କୋଲେଷ୍ଟରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ ଗାଜର ଜୁସ୍‌

ଗାଜର ଖାଇବା ସ୍ବାସ୍ଥ୍ୟପ୍ରତି ବେଶ୍‌ ହିତକର। କିନ୍ତୁ ଶରୀର ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଏଥିରୁ ପ୍ରସ୍ତୁତ ଜୁସ୍‌। ନିୟମିତ ରୂପେ ଗାଜର ଜୁସ୍‌ ସେବନ ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାମ କରିବା ପରେ ଅଧିକ ଥକ୍କା ଲାଗୁଥିଲେ, ସକାଳୁ ଖାଲିପେଟରେ ଅଧ ଗ୍ଲାସ୍‌ ଗାଜର ଜୁସ୍‌ରେ ପାଳଙ୍ଗ ରସ, ଭଜା ଜିରା ଏବଂ କଳା ଲୁଣ ମିଶାଇ ସେବନ କଲେ ସତେଜ ଲାଗିଥାଏ। ସାରାଦିନ ଶରୀରକୁ ଶକ୍ତି ମିଳିଥାଏ। ଏହାଛଡ଼ା ଯଦି ନିୟମିତ ରୂପେ ଗାଜର ଜୁସ୍‌ ସେବନ କରାଯାଏ, ତେବେ ଶରୀର ଭିତରୁ ଉଷୁମ୍‌ ରହିଥାଏ। ଏମିତିକି କୋହଲା ପବନ ଯୋଗୁ ଆପଣଙ୍କୁ ଥଣ୍ଡା କି କାଶ ହେବାର ସମ୍ଭାବନା ନଥାଏ। ଗାଜର ରସରେ କିଛି କଳା ଲୁଣ ପକାଇ ପିଇଲେ ଥଣ୍ଡା, କାଶ, ଜ୍ୱର ଓ କଫ ସମସ୍ୟା ଠିକ୍‌ ହୋଇଯାଏ। କେବଳ ସେତିକି ନୁହେଁ, ପେଟ ପାଇଁ ଗାଜର ବେଶ୍‌ ଉପକାରୀ। ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ, ନିୟମିତ ଗାଜର ଜୁସ୍‌ରେ ଲେମ୍ବୁ ରସ ଓ ପାଳଙ୍ଗ ରସ ମିଶାଇ ପିଇବା ଭଲ। ଗାଜରରେ ଭରପୂର୍‌ ମାତ୍ରାରେ କ୍ୟାଲ୍‌ସିୟମ୍‌, ଫାଇବର୍‌, ଭିଟାମିନ୍‌ ଏ, ବି, ଓ ସି ମହଜୁଦ୍‌ ରହିଛି, ଯାହା କୋଲେଷ୍ଟରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri