ଦିଗପହଣ୍ଡିରେ ବେଆଇନ ମଦ କାରବାର ଉପରେ ଚାବୁକ: ୮୪୦୦ ଲିଟର ପୋଚ ନଷ୍ଟ, ମହିଳାଙ୍କ ସମେତ ୫ ଅଭିଯୁକ୍ତ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁମ୍ଭଝରି ଗ୍ରାମ ନିକଟ ଦୁର୍ଗମ କେରାଣ୍ଡିିମାଳ ଜଙ୍ଗଲରେ ମଙ୍ଗଳବାର ଭୋର ପ୍ରାୟ ୫ଟା  ସମୟରେ ଚୋରା ମଦ  ଧରପଗଡ ପାଇଁ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏବଂ ବ୍ରହ୍ମପୁର ସଦର ଅବକାରୀ ଇନ୍ସପେକ୍ଟର ବି.ମନୋଜ କୁମାର, ଷ୍ଟ୍ରାଇକିଂ ଫୋର୍ସ ଏସ.ଆଇ ମନୀଷା ଭୋଳ,ଗୋଇନ୍ଦା ଇନ୍ସପେକ୍ଟର ବ୍ରଜ କିଶୋର ବିନ୍ଧାଣି,ଏଏସଆଇ ଉମାରାଣୀ ମହାନ୍ତି,ଦିଗପହଣ୍ଡି ଅବକାରୀ ଥାନା ଏଏସଆଇ ଏନ୍ . ତ୍ରିପତି ସଦଳବଳେ  ଅତର୍କିତ ଚଢାଉ କରି ୭୪୪ ଲିଟର ଦେଶୀମଦ ଜବତ କରିବା ସହ ୮୪୦୦ ଲିଟର ମଦ ପୋଚ ନଷ୍ଟ କରିଥିବା ଜଣାପଡିଛି । ଏହି ସମୟରେ ପୋଲିସ କୁମ୍ଭଝରି  ଗ୍ରାମର ମାର୍କଣ୍ଡ ମଲ୍ଲିକ(୬୦) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଅପମିଶ୍ରିତ ଦେଶୀ ରନ୍ଧାମଦ ଜବତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ.୧୮୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯିବା ସହ ଅପରାହ୍ନରେ ଅଭିଯୁକ୍ତଙ୍କୁ  ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସେହିପରି ବ୍ରହ୍ମପୁର ସଦର ଅବକାରୀ ଇନ୍ସପେକ୍ଟର କୁମ୍ଭଝରି ଗ୍ରାମ ତଳସାହି ର ରଘୁନାଥ ମଲ୍ଲିକ(୪୩) ଏବଂ ଅଶୋକ କୁମାର ମଲ୍ଲିକ(୩୨)ଙ୍କଠାରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଷ୍ଟ୍ରାଇକିଂ ଫୋର୍ସ ଏସ.ଆଇ ତଳ କୁମ୍ଭଝରି ଗ୍ରାମର ସୁରେନ୍ଦ୍ର ମଲ୍ଲିକ(୫୦)ଙ୍କ ନିକଟରୁ ୨୫ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅବକାରୀ ଗୋଇନ୍ଦା ଇନ୍ସପେକ୍ଟର କୁମ୍ଭ ଝରି ବନ୍ଧ ସାହିର ମହିଳା ଲକ୍ଷ୍ମୀ ମଲ୍ଲିକ(୨୮)ଙ୍କ ନିକଟରୁ ୧୯ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରି ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି।

ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଜଙ୍ଗଲ ମଧ୍ୟରୁ ଚୋରା ଚାଲାଣ ପାଇଁ ମହଜୁଦ ଥିବା ୬୩୦ ଲିଟର ଅପମିଶ୍ରିତ ଦେଶୀମଦକୁ ଅବକାରୀ କର୍ମଚାରୀ ବୃନ୍ଦ ଜବତ କରିଥିବା ଜଣାପଡିଛି। ଉକ୍ତ ପାହାଡିଆ ଜଙ୍ଗଲରେ  କିଛି ବ୍ୟକ୍ତି ଅପମିଶ୍ରିତ  ବିଷାକ୍ତ ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମକୁ ବେଆଇନ ଭାବେ ଯୋଗାଇ ଆସୁଥିବା ପୁଲିସ ଏବଂ ଅବକାରୀ ବିଭାଗକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରରୁ ଏହି ଜଙ୍ଗଲର  ଚଢାଉ କରାଯାଇଥିଲା । ସେହି ସମୟରେ ଅଭିଯୁକ୍ତମାନଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?