ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ କରାଯିବ। ନୂଆ ସଫ୍ଟଓୟାର ଲାଗୁ ହେବାରୁ ଗତ ଦୁଇ ମାସ ଧରି ଭତ୍ତା ପ୍ରଦାନରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ କରି ଯେଉଁମାନେ ଅନଲାଇନ୍‌ ମାଧ୍ୟମରେ ଭତ୍ତା ପାଉଛନ୍ତି, ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି।

ଅନ୍ୟପଟେ, ଯେଉଁମାନେ କ୍ୟାଶ୍‌ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କୁ ଏପରି ସମସ୍ୟା ସାମ୍ନା କରିବାକୁ ପଡ଼ିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନମୋହନ ସାମଲ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ପକ୍ଷରୁ ନୂଆ ସଫ୍ଟଓୟାର ଡେଭଲପ୍‌ କାମ ଚାଲିଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଯୁଗ୍ମ ଭାବେ ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ, ଯେଉଁମାନେ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଏକକାଳୀନ ଭାବେ ଟଙ୍କା ପ୍ରଦାନ କରାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri