୍ୱରୁ ଏବଂ ଅନ୍ତତଃ ପକ୍ଷେ ବର୍ଷକୁ ଦୁଇଥର ଅଭିଜ୍ଞ ଟେକ୍ନିସିଆନ ଦ୍ୱାରା AC ର ସର୍ଭିସିଂ କରାନ୍ତୁ।
– AC କୁ ଲଗାତାର ୧୫-୨୦ ଘଣ୍ଟା ଚଲାଇବା ପରିବର୍ତ୍ତେ ମଝିରେ ମଝିରେ ୧ ରୁ ୨ ଘଣ୍ଟା ପାଇଁ ବନ୍ଦ ରଖନ୍ତୁ, ଯାହାଦ୍ୱାରା ମେସିନ ଥଣ୍ଡା ହୋଇପାରିବ।
– AC କୁ ଅତ୍ୟଧିକ କମ (ଯେପରିକି ୧୬ କିମ୍ୱା ୧୮ ଡିଗ୍ରୀ) ରେ ନଚଲାଇ ୨୪ ରୁ ୨୬ ଡିଗ୍ରୀ ମଧ୍ୟରେ ଚଲାନ୍ତୁ। ଏହା ଦ୍ୱାରା କମ୍ପ୍ରେସର ଉପରେ ଚାପ କମ ପଡ଼େ ଏବଂ ବିଦ୍ୟୁତ ବିଲ ମଧ୍ୟ ବଞ୍ଚିଥାଏ।
-AC ପାଇଁ ସର୍ୱଦା ଉପଯୁକ୍ତ ମୋଟା ତାର (Heavy Wiring) ଏବଂ ଭଲ କ୍ୱାଲିଟିର MCB ସୁଇଚ ବ୍ୟବହାର କରନ୍ତୁ।
-ଯଦି AC ରୁ କୌଣସି ପୋଡ଼ା ଗନ୍ଧ ଆସେ, ଅଜବ ଘଡ଼ଘଡ଼ ଶବ୍ଦ ହୁଏ କିମ୍ୱା ହଠାତ୍ ଥଣ୍ଡା ପବନ ବଦଳରେ ଗରମ ପବନ ଆସେ, ତେବେ ତୁରନ୍ତ ମେନ ସୁଇଚ ବନ୍ଦ କରି ଟେକ୍ନିସିଆନଙ୍କୁ ଡକାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri