ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସାନିଟାରୀୱେର୍ ବ୍ରାଣ୍ଡ ‘ହିନ୍ଦୱେର୍’ (Hindware) ଦ୍ୱାରା ଦାୟର କରାଯାଇଥିବା ଏହି ମାମଲାରେ କୋର୍ଟଙ୍କ ଏହି ନିଷ୍ପତ୍ତି ଭାରତରେ ଡିଜିଟାଲ୍ ବିଜ୍ଞାପନ ଦୁନିଆର ନିୟମକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ।

ଏହି ବିବାଦ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା। ହିନ୍ଦୱେର୍ କମ୍ପାନୀ ଅଭିଯୋଗ କରିଥିଲା ଯେ, ତାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ (Grohe ଓ Cera) ଗୁଗଲ ଆଡ୍ସ (Google Ads) ଜରିଆରେ ‘Hindware’ ଶବ୍ଦକୁ ଏକ କୀୱର୍ଡ (Keyword) ଭାବେ କିଣିଥିଲେ। ଏହାଦ୍ୱାରା ଯେତେବେଳେ କୌଣସି ଗ୍ରାହକ ଗୁଗଲରେ ‘Hindware’ ସର୍ଚ୍ଚ କରୁଥିଲେ, ସେତେବେଳେ ସର୍ବପ୍ରଥମେ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକର ବିଜ୍ଞାପନ ଦେଖାଯାଉଥିଲା।

ହିନ୍ଦୱେର୍ର କହିବା କଥା ଥିଲା ଯେ, ଏହା ସେମାନଙ୍କର ପଞ୍ଜୀକୃତ ଟ୍ରେଡମାର୍କର ଅବୈଧ ବ୍ୟବହାର ଏବଂ ଏହା ଗ୍ରାହକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛି। ପରବର୍ତ୍ତୀ ସମୟରେ ଅନ୍ୟ କମ୍ପାନୀଗୁଡ଼ିକ ସହ ବୁଝାମଣା ହୋଇଯାଇଥିଲେ ମଧ୍ୟ ଗୁଗଲ ବିରୋଧରେ ଆଇନଗତ ଲଢ଼େଇ ଜାରି ରହିଥିଲା, ଯେଉଁଥିରେ ଏବେ ଗୁଗଲର ପରାଜୟ ହୋଇଛି।

ଗୁଗଲ ନିଜର ବିଜ୍ଞାପନ ପ୍ଲାଟଫର୍ମ ଜରିଆରେ କମ୍ପାନୀଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ  ‘କୀୱର୍ଡ’ କିଣିବାର ସୁବିଧା ଦେଇଥାଏ। ଯଦି କୌଣସି କମ୍ପାନୀ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀର ନାଁକୁ କୀୱର୍ଡ ଭାବେ କିଣିନିଏ, ତେବେ ସେହି ପ୍ରସିଦ୍ଧ ବ୍ରାଣ୍ଡକୁ ଖୋଜୁଥିବା ୟୁଜରଙ୍କୁ ଅନ୍ୟ କମ୍ପାନୀର ବିଜ୍ଞାପନ ସର୍ଚ୍ଚ ରେଜଲ୍ଟର ସବୁଠାରୁ ଉପରେ ଦେଖାଯାଏ।

ଗୁଗଲ କୋର୍ଟରେ ନିଜର ପକ୍ଷ ରଖି କହିଥିଲା ଯେ, କୀୱର୍ଡଗୁଡ଼ିକ କେବଳ ବ୍ୟାକଏଣ୍ଡ୍ (Backend System) ରେ ବ୍ୟବହାର ହୁଏ ଏବଂ ଏହାକୁ ୟୁଜର ସିଧାସଳଖ ଦେଖିପାରନ୍ତି ନାହିଁ। ତେଣୁ ଏହାକୁ ଟ୍ରେଡମାର୍କର ଉଲ୍ଲଂଘନ କୁହାଯାଇପାରିବ ନାହିଁ।

ତେବେ ଦିଲ୍ଲୀ ହାଇକୋର୍ଟ ଗୁଗଲର ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଗୁଗଲ ଅନ୍ୟ ବ୍ରାଣ୍ଡର ଲୋକପ୍ରିୟତା ଓ ପ୍ରତିଷ୍ଠାର ବ୍ୟବସାୟିକ ଫାଇଦା ଉଠାଉଛି। ଅନ୍ୟର ଟ୍ରେଡମାର୍କକୁ ନିଲାମ କରି ଗୁଗଲ ରୋଜଗାର କରୁଛି, ଯାହାକୁ କୋର୍ଟ ‘ଫ୍ରି-ରାଇଡିଂ’ (Free-riding) ବୋଲି ଅଭିହିତ କରିଛନ୍ତି।

ଗୁଗଲକୁ ‘Hindware’ ଏବଂ ତାହା ସହ ଜଡ଼ିତ ଶବ୍ଦଗୁଡ଼ିକୁ ବିଜ୍ଞାପନ କୀୱର୍ଡ ଭାବେ ବ୍ୟବହାର କରିବା ଉପରେ କୋର୍ଟ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି। ଏହି ନିଷ୍ପତ୍ତି କେବଳ ଏକ ଜରିମାନା ନୁହେଁ, ବରଂ ଭବିଷ୍ୟତରେ କୌଣସି କମ୍ପାନୀ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ ବ୍ରାଣ୍ଡର ନାଁ ବ୍ୟବହାର କରି ଅନଲାଇନ୍ ବିଜ୍ଞାପନ ଚଲାଇବା କଷ୍ଟକର ହେବ। ଏହାଦ୍ୱାରା ଡିଜିଟାଲ୍ ଦୁନିଆରେ ବ୍ରାଣ୍ଡଗୁଡ଼ିକର ଟ୍ରେଡମାର୍କ ଅଧିକ ସୁରକ୍ଷିତ ରହିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?