Posted inଖେଳ

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବିରାଟ କୋହଲି ଇତିହାସ ରଚିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୧୧ ରନ କରି ‘କିଙ୍ଗ କୋହଲି’ ଆଇପିଏଲରେ ୯୦୦୦ ରନ ପୂରଣ କରିଛନ୍ତି। ସେ ଆଇପିଏଲ ଇତିହାସରେ ୯୦୦୦ ରନର ମାଇଲଖୁଣ୍ଟ ଛୁଇଁବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ଦର୍ଶକମାନେ ଠିଆ ହୋଇ ବିରାଟଙ୍କ ଏହି ଐତିହାସିକ ସଫଳତାକୁ ପ୍ରଶଂସା କରିଥିଲେ। ଆଇପିଏଲରେ ସର୍ବାଧିକ ରନ କରିବାର ରେକର୍ଡ ପୂର୍ବରୁ ବିରାଟ କୋହଲିଙ୍କ ନାଁରେ ଅଛି।

ବିରାଟ ତାଙ୍କର ୯୦୦୦ ରନ ପୂରଣ କରିବା ପାଇଁ ବହୁତ ସଂଯମତାର ସହିତ ଖେଳିଥିଲେ। ସେ ଷଷ୍ଠ ଓଭରର ଶେଷ ବଲରେ ଏହି ଯାଦୁକରୀ ସଂଖ୍ୟାରେ ପହଞ୍ଚିଥିଲେ। ଆବଶ୍ୟକ ୧୧ ରନ ସ୍କୋର କରିବା ପାଇଁ, କିଙ୍ଗ କୋହଲି ୧୨ ବଲ ଖେଳିଥିଲେ।

ଆଇପିଏଲରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ

ବିରାଟ କୋହଲି – ୯,୦୧୨ରନ
ରୋହିତ ଶର୍ମା – ୭,୧୮୩ ରନ
ଶିଖର ଧାୱନ – ୬,୭୬୯ ରନ
ଡେଭିଡ ୱାର୍ନର – ୬,୫୬୫ ରନ
କେଏଲ ରାହୁଲ – ୫,୫୮୦ ରନ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ପାଇଁ ୮୧ ବଲ ବାକି ଥାଇ ବିଜୟ ହାସଲ କରିଛି। ବଲ ବାକି ଥିବା ଦୃଷ୍ଟିରୁ, ଏହା ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବବୃହତ ବିଜୟ। ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୮୧ ବଲ ବାକି ଥାଇ ମ୍ୟାଚ ଜିତିଛି। ଜୋଶ ହାଜେଲଉଡ ଏବଂ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଆକ୍ରମଣର ସମ୍ମୁଖୀନ ହୋଇ, ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମାତ୍ର ୭୫ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଆରସିବି ମାତ୍ର ୬.୩ ଓଭରରେ ମ୍ୟାଚ ଜିତିଥିଲା। ବିରାଟ କୋହଲି ଏହି ଇନିଂସ ମଧ୍ୟରେ ଆଇପିଏଲରେ ତାଙ୍କର ୯,୦୦୦ ରନ ମଧ୍ୟ ପୂରଣ କରିଥିଲେ। ବିରାଟ ୧୫ ବଲରୁ ୨୩ ରନ କରି ଅପରାଜିତ ରହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri