ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଛି। ଏଆଇ ଆଧାରିତ ହ୍ୟୁମାନ୍‌ ଇମେଜ୍‌ ସିନ୍ଥେସିସ୍‌ କୌଶଳ ଭାବେ ‘ଡିପ୍‌ଫେକ୍‌’ ଜଣାଶୁଣା। ଡିପ୍‌ଫେକ୍‌ ପ୍ରଯୁକ୍ତି ଅସତ୍ୟ ଛବି, ଭିଡିଓ ଏବଂ ଅଡିଓ ରେକର୍ଡିଂ କରିଥାଏ। ଉଦାହରଣ ସ୍ବରୂପ, ବାସ୍ତବରେ ଦୃଶ୍ୟମାନ ବ୍ୟକ୍ତିଙ୍କ ଚେହେରା ଓ ସ୍ବରକୁ ଏଭଳି ନକଲ କରାଯାଇଥାଏ ଯେ, ତାହା ଦେଖଣାହାରୀ ବା ଶ୍ରୋତାଙ୍କୁ ଅବିକଳ ଅନୁଭବ ହୋଇଥାଏ। ଯଦି କେହି ସନ୍ଦେହ କରେ ତେବେ କଷ୍ଟକରି ମୂଳକୁ ଗଲେ ହୁଏତ ସତ୍ୟ ଜଣାପଡ଼ିପାରେ। ଡିପ୍‌ଫେକ୍‌ କେତେ ଗଭୀରକୁ ଯାଇଛି ଓ ସେ ସଂକ୍ରାନ୍ତ ଏକ ଘଟଣାକୁ ସାଧାରଣରେ ପ୍ରକାଶ କରିବା ଲାଗି ‘ସ୍କାଏ ନ୍ୟୁଜ୍‌’ ଉପସ୍ଥାପିକା ୟଲ୍‌ଦା ହାକିମ୍‌ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ‘ରଏଟର୍ସ’କୁ ଦେଇଥିବା ସାକ୍ଷାତ୍‌କାରକୁ ବିଶ୍ଳେଷଣ କଲେ ବହୁତ ବିଷୟରେ ଜଣାପଡ଼ୁଛି।
ୟଲ୍‌ଦା ପ୍ରାୟ ଦୁଇ ଦଶନ୍ଧି ଧରି ବିଶ୍ୱ ରାଜନୀତି ଓ ଯୁଦ୍ଧ କ୍ଷେତ୍ରରୁ ରିପୋର୍ଟିଂ କରିବା ସହ ନିଆରା ଉପସ୍ଥାପନା ଶୈଳୀ ଯୋଗୁ ବେଶ୍‌ ଜଣାଶୁଣା। ଆଫଗାନିସ୍ତାନରେ ଜନ୍ମ ହୋଇ ଅଷ୍ଟ୍ରେଲିଆରେ ବଢ଼ିଥିବା ୟଲ୍‌ଦା ବ୍ରିଟେନ୍‌ରେ କ୍ୟାରିୟର କରିବା ସହ ବିଶ୍ୱ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ରଏଟର୍ସ ସହ କଥାବାର୍ତ୍ତା କରି ୟଲ୍‌ଦା ଏଆଇ-ଜେନେରେଟେଡ୍‌ ବିଭ୍ରାନ୍ତିକର ସୂଚନାର ବିପଦ ଏବଂ କାହିଁକି ସାମ୍ବାଦିକତା କ୍ଷେତ୍ରରେ ଏହା ବିଶ୍ୱସନୀୟତା ହରାଉଛି ତାହା ଉପରେ ମତ ରଖିଛନ୍ତି। ତାଙ୍କ ରିପୋର୍ଟିଂକୁ ବଦଳାଯାଇ ତାହାର ପ୍ରସାରଣ କରାଯିବା କିଭଳି ଅସ୍ବସ୍ତିକର ସ୍ଥିତି ସୃଷ୍ଟି କରିଥିଲା, ସେହି ବିଷୟରେ ସେ ଦର୍ଶାଇଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ କାରାଗାର ଜୀବନ, ଓକିଲ, ସ୍ବାସ୍ଥ୍ୟ କ୍ଷେତ୍ରରେ ଅବନତି ଘଟିବା ଓ ଡାକ୍ତରୀ ସୁବିଧା ନ ପାଇବା ନେଇ ପରିବାରର କ୍ରୋଧ ବିଷୟରେ ତାଙ୍କ ଭଉଣୀଙ୍କ ସହ ୟଲ୍‌ଦା ଇଣ୍ଟରଭ୍ୟୁ କରିଥିଲେ। ତାହା ଭାଇରାଲ ହୋଇଥିଲା। ଏହା ପାକିସ୍ତାନୀ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଥିଲା ଓ ସୋସିଆଲ ମିଡିଆରେ ଅନେକ ଲକ୍ଷ ଥର ଦେଖାଯାଇଥିଲା।
କିନ୍ତୁ ତା’ପର ଦିନ ଫେକ୍‌ ଭିଡିଓ ଆସିଲା। ୟଲ୍‌ଦା ଭାବିଥିଲେ ଯେ, ତାହା ସେହି ସମାନ ଇଣ୍ଟରଭ୍ୟୁ। କିନ୍ତୁ ଇମ୍ରାନଙ୍କ ଭଉଣୀ ଯେତେବେଳେ ପ୍ରଯୋଜକଙ୍କ ସହ ଯୋଗାଯୋଗ କରି ଜାଣିଲେ ଯେ ତାହା ଏକ ଡିପଫେକ୍‌ ସେତେବେଳେ ୟଲ୍‌ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଯୁକ୍ତିର କରାମତି ସେହି ଭିଡିଓକୁ ଉନ୍ନତ ସ୍ତରକୁ ନେଇଯାଇଥିଲା। ସେ ନିଜକୁ ସେଥିରେ ଦେଖୁଥିଲେ ମଧ୍ୟ ଅସତ୍ୟ ଭିଡିଓକୁ ଠଉରାଇପାରୁ ନ ଥିଲେ। ତେବେ କେତେଟା ପ୍ରଶ୍ନ ଯାହା ସେ ପଚାରି ନ ଥିଲେ ସେଗୁଡ଼ିକ ମିଥ୍ୟା ଭିଡିଓରେ ସ୍ଥାନିତ ହେବା ସନ୍ଦେହ ସୃଷ୍ଟି କରିଥିଲା। ପାକିସ୍ତାନ ସେନା ମୁଖ୍ୟଙ୍କୁ ଇମ୍ରାନ୍‌ଙ୍କ ଭଉଣୀ ସମାଲୋଚନା କରୁଥିବା ନକଲି ଭିଡିଓରେ ଦେଖାଯାଇଥିଲା। ତାହା ପାକିସ୍ତାନ ଓ ଭାରତୀୟ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇ ପ୍ରତିକ୍ରିୟା ସୃଷ୍ଟି କରିଥିଲା।
ଏଥିରୁ ବୁଝିବାକୁ ହେବ ଯେ, ‘ସିଙ୍ଗ୍‌ ଇଜ୍‌ ବିଲିଭିଂ’ ବା ଦେଖିଲେ ବିଶ୍ୱାସ ହୁଏ ବୋଲି ଯେଉଁ କଥା ରହିଛି, ତାହା ଏବେ ବାସ୍ତବତା ହରାଇଲାଣି। ସାମ୍ବାଦିକତା କ୍ଷେତ୍ରରେ ‘ସିଙ୍ଗ୍‌ ଇଜ୍‌ ବିଲିଭିଂ’କୁ ଗୁରୁତ୍ୱ ଦିଆଯାଇଥାଏ। ୟଲ୍‌ଦାଙ୍କ ଇଣ୍ଟରଭ୍ୟୁ ଓ ପରବର୍ତ୍ତୀ ସମୟରେ ହୋଇଥିବା ଅସତ୍ୟ ଭିଡିଓକୁ ସବୁବେଳେ କଦାପି ଠଉରାଇ ହୋଇ ନ ପାରେ। ଅତୀତରେ ଏହାର ଅନେକ ଦୃଷ୍ଟାନ୍ତ ଦେଖାଦେଇଛି। ମ୍ୟାନ୍‌ମାର ଘଟଣାର ଭିଡିଓକୁ ମଣିପୁରରେ ହୋଇଥିବାର ପ୍ରଦର୍ଶନ କରାଯାଇ ଅରାଜକତା ସୃଷ୍ଟି କରାଯାଇଥିଲା। ସେହିପରି କେତେକ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ଅଭିନେତାଙ୍କ ଚେହେରା ଭିନ୍ନ ଦିଗରେ ବ୍ୟବହାର କରାଯିବା ପରେ ଧରାପଡ଼ିଯିବା ବିଷୟ ଲୋକଲୋଚନକୁ ଆସିଛି। ୟଲ୍‌ଦା ହାକିମ୍‌ଙ୍କ କଥା ଦେଖିଲେ ସେ ଯେଉଁ ଧାରାରେ ସାକ୍ଷାତ୍‌କାର କରିଥିଲେ, ଡିପ୍‌ଫେକ୍‌ ବ୍ୟବହାର କରାଯାଇ ତାହାକୁ ଭିନ୍ନ ଦିଗକୁ ନିଆଯାଇଥିଲା। ଫଳରେ ଅବାସ୍ତବ ଇଣ୍ଟରଭ୍ୟୁ ଶିରୋନାମା ପାଲଟିଗଲା। ତେଣୁ କୁହାଯାଇପାରେ ଯେ, ଏଆଇ-ଜେନେରେଟେଡ୍‌ ବିଭ୍ରାନ୍ତିକର ସୂଚନା ନିଶ୍ଚିତ ଭାବେ ସାମ୍ବାଦିକତା ବୃତ୍ତି ଏବଂ ଦର୍ଶକ, ଶ୍ରୋତା ହୁଅନ୍ତୁ ବା ପାଠିକାପାଠକଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ତେଣୁ ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତି ୟଲ୍‌ଦା ହାକିମ୍‌ଙ୍କ ସାକ୍ଷାତ୍‌କାରକୁ ଏକ ଦୃଷ୍ଟାନ୍ତ ଭାବେ ଦେଖିବା ଦରକାର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?