Posted inଜାତୀୟ

ଏଟିଏଫ୍‌ ମହଙ୍ଗା: ବିମାନସେବା ବନ୍ଦ ଚେତାବନୀ

ମୁମ୍ବାଇ,୨୯ା୪: ପଶ୍ଚିମ ଏସିଆ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାବେଳେ ବିମାନ ଇନ୍ଧନ (ଏଟିଏଫ୍‌) ମୂଲ୍ୟ ବୃଦ୍ଧି ପାଇଛି। ଏୟାରଲାଇନ୍ସ ବ୍ୟୟର ପ୍ରାୟ ୪୦ ପ୍ରତିଶତ ଏଟିଏଫ୍‌ ବାବଦରେ ହୋଇଥାଏ। ଏଥିସହିତ ଯୁଦ୍ଧ ସଙ୍କଟକୁ ନେଇ ଆକାଶ ସୀମା କଟକଣା ଲାଗୁ ହୋଇଥିବାରୁ ବିମାନ ଚଳାଚଳ ଖର୍ଚ୍ଚ ବୃଦ୍ଧି ପାଇଛି। ଭାରତର ଏୟାରଲାଇନ୍‌ଗୁଡ଼ିକ ଅତ୍ୟଧିକ ଚାପରେ ରହିଥିବାବେଳେ ବିମାନସେବା ବନ୍ଦ ହେବା ସମ୍ଭାବନା ଦେଖାଦେଇଥିବା ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସ୍‌ଜେଟ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି। ବିମାନସେବା ଜାରି ରଖିବାକୁ ହେଲେ ଏଟିଏଫ୍‌ ମୂଲ୍ୟରେ ସଂଶୋଧନ ସମେତ ଆର୍ଥତ୍କ ସହାୟତା ପ୍ରଦାନ ନିମନ୍ତେ ସେମାନେ ଦାବି କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏୟାରଲାଇନ୍ସ (ଏଫ୍‌ଆଇଏ) ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପତ୍ର ଲେଖି ଅତୀତର କ୍ରାକ୍‌ ବ୍ୟାଣ୍ଡ୍‌ ବ୍ୟବସ୍ଥା ଅନୁଯାୟୀ, ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଏଟିଏଫ୍‌ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ ସମାନ କରାଯାଉ ବୋଲି ଦାବି କରିଛି। ବିମାନ ଇନ୍ଧନ ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧି ତଥା କ୍ରୁଡ୍‌ ଏବଂ ଏଟିଏଫ୍‌ ମଧ୍ୟରେ ଅତ୍ୟଧିକ ପାର୍ଥକ୍ୟ ଯୋଗୁ ବିମାନ ଚଳାଚଳ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ମହାସଂଘ ଜଣାଇଛି। ବିମାନ ଇନ୍ଧନର ଅଯୌକ୍ତିକ ଦରବୃଦ୍ଧି ଏୟାରଲାଇନ୍‌ଗୁଡ଼ିକ ପାଇଁ ଅତ୍ୟଧିକ କ୍ଷତି ଘଟାଇବ ଏବଂ ବିମାନସେବା ବନ୍ଦ କରିବାକୁ ବାଧ୍ୟ କରିବ। ଫଳରେ ବିମାନ ଉଡ଼ାଣ ବାତିଲ ହେବ ବୋଲି ମହାସଂଘ କହିଛି। ତେଣୁ ଆମେ ବର୍ତ୍ତମାନର ସ୍ଥିତିରୁ ମୁକୁଳିବା ପାଇଁ ତୁରନ୍ତ ଓ ଅର୍ଥପୂର୍ଣ୍ଣ ଭାବେ ଆର୍ଥତ୍କ ସହାୟତା ଯୋଗାଇଦେବା ନିମନ୍ତେ ସରକାର ହସ୍ତକ୍ଷେପ କରିବାକୁ ଆମେ ଦାବି କରୁଛୁ ବୋଲି ଫେଡେରେଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି। ଏଟିଏଫ୍‌ ଉପରେ ୧୧ ପ୍ରତିଶତ ସୀମାଶୁଳ୍କ ଲାଗୁ ହେଉଥିବାବେଳେ ଏହାକୁ ସାମୟିକ ଘୁଞ୍ଚାଇବା ପାଇଁ ମଧ୍ୟ ଦାବି ହୋଇଛି।
ଯୁଦ୍ଧ ପୂର୍ବବର୍ତ୍ତୀ ସମୟ ତୁଳନାରେ ଏଟିଏଫ୍‌ ମୂଲ୍ୟରେ ଅସ୍ବାଭାବିକ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏବଂ ୧୧ ପ୍ରତିଶତ ସୀମାଶୁଳ୍କ ଏୟାରଲାଇନ୍‌ଗୁଡ଼ିକର ଖର୍ଚ୍ଚକୁ ବହୁଗୁଣିତ କରିଥିବା ସେମାନେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ସରକାର ଘରୋଇ ବିମାନ ଚଳାଚଳ ପାଇଁ ଏଟିଏଫ୍‌ ମୂଲ୍ୟ ଲିଟର ପ୍ରତି ୧୫ ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ୭୩ ଟଙ୍କା ବୃଦ୍ଧି କରିଥିଲେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପୂର୍ବରୁ ଫେବୃଆରୀରେ ଏଟିଏଫ୍‌ ଦର ନୂଆଦିଲ୍ଲୀରେ କିଲୋ ଲିଟର ପ୍ରତି ୯୨,୩୨୩ ଟଙ୍କା ଥିବାବେଳେ ଏବେ ତାହା ବୃଦ୍ଧିପାଇ ୧,୦୫,୦୦୦ ଟଙ୍କାରେ ପହଞ୍ଚତ୍ଛି। ଫଳରେ ଏପ୍ରିଲରେ ଘରୋଇ ବିମାନ ସମେତ ଅନ୍ତର୍ଜାତୀୟ ଉଡ଼ାଣ ସ୍ଥିତି ସମ୍ପୂର୍ଣ୍ଣ ଅନୁପଯୋଗୀ ଏବଂ ବିମାନ ଚଳାଚଳ ସେକ୍ଟର ପାଇଁ ଅତ୍ୟଧିକ କ୍ଷତିକାରକ ହୋଇଛି। ବର୍ତ୍ତମାନର ସ୍ଥିତି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳରେ ଗୁରୁତର ଅସନ୍ତୁଳନ ସୃଷ୍ଟି କରିବା ସହ ଏୟାରଲାଇନ୍ସ ନେଟ୍‌ଓ୍ବର୍କକୁ ଅପରିହାର୍ଯ୍ୟ ଓ ଅଣନିରନ୍ତର କରିଦେଇଛି। ସେଥିପାଇଁ ଏଟିଏଫ୍‌ ମୂଲ୍ୟରେ ସଂଶୋଧନ ସହ ଆର୍ଥତ୍କ ସହାୟତା ପ୍ରଦାନ ଲାଗି ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଥିବା ଏଫ୍‌ଆଇଏ କହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?