ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ଭକ୍ତ ଦାସ

ଭବାନୀପାଟଣା,୩ା୧୦(ଡି.ଏନ.ଏ.): ଆଉ ମୁଁ ଲୋକ ସଭା ନିର୍ବାଚନ ଲଢିବି ନାହିଁ। ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଅଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ ସଂଗ୍ରାମ କରିବି ବୋଲି ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସ କହିଛନ୍ତି। ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଲେ, ପଶ୍ଚିମ ଓଡିଶାରେ ଆଞ୍ଚଳିକ ବୈଷମ୍ୟ ଦେଖାଦେଇଛି। ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର ରାଜଧାନୀ ଓ କେବିକେ ବିକାଶ ପରିଷଦ ଗଠନ କରିବା ପାଇଁ ମୁଁ ଦାବି କରୁଛି।
କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଗତ ୧୪ ତାରିଖରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ। ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ଭକ୍ତ ଏହି ଅବସରରେ ଦାବି କରିଥିଲେ। ସେ କହିଲେ, ଯଦି ଏଭଳି ଜଘନ୍ୟକାଣ୍ଡର ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦିଆ ନ ଯାଏ, ତା’ହେଲେ ସମାଜରେ ଏଭଳି ଘଟଣା ବାରମ୍ବାର ଘଟୁଥିବ। ହିଂସ୍ର ଏବଂ ଅମାନବୀୟ କାର୍ଯ୍ୟରେ ଲିପ୍ତଥିବା ଅଭିଯୁକ୍ତଙ୍କୁ ଉପଯୁକ୍ତ ଶାସ୍ତି ନ ଦେଲେ ସମାଜରେ ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେବ। ତେଣୁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଦାସ ଆହ୍ବାନ କରିଥିଲେ। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ଭକ୍ତ କହିଥିଲେ, ଆଞ୍ଚଳିକ ବୈଷମ୍ୟ ପାଇଁ କୋଶଳ ଆନ୍ଦୋଳନ ଦୀର୍ଘବର୍ଷ ଧରି ଚାଲିଛି। ଆଞ୍ଚଳିକ ବୈଷମ୍ୟ ଦୂର କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ। ଏହି ଖବରଦାତା ସମ୍ମିଳନୀରେ କଂଗ୍ରେସ ଜିଲା ସଭାପତି ଭାରତ ଭୂଷଣ ବେମାଲ, ରାଜ୍ୟ ଛାତ୍ର କଂଗ୍ରେସର ମହମ୍ମଦ ମହସିନ୍‌, ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାଣିକ୍ୟ ସୁନା, ଜିଲା ଆଦିବାସୀ ସେଲର ସଭାପତି ପରମାନନ୍ଦ ମାଝି, ସାଧାରଣ ସମ୍ପାଦକ ଉତ୍ସବ ସାହୁ, ଅନୱର ଭାରତୀ, ସିଦ୍ଧାର୍ଥ ନାୟକ, ତ୍ରିଲୋଚନ ପାଣିଗ୍ରାହୀ, ନିମାଞ୍ଚଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri