Posted inଜାତୀୟ

ଧର୍ମ ପଚାରି ସୁରକ୍ଷା କର୍ମୀଙ୍କୁ ଛୁରାମାଡ଼

ମୁମ୍ବାଇ,୨୮ା୪: ମୁମ୍ବାଇର ମୀରା ରୋଡ୍‌ ଅଞ୍ଚଳର ଏକ ନିର୍ମାଣାଧୀନ ବିଲ୍ଡିଂରେ ୨ ସୁରକ୍ଷା କର୍ମୀଙ୍କୁ ଜଣେ ବ୍ୟକ୍ତି ସେମାନଙ୍କ ଧର୍ମ ପଚାରିବା ସହ ‘କଲ୍‌ମା’ (ଇସ୍‌ଲାମ ଧର୍ମ ବିଶ୍ୱାସ) ଗାଇବା ପାଇଁ କହିଥିଲେ। ସେମାନେ କଲ୍‌ମା ଆବୃତ୍ତି କରି ନ ପାରିବାରୁ ବ୍ୟକ୍ତି ଜଣକ ସେମାନଙ୍କୁ ଛୁରାମାଡ଼ କରିଥିବା ମୋବାଇଲ୍‌ ଫୁଟେଜ୍‌ରୁ ଦେଖିବାକୁ ମିିଳିଛି। ଉପର ମହଲାରେ ଥିବା ଜଣେ ଅଜଣା ବ୍ୟକ୍ତି ନିଜ ମୋବାଇଲ ଫୋନ୍‌ରେ ଉକ୍ତ ୬୦ ମିନିଟ୍‌ର ଭିଡିଓ ଶୁଟିଂ କରିଛନ୍ତି। ପୋଲିସ ଜାଇବ ଜୁବେର ଅନ୍‌ସାରୀ(୩୧) ନାମକ ଅଭିଯୁକ୍ତଙ୍କୁ ଗିରଫ କରି ହାଜତକୁ ନେଇଛି।
କହିବା ଅନୁଯାୟୀ, ଅନ୍‌ସାରୀ ୨ ସୁରକ୍ଷା କର୍ମୀ ରାଜକୁମାର ମିଶ୍ରା ଏବଂ ସୁବ୍ରୋତୋ ସେନ୍‌ଙ୍କୁ କଲ୍‌ମା ଆବୃତ୍ତି କରିବାକୁ କହିଥିଲେ। ଗାର୍ଡଦ୍ୱୟ ଏହା ଗାଇପାରିବେ ନାହିଁ ବୋଲି କହିବାରୁ ସେ ଛୁରିରେ ଆକ୍ରମଣ କରିଥିଲେ। ସୋମବାର ଏହି ଆକ୍ରମଣ ଘଟିଥିବାବେଳେ ଆହତ ମିଶ୍ରା ଓ ସେନ୍‌ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପଛରେ ଆତଙ୍କବାଦୀ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ଏହା ପଛରେ ଜିହାଦି ଉଦ୍ଦେଶ୍ୟ ରହିଛି। ଆକ୍ରମଣକାରୀ ଜଣେ ସ୍ବୟଂ-ଉଗ୍ରବାଦୀ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିବା ସହ ଘଟଣାର ତଦନ୍ତ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରୁଥିବା କହିଛନ୍ତି। ମୋଟାମୋଟି ଭାବେ ଏହା ଏକ ସ୍ବୟଂ-ଉଗ୍ରବାଦ ଘଟଣା ଭଳି ଜଣାପଡ଼ୁଛି। ବିଭିନ୍ନ ପୁସ୍ତକ, ଲେଖା ଓ ଇଣ୍ଟରନେଟ୍‌ ଜରିଆରେ ଅଭିଯୁକ୍ତ ନିଜକୁ କଠୋରପନ୍ଥୀ କରାଇଥିଲେ। ସେ ଜିହାଦୀ ମନୋଭାବ ନେଇ ଅନ୍ୟ ଧର୍ମର ଲୋକଙ୍କୁ ଟାର୍ଗେଟ କରୁଥିଲେ ବୋଲି ଫଡ୍‌ନବିସ୍‌ କହିଛନ୍ତି। ଏହି ଘଟଣା ପଛରେ କାହାର ହାତ ରହିଛି ଏବଂ ଅନ୍ୟମାନେ ଏହିଭଳି ଭାବେ କଠୋରପନ୍ଥୀ ହୋଇଛନ୍ତି କି ନାହିଁ, ତାହାର ତଦନ୍ତ କରାଯାଉଛି।
ଅନ୍‌ସାରୀ ବିଦେଶରେ ଅନେକ ଦିନ ରହିଥିଲେ। ତାଙ୍କ ପରିବାର ଏବେ ଆମେରିକାରେ ରହୁଛନ୍ତି। ଅନ୍‌ସାରୀ ଭାରତ ଫେରି ପ୍ରଥମେ ମୁମ୍ବାଇର କୁର୍ଲାରେ ଓ ପରେ ମୀରା ରୋଡ୍‌ ଅନ୍ତର୍ଗତ ନୟା ନଗର ଅଞ୍ଚଳରେ ରହୁଥିଲେ। ଆକ୍ରମଣର ୯୦ ମିନିଟ୍‌ ମଧ୍ୟରେ ପୋଲିସ ଅନସାରୀଙ୍କୁ ତାଙ୍କ ନୟାନଗର ଭଡ଼ାଘରୁ ଗିରଫ କରିବାରେ ସଫଳ ହାଇଛି। ସେ ନିୟମିତ ଆଇଏସ୍‌ଆଇଏସ୍‌ ସମ୍ପର୍କିତ ପ୍ରଚାର ଅନ୍‌ଲାଇନ୍‌ରୁ ପଢ଼ୁଥିଲେ ବୋଲି ପୋଲିସ କହିଛି। ଏହାକୁ ତଦନ୍ତର ମୁଖ୍ୟ ଦିଗ ଭାବେ ଗ୍ରହଣ କରାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?