ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ

ପୁରୀ,୨୯ା୪: ଆଜି ରଥ ନିର୍ମାଣ କାର୍ଯ୍ୟର ନବମ ଦିନ। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥ ନିର୍ମାଣର ଅଷ୍ଟମ ଦିନରେ ସେବକ ଓ କାରିଗରମାନେ ରଥଖଳାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ କାମ ଜାରି ରଖିଛନ୍ତି। ମଙ୍ଗଳବାର ୩ ରଥର ୪୨ଟି ତୁମ୍ବ ମଧ୍ୟରୁ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତୁମ୍ବର ଉଭୟ ପାଶର୍‌ବ ଅଖ ବିନ୍ଧ ଖୋଦେଇ ଆରମ୍ଭ ହୋଇଛି।

ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର ବିନ୍ଧ ନିକଟରେ କଣ୍ଟା ବସିବା ସହ ଅଗର ବିନ୍ଧ ହୋଇ ତୁମ୍ବଗୁଡ଼ିକର ବଳକା ଅଂଶକୁ ବାଦ୍‌ ଦେବା ପାଇଁ ତୁମ୍ବର ଘେରକଟା କାର୍ଯ୍ୟ କରତି ମହାରଣା ସେବକମାନେ ଜାରି ରଖିଛନ୍ତି। ୩ ରଥର ଘେରକଟା ଯାଇଥିବା ତୁମ୍ବଗୁଡ଼ିକର ଉଭୟ ପାଶର୍‌ବରେ ଅଖ ବିନ୍ଧ ପାଇଁ ସୂତା ମାପ ଚିହ୍ନ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜାରି ରହିଛି।

ମାପ ଚିହ୍ନ ଶେଷ ହୋଇଥିବା ତୁମ୍ବ ଗୁଡ଼ିକରେ ଅଖବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ଆବଶ୍ୟକ ପ୍ରକାରେ ଅରକଣ୍ଟା ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?