୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଜକର ଗ୍ରାମର ନୂଆସାହିରେ ରହୁଥିବା ଟୁଟୁ ଗୌଡ଼ଙ୍କ ବଡ଼ପୁଅ ରବୀନ୍ଦ୍ର ଗୌଡ଼ଙ୍କ ସହ ଗ୍ରାମର ତଳ ସାହି ବାସିନ୍ଦା ଘନ ଗୌଡ଼ଙ୍କ ଝିଅ ଲିଜାଙ୍କ ବିବାହ ହୋଇଥିଲା। ଲିଜାଙ୍କୁ ଶାଶୁଘର ଲୋକେ ନିର୍ଯତନା ଦେବା କାରଣରୁ ଗତ ପ୍ରାୟ ୪ ମାସ ହେଲା ସେ ବାପ ଘରେ ରହୁଛନ୍ତି। ଏନେଇ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଉଭୟ ପରିବାର ଟ୍ରାକ୍ଟର ରଖି ବାଲି,ପଥର ବ୍ୟବସାୟ କରୁଥିବା ବେଳେ ଗାଁ ନିକଟ ନଦୀରୁ ବାଲି ଚାଲାଣକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗ୍ରାମବାସୀଙ୍କ ବୁଝାଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଶୁକ୍ରବାର ରାତିରେ ଘନ ଓ ତାଙ୍କ ପୁଅ କିରଣ ଗୌଡ଼ ଏବଂ କିଛି ସହଯୋଗୀ ୨ଟି ବାଇକରେ ଟୁଟୁଙ୍କ ଘରକୁ ଆସି ଗାଳିଗୁଲଜ କରିବା ସହ ଠେଙ୍ଗାରେ ତାଙ୍କ ଦୁଇପୁଅ ରବୀନ୍ଦ୍ର ଓ ସୁନୀଲଙ୍କୁ ଆକ୍ରମଣ କରିଥିଲେ। ଏପରିକି ରବୀନ୍ଦ୍ରଙ୍କ ବଡ଼ବାପା ବାବୁ ଗୌଡ଼ ଛଡ଼ାଇବାକୁ ଆସିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଟୁଟୁ ଏବଂ ତାଙ୍କ ପରିବାର ଲୋକେ ଘନ ଓ ତାଙ୍କ ପୁଅ କିରଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଟୁଟୁଙ୍କ ସମେତ ବଡ଼ଭାଇ ବାବୁ, ଦୁଇପୁଅ ରବୀନ୍ଦ୍ର ଓ ସୁନୀଲ ଏବଂ ଅନ୍ୟ ପକ୍ଷର ଘନ ଓ ତାଙ୍କ ପୁଅ କିରଣ ଆହତ ହୋଇଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଉଭୟ ପରିବାର ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ କେସ୍‌ ନଂ. ୧୦୬/୨୬ ଏବଂ ୧୦୭/୨୬ରେ ପୃଥକ୍‌ ମାମଲା ରୁଜୁ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଠାକୁରାଣୀ ଯାତ୍ରା ଆରମ୍ଭ, ସହର ଉତ୍ସବମୁଖର

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ରବିବାର ଆରମ୍ଭ ହୋଇଯାଇଛି। ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜି ଏବଂ…

ଜନଗଣନା କର୍ମଚାରୀଙ୍କୁ ମାଡ଼: ଧରାପଡ଼ିଲେ ୨ ଅଭିଯୁକ୍ତ

ପଟ୍ଟାଙ୍ଗି,୨୬ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଜନଗଣନା କରୁଥିବା କର୍ମଚାରୀଙ୍କ ମାଡ଼ ମାରିବା ଅଭିଯୋଗରେ ସେମ୍ୱି ଗ୍ରାମର…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

୮ ଦିନର ସଂଘର୍ଷ ପରେ ହାରିଗଲେ ଶୁଭଶ୍ରୀ

ଥୁଆମୂଳ ରାମପୁର, ୨୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଶ୍ରୀମସ୍କା ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ…

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri