Posted inଖେଳ

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ ୬-୪ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏଥିଯୋଗୁ ସେ ଜାତୀୟ ଦଳକୁ ଫେରିବାରେ ବିଫଳ ହୋଇଛନ୍ତି।

”ମୁଁ ପରାଜିତ ହୋଇଥିବା ଭଳି ଅନୁଭବ କରୁନାହିଁ। ମୁଁ ପୂରା ବ୍ୟବସ୍ଥା ସହ ଲଢ଼ୁଥିଲି। ଆମକୁ ପ୍ରତ୍ୟେକ ପଏଣ୍ଟ ପାଇଁ ଲଢ଼େଇ କରିବାକୁ ପଡ଼ିଥିଲା। ମୋତେ ଏକ ଉଚିତ ମ୍ୟାଚ୍‌ ଦିଆଗଲା ନାହିଁ। ମୋ ସହିତ ଲଢ଼େଇ କରିଥିବା ରେସଲରଙ୍କ ପ୍ରତି ମୁଁ କ୍ରୋଧିତ ନୁହେଁ। ସେମାନେ ବି ମୋ ବିପକ୍ଷରେ ଲଢ଼ିବାକୁ ସ୍ବପ୍ନ ଦେଖିଛନ୍ତି। ମୁଁ ଫେରିବି“ ବୋଲି ଭିନେଶ ଭେନ୍ୟୁ ଛାଡ଼ିବା ପୂର୍ବରୁ କହିଛନ୍ତି।

ଅଲିମ୍ପିକ୍‌ ଫାଇନାଲରୁ ଅଯୋଗ୍ୟ ହେବା ପରେ ପ୍ରଥମ ଥର ପାଇଁ ମ୍ୟାଚ୍‌କୁ ଫେରୁଥିବା ଭିନେଶଙ୍କୁ ରବିବାର ଅନେକ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଓଜନ ମାପ କରାଗଲା ବେଳେ ଭିନେଶଙ୍କୁ କେବଳ ୫୦ କେଜି କାଟେଗୋରିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇଥିଲା। କାରଣ ଏହି କାଟେଗୋରିରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଡବ୍ଲ୍ୟୁଏଫ୍‌ଆଇର ନିଷ୍ପତ୍ତିକୁ ଭିନେଶ କଡ଼ା ପ୍ରତିବାଦ କରିବା ସହ ଫେଡେରେଶନ ବିରୋଧରେ ଭେଦଭାବ ଅଭିଯୋଗ ଆଣିଥିଲେ। ଏଥିଯୋଗୁ ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂଙ୍କ ହସ୍ତକ୍ଷେପ ପରେ ତାଙ୍କୁ ୫୩ କେଜି ଟ୍ରାଏଲ୍ସରେ ଭାଗ ନେବାକୁ ଅନୁମତି ମିଳିଥିଲା।

୫୩.୯ କେଜି ଓଜନ ହେବା ପରେ ଭିନେଶ ପ୍ରଥମ ମୁକାବିଲାରେ ଜ୍ୟୋତିଙ୍କୁ ୭-୧ରେ ହରାଇଥିଲେ। କ୍ୱାର୍ଟର ଫାଇନାଲରେ ଭିନେଶ ପ୍ରଥମାର୍ଦ୍ଧରେ ୦-୫ ବ୍ୟବଧାନରେ ନିଶଙ୍କଙ୍କଠାରୁ ପଛରେ ଥିଲେ। ହେଲେ ସ୍କୋରିଂ ସିଷ୍ଟମରେ ସମସ୍ୟା ଓ ଉଭୟ ରେସଲରଙ୍କ ଚ୍ୟାଲେଞ୍ଜ କାରଣରୁ ଏହି ମୁକାବିଲା ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଦର୍ଶକଙ୍କ କରତାଳି ମଧ୍ୟରେ ଭିନେଶ ନିଜ ଦକ୍ଷତା ଓ ଅଭିଜ୍ଞତା ପ୍ରଦର୍ଶିତ କରି ମୁକାବିଲାକୁ ୭-୬ରେ ଜିତି ନେଇଥିଲେ। ହେଲେ ମୀନାକ୍ଷୀଙ୍କ ବିପକ୍ଷ ସେମିଫାଇନାଲରେ ଭିନେଶ ତାଙ୍କର ପୁରୁଣା ତୀବ୍ରତା ବଜାୟ ରଖିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି…

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri