ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି ବ୍ୟାଗରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୫ ଭରି ଓଜନର ବିଭିନ୍ନ ସୁନା ଗହଣା ବୁଧବାର ଅପରାହ୍ନରେ କୌଣସି ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସସ୍ମିତା ଦିଗପହଣ୍ଡିରୁ ସରକାରୀ ଲକ୍ଷ୍ମୀ ବସ ନଂ. (ଓଡ଼ି୦୭ ଏ ୟୁ – ରେ ୨୮୩୫) ଯୋଗେ ଭୀଷ୍ମଗିରି ଗ୍ରାମକୁ ଯାଉଥିବା ବେଳେ ଭ୍ୟାନିଟି ବ୍ୟାଗ ଚେନ୍‌ ଖୋଲି ସେଥିରେ ରଖିଥିବା ସମସ୍ତ ସୁନା ଗହଣା ଗାଏବ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ସେ ଦିଗପହଣ୍ଡି ପୁଞ୍ଜିକଂୟା ଛକରୁ ବସରେ ଚଢ଼ିବା ବେଳେ ଯାତ୍ରୀଙ୍କ ଗହଳିର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ସମସ୍ତ ସୁନା ଅଳଙ୍କାର ନେଇଯାଇଥିବା ସସ୍ମିତା ପୋଲିସକୁ କହିଛନ୍ତି। ପୋଲିସ ସହରର ବିଭିନ୍ନ ଜାଗାରେ ଥିବା ସିସିଟିଭି ଯାଞ୍ଚ କରିଥିଲେ ମଧ୍ୟ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

ବାଲ୍ୟବିବାହ ବନ୍ଦ ନେଇ ଆଇନ ସେବା ପ୍ରାଧିକରଣ ପକ୍ଷରୁ ତତ୍ପରତା 

ପାଟଣା,୯।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଶୁକ୍ରବାର ଜିଲା ଆଇନ ସେବା ପ୍ରାଧିକରଣ ତତଫରୁ ବାଲ୍ୟବିବାହ ବନ୍ଦ, ନିଶାମୁକ୍ତ ରାଷ୍ଟ୍ର ଗଠନ...

ମହାନଦୀ ସହ ବାହୁଦାକୁ ସଂଯୋଗୀକରଣ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୯।୧(ଅଶେଷନାଥ ମିଶ୍ର): ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ...

ଅଡୁଆରେ ଚାଷୀ, ଧାନବିକ୍ରି କରିବା ପାଇଁ ମଣ୍ଡିରେ ଜଗି ରହିଥିଲେ, କିନ୍ତୁ…

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି।...

ବୃଦ୍ଧାଶ୍ରମରୁ ଦୁର୍ବୃତ୍ତ ଚୋରି କରିନେଲେ ବିଭିନ୍ନ ସାମଗ୍ରୀ, ପୋଲିସର ତନାଘନା

ଛତ୍ରପୁର,୯ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀସ୍ଥିତ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ଆନୁକୂଲ୍ୟରେ ଥିବା ‘କସ୍ତୁରବା ବୃଦ୍ଧାଶ୍ରମ ଗୃହରୁ ବିଭିନ୍ନ ସାମଗ୍ରୀ...

ଚା’ ବଗିଚା ପାଇଁ ୨୨୦୦ ଏକର ଜାଗା ଚିହ୍ନଟ, ଆଜି ଜିଲାସ୍ତରୀୟ ବୈଠକରେ…

କେନ୍ଦୁଝର,୯ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଗତକାଲି କୋଲକାତାସ୍ଥିତ ଟି’...

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ, ଜାତୀୟ ରାଜପଥରେ ମୃତଦେହ ରଖି…

ବଲାଙ୍ଗୀର,୯ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଶାନ୍ତିପଡ଼ାର ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ)ଙ୍କ ମୃତଦେହ ଶୁକ୍ରବାର ସଦରଥାନା ପଥରଚେପା ପୋଖରୀରୁ ୫ ଦିନ ପରେ ଉଦ୍ଧାର...

ସରିଲା ଦୁଲଦୁଲି: ୫ ଦିନରେ ୨.୭୮ କୋଟି କାରବାର

ଝାରସୁଗୁଡା, ୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାର ପାରମ୍ପରିକ ଲୋକକଳା ଓ ସଂସ୍କୃତିର ମହାକୁମ୍ଭ ’ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜି୍ୟକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri