ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ ସହରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଓଡ଼ିଶାର ଝାରସୁଗୁଡ଼ା ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କଲାଣି। ଏବେ ଏପ୍ରିଲ। ମେ’ରେ ସ୍ଥିତି କିଭଳି ରହିବ ଏହା ତାହାର ପ୍ରାକ୍‌ ଆଭାସ ଦେଲାଣି। ଯେଭଳି ଭାବେ ଉତ୍ତପ୍ତ ଲହରି ବହୁଛି, ତାହା ଜଳବାୟୁ ଗତିପଥର ସଙ୍କେତ ଦେଉଛି। ଏଲ୍‌ ନିନୋ ପ୍ରଭାବ ପଡ଼ୁଥିବାରୁ ଗରମ ବଢ଼ିଚାଲିଛି। ଫଳରେ ଏହା ମୌସୁମୀକୁ ପ୍ରଭାବିତ କରି କମ୍‌ ବୃଷ୍ଟିପାତ କରିବ ବୋଲି କୁହାଯାଉଛି। ଗରମ ବଢ଼ୁଥିବା ବେଳେ ଗୋଟେ କଥା ମନକୁ ଆସୁଛି। ସରକାରୀ ଭାବେ ବାରମ୍ବାର କୁହାଯାଉଛି ଯେ, ଓଡ଼ିଶା ସମେତ ଭାରତରେ ପ୍ରତିବର୍ଷ ଜଙ୍ଗଲ ଅଞ୍ଚଳ ବଢ଼ୁଛି। ଅର୍ଥାତ୍‌ ପରିବେଶ ଅଧିକ ସବୁଜମୟ ହେଉଛି। ଏପରିକି ବାଘ ସଂଖ୍ୟା ବଢ଼ୁଥିବା ନେଇ ରିପୋର୍ଟ ପ୍ରକାଶ କରାଯାଉଛି। ସମସ୍ତେ ଜାଣିଛନ୍ତି ପର୍ଯ୍ୟାପ୍ତ ଗଛଥିବା ଜଙ୍ଗଲ ଅଞ୍ଚଳ ପରିବେଶକୁ ଥଣ୍ଡା ରଖିଥାଏ। ଯଦି ଜଙ୍ଗଲ ଇଲାକା ସରକାରୀ ତଥ୍ୟ ଅନୁଯାୟୀ ବଢ଼ୁଥାଆନ୍ତା, ତାହା ହେଲେ ମଣିଷ ତତଲା କଡ଼େଇରେ ପଡ଼ୁ ନ ଥାଆନ୍ତା। ସରକାରୀ ତଥ୍ୟ ଯଦିବା ଠିକ୍‌ ହୋଇଥିବ, ତେବେ ଆକାଶିଆ ଭଳି ବିଦେଶୀ ଗଛ ବୃଦ୍ଧିକୁ ଦର୍ଶାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବ। ପରିବେଶ ଓ ଭୂତଳ ଜଳ ବଢ଼ାଇବାରେ ଏଭଳି ଗଛଗୁଡ଼ିକର ନକାରାତ୍ମକ ପ୍ରଭାବ ପଡ଼ୁଛି। ଏହା ଜଣାଶୁଣା ଯେ ପାରମ୍ପରିକ ବଡ଼ ଗଛ ବ୍ୟତୀତ ନୂତନ ଧରଣର ସୌନ୍ଦର୍ଯ୍ୟବର୍ଦ୍ଧକ ଗଛବୃଚ୍ଛ ଜଳଧାରଣ କରିବାରେ ସକ୍ଷମ ହୋଇ ନ ଥାଆନ୍ତି। ତେଣୁ ଉପରେ ଗରମ ପବନ ବହିବା ଓ ଭୂଇଁ ଉତ୍ତପ୍ତ ରହିବା ତାପମାତ୍ରାକୁ ବଢ଼ାଇଚାଲିଛି।
ପୁଣି ଦୋହରାଯାଇପାରେ ଯେ, ଏଲ୍‌ ନିନୋ ପ୍ରଭାବ ପଡ଼ୁଥିବାରୁ ଗରମ ବଢ଼ିଚାଲିଛି। ଫଳରେ ଏହା ମୌସୁମୀକୁ ପ୍ରଭାବିତ କରି କମ୍‌ ବୃଷ୍ଟିପାତ କରିବ। ନିର୍ମାଣ ଓ ସେବା କ୍ଷେତ୍ର ଯେତେ ବିକଶିତ ହେଉଥିବା କୁହାଯାଉଥିଲେ ମଧ୍ୟ ଭାରତୀୟ ଅର୍ଥନୀତି କୃଷିପ୍ରଧାନ ରହିଛି। ଆଗକୁ କମ୍‌ ବର୍ଷା ହେଲେ ବା ବର୍ଷା ଆସିବାରେ ବିଳମ୍ବ ଦେଖାଦେଲେ ଧାନ ଓ ଆଖୁ ଭଳି ଜଳ ଉପରେ ବହୁଳ ଭାବେ ନିର୍ଭରଶୀଳ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବ। ଏମିତି ଦେଖିଲେ ପୂର୍ବାପେକ୍ଷା କମ୍‌ ବର୍ଷା ହେଉଥିବାରୁ ଗ୍ରୀଷ୍ମ ଋତୁ ପୂର୍ବରୁ ଜଳାଶୟ ଶୁଖିଯିବା ଦୃଶ୍ୟମାନ ହେଉଛି। ଭୂତଳଜଳ ଅତ୍ୟଧିକ ବ୍ୟବହାର ଯୋଗୁ ମାଟି ତଳେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ବିଦ୍ୟୁତଶକ୍ତିର ବ୍ୟାପକ ବ୍ୟବହାର କରାଯାଉଛି। ଏବେ ଭାରତ ସମେତ ସମଗ୍ର ପୃଥିବୀକୁ ଶକ୍ତିସଙ୍କଟ କାବୁ କରିଛି। ଓଡ଼ିଶା ସହିତ ଭାରତର ଅନେକ ପ୍ରାନ୍ତରେ ବିଦ୍ୟୁତ୍‌ ଗ୍ରୀଡ୍‌ ଉପରେ ଗ୍ରୀଷ୍ମ ବେଳେ ଯେଉଁ ଚାପ ପଡ଼ିଥାଏ, ତାହା ସମସ୍ତଙ୍କୁ ଜଣାପଡ଼ୁଛି। ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ଜଳବିଦ୍ୟୁତ, ତାପଜ ବିଦ୍ୟୁତ ଭଳି ଉତ୍ସ ଅପେକ୍ଷା ସୌରଶକ୍ତି ପରିି ନବୀକରଣୀୟ ଉତ୍ସକୁ ଗୁରୁତ୍ୱ ଦେବା ଲାଗି ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ଦେଖାଯାଉଛି ଯେ ସୌରଶକ୍ତି ଧାରଣ କରିବା ଲାଗି ଯେଉଁ ସୋଲାର ପ୍ୟାନେଲ ବ୍ୟବହାର କରାଯାଉଛି ତାହାର କାର୍ଯ୍ୟକ୍ଷମ ଅବଧି ୫ରୁ ୭ ବର୍ଷ ରହୁଛି। ଏଥିସହିତ ଏଥିରେ ବ୍ୟବହୃତ ବ୍ୟାଟେରି ଅକାମୀ ହେବା ପରେ ସେଗୁଡ଼ିକୁ ଜଙ୍ଗଲ ଭଳି ଅଞ୍ଚଳରେ ଫୋପାଡ଼ି ଦିଆଯାଉଛି। ବ୍ୟାଟେରିଗୁଡ଼ିକରେ ଆୟନ ଓ ଲିଥିୟମ ରହୁଥିବାରୁ ସେଗୁଡ଼ିକ ମଧ୍ୟ ପରିବେଶ ପ୍ରଦୂଷଣ କରି ବିପଦ ସୃଷ୍ଟି କରୁଛି। ତେଣୁ ଏହାର ନିରାକରଣ ଚିନ୍ତା କରାଯିବା ଦରକାର। ଏଥିସହିତ ଭାରତବର୍ଷ ବିଶେଷକରି ଓଡ଼ିଶାର ଅନେକ ଜଙ୍ଗଲ ବା ପୁରୁଣା ବନାଞ୍ଚଳ ଦେଖିଲେ ସହରର ଭଙ୍ଗା କୋଠାଘରୁ ବାହାରୁଥିବା କଂକ୍ରିଟ, ପ୍ଲାଷ୍ଟିକ୍‌ ଆବର୍ଜନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ଏକ ଅଳିଆଗଦା ପାଲଟିଯାଇଛି। ବିଭିନ୍ନ ଜଙ୍ଗଲରେ ଲାଗୁଥିବା ନିଆଁ ପରିବେଶକୁ ମଧ୍ୟ ନଷ୍ଟ କରିବା ସହ ଉତ୍ତାପକୁ ବଢ଼ାଇ ଚାଲିଛି। ଜଙ୍ଗଲଧ୍ୱଂସ ସହ ନିଜ ଅଞ୍ଚଳରେ ପରିବେଶବିରୋଧୀ କାର୍ଯ୍ୟ ହେଉଥିଲେ ବି ସେ ଦିଗରେ ଜନଜାଗରଣ ହେଉନାହିଁ। ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାଶୀଳ ହେଉ ନ ଥିବାରୁ ପରିବେଶ ସୁରକ୍ଷିତ ରଖିବା ଲାଗି ଝୁଙ୍କ୍‌ ଆସୁନାହିଁ। ପରିବେଶ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏ ଦିଗରେ ସୁଧାର ଆସିପାରୁ ନାହିଁ।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ୍‌ କରିବା ଦିଗରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ ହେବାକୁ ପଡ଼ିବ। ସେଥିପାଇଁ ଜଳବାୟୁ କାର୍ଯ୍ୟାନ୍ବୟନ ଯୋଜନାଠାରୁ ଆରମ୍ଭ କରି ବ୍ୟାପକ ଜନସଚେତନତା ଓ ଗୋଷ୍ଠୀସ୍ତରରେ ଏବେଠାରୁ ବିଧିବଦ୍ଧ ପଦକ୍ଷେପ ନେବାକୁ ପଡ଼ିବ। ଏଥିସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସରକାରୀ କଳର ଶିଳ୍ପ ଉପରେ ଧ୍ୟାନ। ବୃହତ୍‌ ଶିଳ୍ପ ଦ୍ୱାରା ପରିବେଶ ପ୍ରତି ବିପଦ ସବୁଠାରୁ ମାରାତ୍ମକ। ଅର୍ଥ ଲୋଭ ଦେଖାଇ ଶିଳ୍ପର ପରିବେଶ ବିରୋଧୀ କାର୍ଯ୍ୟ ସବୁବେଳେ ଲାଗିରହିଛି। ସେଥିପାଇଁ ସାଧାରଣ ନାଗରିକର ସହଯୋଗ ସହିତ ଶିଳ୍ପାନୁଷ୍ଠାନଗୁଡ଼ିକର ମନମୁଖି କାର୍ଯ୍ୟକୁ ଦମନ କରାଯିବା ଅତ୍ୟନ୍ତ ଆବଶ୍ୟକ।
ଗରମ ମାସଗୁଡ଼ିକରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦାକୁ ମେଣ୍ଟାଇବା ପାଇଁ ସରକାର ବିଭିନ୍ନ ଗବେଷଣା ସଂସ୍ଥା ସହ ମିଶି ବିକଳ୍ପ ଶକ୍ତି ଉତ୍ସ ବାହାର କରିବା ଦରକାର ହେଲାଣି। ବିଶ୍ୱତାପନର ଧାରା ପ୍ରତିବର୍ଷ ଯେଭଳି ବଢ଼ିଚାଲିଛି ତାହାକୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ତାହାର ତୀବ୍ରତାକୁ ହ୍ରାସ କରିବା ସକାଶେ ସରକାର, ଶିଳ୍ପ, ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କୁ ଜାଗତିଆର ହେବାକୁ ପଡ଼ିବ। ପ୍ରାଣୀଜଗତ ତିଷ୍ଠି ରହିବା ଲାଗି ଅଭିନବ ଚିନ୍ତନ ଓ ସକାରାତ୍ମକ କାର୍ଯ୍ୟାନ୍ବୟନ ଆବଶ୍ୟକ। ଅସତ୍ୟ ତଥ୍ୟ ଦେଖାଇ ସାଧାରଣ ଲୋକକୁ ଭୁଲେଇ ଦିଆଯାଇପାରେ, କିନ୍ତୁ ପରିିବେଶ ଓ ପ୍ରକୃତିକୁ ନୁହଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?