ବିଧାନସଭାରେ ‘୬୯’ ଝଡ଼

ଭୁବନେଶ୍ୱର,୪ା୧୨ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ କହୁଛନ୍ତି। ତେବେ ସରକାର ଚଳିତବର୍ଷ ଚାଷୀଙ୍କଠାରୁ କେତେଟଙ୍କାରେ ଧାନ ସଂଗ୍ରହ କରିବେ, ତାହା ସ୍ପଷ୍ଟ କରନ୍ତୁ। ଇତିମଧ୍ୟରେ କେନ୍ଦ୍ର ସରକାର କୁଇଣ୍ଟାଲ ପିଛା ଧାନର ସର୍ୱନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଯେଉଁ ୬୯ ଟଙ୍କା ବୃଦ୍ଧି କରିଛନ୍ତି (୨୩୦୦ରୁ ୨୩୬୯ ଟଙ୍କା), ତାହାସହ ୮୦୦ ଟଙ୍କା ମିଶିବ କି ନାହିଁ ତାହା ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟ କରନ୍ତୁ। ବାସ୍ତବରେ ରାଜ୍ୟ ସରକାର କଥା ଦେଇ କେତେକଥା ରଖିଛନ୍ତି ତାହା ଚାଷୀଭାଇମାନେ ଜାଣିବା ଆବଶ୍ୟକ। କେନ୍ଦ୍ରର ୬୯ ଟଙ୍କାକୁ ରାଜ୍ୟ ସରକାର ହାଇଜାକ୍‌ କରିଛନ୍ତି ନା ନାହିଁ, ତାହା ଜଣାପଡ଼ିବ ବୋଲି କହି ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ମୁଲତବି ଆଲୋଚନା କାଳରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି।
ଏହାର ଜବାବ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସେଥିରେ କୌଣସି ଦ୍ୱିମତ ନାହିଁ। ପୂର୍ୱ ସରକାର ୧୦୦ ଟଙ୍କା ବୋନସ୍‌ ଦେବାକୁ ଘୋଷଣାକରି ଦେଇପାରି ନ ଥିବାବେଳେ ଭାଜପା ସରକାର ୮୦୦ ଟଙ୍କାର ସବ୍‌ସିଡି ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଉଭୟ ବିରୋଧୀ ଓ ଶାସକ ଦଳର ଆଲୋଚନା ଶୁଣିବା ପରେ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶକରି ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ।
ବୁଧବାର ଗୃହରେ ‘ବ୍ୟାପକ ଅବ୍ୟବସ୍ଥାରେ ଚାଲିଛି ମଣ୍ଡି’ ଶୀର୍ଷକ ମୁଲତବି ଆଲୋଚନା

ଆରମ୍ଭକରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବରଗଡ଼ ଓ ପଶ୍ଚିମ ଓଡ଼ିଶାରୁ ଅଧିକ ଧାନ ସଂଗ୍ରହ ହୁଏ। ଏ ବର୍ଷ ଧାନକିଣା ପ୍ରକ୍ରିୟା ୧ ମାସରୁ ଅଧିକ ବିଳମ୍ୱ ହୋଇଛି। ଚାଷୀ ପାଖରେ ଧାନ ରଖିବାକୁ ଜାଗା ନାହିଁ କି ଟଙ୍କା ନାହିଁ। ସେ ସାହୁକାରଠାରୁ ଯେଉଁ କରଜ କରି ଧାନଫସଲ କରିଥିବ ତାକୁ ଶୁଝିବା ପାଇଁ ତରତର। ଏହାର ସୁଯୋଗ ନେଇ ଦଲାଲ୍‌ମାନେ ୧୬୦୦ରୁ ୧୭୦୦ ଟଙ୍କାରେ କେତେଜଣ ଚାଷୀଙ୍କଠାରୁ ଧାନ କିଣିଲେଣି। ଏ କଥାକୁ ସରକାର ଗୁରୁତ୍ୱ ନ ଦେଇ କେତେ ଚାଷୀ ପଞ୍ଜୀକରଣ କଲେ, ସେଥିରେ ସରକାର ବାହାବା ନେବାକୁ ବସିଛନ୍ତି। ବରଗଡ଼ରେ ୫ ହଜାର ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରି ନାହାନ୍ତି। ସେମାନେ ଏବେ ଧାନ ବିକିବେ କେଉଁଠି? ପୂର୍ୱରୁ ଗୋଟିଏ ପରିବାର ପାଇଁ ଜଣେ ବ୍ୟକ୍ତି ପଞ୍ଜୀକରଣ କରୁଥିବାବେଳେ ଏବେ ଯେତେ ଭାଇକୁ ସେତେଭାଗ ନ୍ୟାୟରେ ପଞ୍ଜୀକରଣ କରାଯାଉଥିବାରୁ ସଂଖ୍ୟା ବଢୁଛି। ହେଲେ ଚାଷଜମି ବଢ଼ିନାହିଁ। ବିଭାଗୀୟ ମନ୍ତ୍ରୀ ଚଳିତବର୍ଷ ଚାଷୀଙ୍କଠାରୁ କେତେ ଧାନ ସଂଗ୍ରହ କଲେଣି, କେତେ ଏମ୍‌ଏସ୍‌ପିରେ ଧାନ ସଂଗ୍ରହ କରିବେ ସେନେଇ ଏକ ସ୍ପଷ୍ଟ ଚିତ୍ର ରଖନ୍ତୁ। ଏହାସହିତ ମିଲର ଏବଂ ମଣ୍ଡି ଟ୍ୟାଗିଂ ପ୍ରକ୍ରିୟା କେତେଦୂର ହୋଇଛି, ଏଫ୍‌ସିଆଇ କେତେ ଚାଉଳ ଉଠାଇଛି ଏବଂ କେତେ ଉଠାଇବ, ତାହାର ମଧ୍ୟ ସ୍ପଷ୍ଟ ଉତ୍ତର ରଖିବାକୁ ସେ ଦାବି କରିଥିଲେ।
ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, କହିଥିଲ ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି। ଏବେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା କେତେ ଦେବ ତାହା ସ୍ପଷ୍ଟ କର। ପୂର୍ୱ ସରକାର ସମୟରେ ମୋତେ ଘେରାଉ କରିଥିଲେ ଟୋକନ ବ୍ୟବସ୍ଥା ଉଠାଇଦିଅ। ଏବେ ପୂର୍ୱ ସରକାର ବ୍ୟବସ୍ଥା ଠିକ୍‌ ଥିଲା ବୋଲି ସ୍ୱୀକାର କରିବେ କି? କଟ୍‌ନି ଛଟ୍‌ନି ପାଇଁ କେଉଁ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବିଭାଗୀୟ ମନ୍ତ୍ରୀ ତାହାର ଉତ୍ତର ରଖିବାକୁ ସେ ଦାବି କରିଥିଲେ। ବିଜେଡି ସଦସ୍ୟ ପ୍ରଦୀପ ଦିଶାରୀ କଳାହାଣ୍ଡିରେ ଜିଲାପାଳ କେବଳ ଏଗ୍ରିମେଣ୍ଟ କରିଛନ୍ତି, ହେଲେ ଧାନକିଣା ଆରମ୍ଭ ହୋଇନାହିଁ ବୋଲି କହିଥିଲେ। କଂଗ୍ରେସ ସଦସ୍ୟ ଅଶୋକ ଦାସ ସରକାରଙ୍କ ପାଖରେ ଧାନ ସଂରକ୍ଷଣ କରିବାକୁ ଭଣ୍ଡାର ନ ଥିବାବେଳେ ଚଳିତବର୍ଷ କି ଯୋଜନା ରଖିଛନ୍ତି ତାହା ଜାଣିବାକୁ ଚାହିଁଥିଲେ।
ଭାଜପା ସଦସ୍ୟ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ, ଗତ ସରକାରରେ ଧାନ ଟଙ୍କା ପାଇବାକୁ ୧୫ରୁ ୨୦ ଦିନ ଲାଗୁଥିଲା। ଏବେ ୪୮ ଘଣ୍ଟାରେ ଚାଷୀ ଟଙ୍କା ପାଉଛନ୍ତି। ନୂଆପଡ଼ାରେ ବୋଧେ ବିରୋଧୀ କିଛି ଶିଖି ପାରିଲେ ନାହିଁ। ଏ ସରକାର ଉପରେ ଚାଷୀଙ୍କ ବିଶ୍ୱାସ ଅଛି। ଚାଷୀଙ୍କ ନାଁରେ ଦଲାଲି ବ୍ୟବସ୍ଥା ସମାପ୍ତ ହେବ। ମିଲର୍‌ଙ୍କ ପାଇଁ ଆପଣ ଗୋଦାମ କରୁ ନ ଥିଲେ, ଏବେ ସରକାର ଗୋଦାମ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆଲୋଚନାରେ ସଦସ୍ୟ ସନତ୍‌ କୁମାର ଗଡ଼ତିଆ ଏବଂ ମାନସ କୁମାର ଦତ୍ତ ଭାଗ ନେଇଥିଲେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ବିରୋଧୀଙ୍କୁ ଜବାବ ଦେଇ କହିଥିଲେ, ଚଳିତ ବର୍ଷ ଚାଷୀଙ୍କ ସୁବିଧା ପାଇଁ ଜିଲା ପ୍ରଶାସନକୁ ଟୋକନ ଅବଧି ନିର୍ଦ୍ଦିଷ୍ଟ ସମୟସୀମାଠାରୁ ୧୫ ଦିନ ପର୍ଯ୍ୟନ୍ତ ବଢ଼ାଇବା କ୍ଷମତା ଦିଆଯାଇଛି। ବିଗତବର୍ଷ ତୁଳନାରେ ୨୦୨୪-୨୫ରେ ୮୦ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri