ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌, କୀଟାଣୁ ଓ ସବୁଠାରୁ ଅଧିକ ଭୂତାଣୁ ସଂକ୍ରମଣ ହୋଇଥାଏ। ଜୀବାଣୁ ଯେପରି ଗ୍ରାମ ପଜିଟିଭ, ଗ୍ରାମ ନେଗେଟିଭ ଅଟନ୍ତି; ଭୂତାଣୁ (ସବୁଠାରୁ କ୍ଷୁଦ୍ର ଜୀବ ନାନୋମିଟରରେ ମପାଯାଏ) ସେହିପରି ମୁଖ୍ୟତଃ ଡିଏନ୍‌ଏ କିମ୍ବା ଆରଏନ୍‌ଏରେ ହୋଇଥାଆନ୍ତି।
ଇବୋଲା ସେହିପରି ଏକ ଭୂତାଣୁ, ଯାହା ମଣିଷ ଓ କେତେକ ପ୍ରାଣୀଙ୍କୁ ଯଥା- ଫଳଭକ୍ଷୀ ବାଦୁଡ଼ି, ମାଙ୍କଡ଼ ଓ ଏପ୍‌ ପ୍ରଜାତି, ଆଣ୍ଟିଲୋପ୍‌ମାନଙ୍କୁ ସଂକ୍ରମିତ ହୋଇଥାଏ। ଏହା ଫାଇଲୋଭାଇରିଡି ଫ୍ୟାମିଲି, ଅର୍ଥୋଇବାଲୋ ସ୍ପେସସ୍‌ର ଚାରିଗୋଟି ପ୍ରକାର ଭୂତାଣୁ ଯଥା-ଯାଇରେ, ସୁଦାନ, ତାଇ ଜଙ୍ଗଲ ଓ ବୁଣ୍ଡିବ୍ୟୋଗୋ ଭୂତାଣୁ ଦ୍ୱାରା ହୋଇଥାଏ।
ଇବୋଲା ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହୋଇ ନ ଥାଏ। ଶରୀରର ବିଭିନ୍ନ ତରଳ ପଦାର୍ଥ ମାଧ୍ୟମରେ ଏହା ବ୍ୟାପିଥାଏ। ଲାଳ, ଝାଳ, ଧାତୁ, ମଳ, ମୂତ୍ର, କ୍ଷୀର, ଗର୍ଭାଶୟ ଜଳ ସହ ଯୌନ ସମ୍ପର୍କ ଦ୍ୱାରା ହେଉଥିବା ବେଳେ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି ଓ ଶଲ୍ୟ ଚିକିତ୍ସା ଉପକରଣ ଦ୍ୱାରା ମଧ୍ୟ ବ୍ୟାପିଥାଏ। ଅନ୍ୟପକ୍ଷରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ରହିବା ବା ତା’ ନିକଟକୁ ଯିବାଆସିବା ଦ୍ୱାରା ହୁଏ। ସଂକ୍ରମଣର ଦୁଇ ଦିନଠାରୁ ତିନି ସପ୍ତାହ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ।
ସାଧାରଣତଃ ଇବୋଲା ସଂକ୍ରମଣ ଆମ ଦେଶରେ ନାହିଁ। ମାତ୍ର ଅନ୍ୟ କେତେକ ଦେଶରେ ଏହା ଗୁରୁତର ହୋଇଛି ଏବଂ ସଂକ୍ରମିତ ରୋଗୀମାନଙ୍କ ମଧ୍ୟରୁ ମାତ୍ର ୫୦% ବା ଅଧା ଲୋକଙ୍କୁ ଚିକିତ୍ସା ଦ୍ୱାରା ବଞ୍ଚାଇ ଦିଆଯାଇପାରିଛି। ଏହା ଉପ-ସାହାରା ଆଫ୍ରିକୀୟ ଦେଶ କଙ୍ଗୋ, ସୁଦାନ ଇତ୍ୟାଦିରେ ହୋଇଥାଏ। ଏକଦା ଏହି ମହାମାରୀରେ ୨୯୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆମ ଦେଶ ଓ ରାଜ୍ୟରେ ଭୂତାଣୁଜନିତ ରୋଗ ନ ହେବା ପାଇଁ ନିଆଯାଉଥିବା ପଦକ୍ଷେପ ‘ଇବୋଲା’ ପାଇଁ ମଧ୍ୟ ପ୍ରତିଷେଧକ ଅଟେ।
ଲକ୍ଷଣ: ସାଧାରଣତଃ ଇବୋଲା ପୀଡ଼ିତ ବ୍ୟକ୍ତିମାନଙ୍କଠାରେ ନିମ୍ନଲିଖିତ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରାଥମିକ ଲକ୍ଷଣ ସ୍ବରୂପ ଜ୍ୱର, କମ୍ପ, ଅତ୍ୟନ୍ତ ଦୁର୍ବଳତା, ମାଂସପେଶୀୟ ଯନ୍ତ୍ରଣା, ଅତ୍ୟଧିକ ମୁଣ୍ଡବିନ୍ଧା ଓ ଗଳା ଦରଜ ହୋଇଥାଏ। ଏହି ସଂକ୍ରମଣ କ୍ରମଶଃ ଅଧିକ ହେଲେ ବାନ୍ତି, ପତଳା ଝାଡ଼ା, ଦେହସାରା ଲାଲ୍‌ ଲାଲ୍‌ ଫଳିଯିବା, କିଡ୍‌ନୀ ଏବଂ ଲିଭର କାର୍ଯ୍ୟହୀନତା, ବାହ୍ୟ ଓ ଆଭ୍ୟନ୍ତରୀଣ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଏହା ଅନ୍ୟାନ୍ୟ ଭୂତାଣୁ ରୋଗ ଯଥା- ଡେଙ୍ଗୁ ପରି ହୋଇଥାଏ। ସ୍ଥଳ ବିଶେଷରେ ଗୁରୁତର ଅବସ୍ଥାରେ ଜୀବନହାନି ଘଟିଥାଏ।
ଏହାର ନିର୍ଣ୍ଣୟ ଲକ୍ଷଣରୁ ଅନ୍ୟମାନଙ୍କୁ ସଂକ୍ରମଣ ହେଉଥିଲେ ତାହା ଆଶଙ୍କା କରାଯାଇଥାଏ। ପିସିଆର୍‌ ପରୀକ୍ଷା ମଧ୍ୟ ଏଥିରେ ସାହାଯ୍ୟ କରିଥାଏ। ଏହାର ଚିକିତ୍ସା ‘ବୋଙ୍ଗା’ ନାମକ ମନୋକ୍ଲାନାଲ ଆଣ୍ଟିବଡି ଓ ‘ଇନ୍‌ମାଜେବ’ ନାମକ ତିନିଟିକିଆ ଆଣ୍ଟିବଡି ଦ୍ୱାରା ହୋଇଥାଏ। ଏହାସହିତ ସାଲାଇନ୍‌, ଅମ୍ଳଜାନ, ରକ୍ତଚାପ ବୃଦ୍ଧି ପାଇଁ ଔଷଧ ଓ ସ୍ଥଳ ବିଶେଷରେ ପାରାସିଟାମଲ ଓ ଭିଟାମିନ୍‌ର ଉପଯୋଗ କରାଯାଇଥାଏ।
ଏଥିଲାଗି ‘ରେଭେବୋ’ ନାମକ ଫଳପ୍ରଦ ଟିକା ମଧ୍ୟ ବାହାରିଛି। ମାତ୍ର ସ୍ବାସ୍ଥ୍ୟରକ୍ଷାର ସମସ୍ତ ପଦକ୍ଷେପ ଓ କୋଭିଡ୍‌ ବେଳର ସମସ୍ତ ସତର୍କତା ଏହା ପାଇଁ ମଧ୍ୟ ପ୍ରଯୁଜ୍ୟ। ଯଦିଓ ଏହା ଆମ ରାଜ୍ୟରେ ଓ ଦେଶରେ ହେବାର ଆଶଙ୍କା ଅତି କ୍ଷୀଣ, ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ।
ଡା. ରାମଚନ୍ଦ୍ର ରାଉତ
– ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ: ୮୨୪୯୦୮୭୯୯୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?