କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ ଧକ୍କା ହୋଇଥିଲା । ବି.ଆଦିକନ୍ଦପୁର ଗ୍ରାମର ଚାଷୀ ବାଳକୃଷ୍ଣ ପ୍ରଧାନ(୫୬) ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ବାଳକୃଷ୍ଣଙ୍କ ପୁଅ ଜିତେନ୍ଦ୍ର ରବିବାର ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୫୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।

ଶୁକ୍ରବାର ସକାଳ ପ୍ରାୟ ୮ ଟାରେ ବାଳକୃଷ୍ଣ କ୍ଷୀର ବିକ୍ରି କରି ବାଇକରେ ଗାଁକୁ ଫେରୁଥିବା ବେଳେ ଏକ ବୁଲେଟ ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି । ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନା ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରିବା ସହ ସେଠାରେ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri