ପ୍ରଥମେ CBI, ପରେ ହାଇକୋର୍ଟ ଝଟକା; ଘୁଞ୍ଚିଲା ବିଜୟଙ୍କ ଶେଷ ଫିଲ୍ମ ରିଲିଜ୍

ଚେନ୍ନାଇ,୭।୧: ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜାନା ନାୟଗାନ୍’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁଁ ଏବଂ ମାଡ୍ରାସ ହାଇକୋର୍ଟରେ ଏହାର ରାୟ ସଂରକ୍ଷିତ ଥିବା ସମୟରେ ଏହି ଘୋଷଣା କରାଯାଇଛି।

ଫିଲ୍ମଟି ଜାନୁଆରୀ ୯ ରେ ରିଲିଜ୍ ହେବାର ଥିଲା। ମାତ୍ର ଜାନୁଆରୀ ୭ ରେ ୟୁରୋପ, ମାଲେସିଆ ଏବଂ ଆମେରିକାରେ ଫିଲ୍ମର ବିତରକମାନେ ଏହି ସ୍ଥଗିତ ସୂଚନା ଦେଇଛନ୍ତି। ଫିଲ୍ମର ପ୍ରଯୋଜନା ସଂସ୍ଥା KVN ପ୍ରଡକ୍ସନ୍ସ ତରଫରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବୟାନ ଜାରି ହୋଇନାହିଁ।

ଫିଲ୍ମକୁ CBFC ତରଫରୁ ଅନୁମତି ମିଳିନଥିବାରୁ ଏହି ବିଳମ୍ବ ହୋଇଛି। ପ୍ରଯୋଜକମାନେ ତୁରନ୍ତ ହସ୍ତକ୍ଷେପ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି।

ଆଗୁଆ ଟିକେଟ ବିକ୍ରିରେ ହଇଚଇ: ରିଲିଜ୍ ଘୁଞ୍ଚିବା ପୂର୍ବରୁ ତାମିଲନାଡୁରେ ଫିଲ୍ମର ଆଡଭାନ୍ସ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଥିଲା। ଏହି ସମୟରେ କଳା ବଜାରରେ ଗୋଟିଏ ଟିକେଟର ଦାମ ସରକାରୀ ନିର୍ଦ୍ଧାରିତ ସର୍ବାଧିକ ଦାମ (₹୧୯୦) ଠାରୁ ବହୁତ ଅଧିକ, ପ୍ରାୟ ₹୫,୦୦୦ ପର୍ଯ୍ୟନ୍ତ ବିକ୍ରି ହେବାର ଖବର ମିଳିଥିଲା। ଏହି ପୋଷ୍ଟପୋନ ପରେ ତାମିଲନାଡୁର ଥିଏଟରଗୁଡ଼ିକ ଦର୍ଶକଙ୍କୁ ଟିକେଟ୍ ଟଙ୍କା ଫେରାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

‘ଆମେରିକା-ଭାରତ ଟ୍ରେଡ ଡିଲକୁ ନେଇ ଟ୍ରମ୍ପଙ୍କ ସହ ୮ଥର କଥା ହୋଇଛନ୍ତି ମୋଦି’, ଆମେରକାକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯।୧: ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ସମ୍ପର୍କରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବିବୃତ୍ତିକୁ ନେଇ ଏକ ଉଷ୍ମ...

ଛୁଟି ବଢ଼ିଲା: ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ସ୍କୁଲ ଆସିବେନି ଛାତ୍ରୀଛାତ୍ର

ଚଣ୍ଡିଗଡ଼,୯ା୧: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ...

ହିମାଚଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ନାହନ,୯।୧: ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ...

ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲେ ଖାମିନେଇ: ଆମେ ଛାଡ଼ିବୁନି…

ତେହେରାନ,୯।୧: ଇରାନରେ ବିରୋଧ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇ ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ଖାମିନେଇ କହିଛନ୍ତି, ଆମେ...

ପ୍ରତୀକଙ୍କ ଫୋନ୍‌ ନିଜ ପାଖରେ ରଖିଲେ ମମତା, ଇଡି ଅଧିକାରୀଙ୍କୁ ଧମକାଇ ଡିଜିପି କହିଲେ…

କୋଲକାତା,୯ା୧: I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC...

ଆପଣ କାହିଁକି ଏତେ ଭୟ କରୁଛନ୍ତି? ମମତାଙ୍କୁ କଡ଼ା ପ୍ରଶ୍ନ କଲା ଭାଜପା

କୋଲକାତା,୯।୧: ଗୁରୁବାର କୋଲକାତାରେ ନିର୍ବାଚନ ପରାମର୍ଶଦାତା IPAC ର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢାଉ ସମୟରେ ମମତା ବାନାର୍ଜୀ କ୍ରୋଧିତ ହୋଇଥିଲେ। ଘଟଣାସ୍ଥଳକୁ ପହଞ୍ଚି...

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri