ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା,୧୭।୯(ଡି.ଏନ.ଏ.)
ଏକତା ପରିଷଦ କଳାହାଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ଏସ୍‌ଏନ୍‌ କନଫ୍ରେନ୍ସ ହଲ୍‌ଠାରେ ୨ ଦିନିଆ ଆଞ୍ଚଳିକ ଯୁବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ ବରିଷ୍ଠ ଗବେଶକ ଉମାଶଙ୍କର କର ଓ ଉକ୍‌ତା ପରିସଦ ରାଜ୍ୟ ଶାଖା ଆବାହକ ଭାରତ ଭୂଷଣ ଠାକୁର ଉଦ୍‌ଘାଟନ କରିଥିଲେ। ଏଥିରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲାରୁ ପ୍ରାୟ ୫୦ ଜଣ ଯୁବତୀଯୁବକ ଓ ଏକତା ପରିଷଦର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇଚନ୍ତି। ଏହି ଶିବିର ଦୁଇଦିନ ଧରି ଚାଲିବ। ଯୁବପିଢୀଙ୍କ ଭିତରେ ନେତୃତ୍ୱର ବିକାଶ, ଆମତ୍ନିର୍ଭରଶିଳତା, ସମାଜର ବିକାଶ ଧାରାରେ ସେମାନଙ୍କ ଭୂମିକା କିପରି ରହିବା ଆବଶ୍ୟକ ସେ ଉପରେ ତାଲିମ୍‌ ଦିଆଯାଉଛି। ସେହିପରି ଦ୍ୱିତୀୟ ଦିବସରେ ପ୍ରାତଃ ୬ଟାରେ ଶିବିରାର୍ଥୀମାନଙ୍କ ଦ୍ୱାରା ବେହେରାଗୁଡା ଗ୍ରାମରେ ଶ୍ରମଦାନ କାର୍ଯ୍ୟକ୍ରମ କରାଯିବ। ଏକତା ପରିଷଦ କଳାହାଣ୍ଡି ସଂଯୋଜକ ସରୋଜ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଥି କାହ୍ନୁ ଭାଇ, ଆଲମ୍‌ ଏକ୍କା, ବିବିନିକା ପ୍ରଧାନ, ମମତା ପାଣିଗ୍ରାହୀ ଓ ଦିଲୀପ ଭୋଇ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri