ନ୍ୟାୟର ଦେବତା ହେଉଛନ୍ତି ଶନି । ସାଡେ ସତୀ ସମୟରେ କିଛି ରାଶି ଉପରେ ତାଙ୍କର କଠୋର ଦୃଷ୍ଟି ପକାଇଥାନ୍ତି। ବର୍ତ୍ତମାନ ତିନୋଟି ରାଶି ଶନି ସାଡେ ସତୀରେ ଅନ୍ତର୍ଭୁକ୍ତ ଅଛନ୍ତି। ସାଡେ ସତୀର ସାଢେ ସାତ ବର୍ଷର ଅବଧିରେ ଅଢେଇ ବର୍ଷ ଲେଖାଏଁ ତିନୋଟି ପର୍ଯ୍ୟାୟ ଥାଏ, ଯେଉଁଥିରେ ଦ୍ୱିତୀୟ ପର୍ଯ୍ୟାୟ ସବୁଠାରୁ କଷ୍ଟକର ସମୟ ହୋଇଥାଏ। ତେବେ ସାଡେ ସତୀର ପ୍ରତ୍ୟେକ ପର୍ଯ୍ୟାୟରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଏବଂ ନିଜକୁ ରକ୍ଷା କରିବା ପାଇଁ କ’ଣ ପଦକ୍ଷେପ ନିଆଯିବା ଉଚିତ ଚାଲନ୍ତୁ ସେ ବିଷୟରେ ଅଧିକା ଏଠାରେ ଜାଣିବା ।
ବର୍ତ୍ତମାନ, ଶନିଙ୍କ ଷାଢେ ସତୀ ମୀନ, କୁମ୍ଭ ଏବଂ ମେଷ ରାଶିକୁ ପ୍ରଭାବିତ କରୁଛି। ଷାଢେ ସତୀର ପ୍ରଥମ ପର୍ଯ୍ୟାୟ ମେଷ ରାଶିକୁ ପ୍ରଭାବିତ କରୁଛି, ଷାଢେ ସତୀର ଦ୍ୱିତୀୟ ପର୍ଯ୍ୟାୟ ମୀନ ରାଶିକୁ ପ୍ରଭାବିତ କରୁଛି ଏବଂ ଷାଢେ ସତୀର ତୃତୀୟ ପର୍ଯ୍ୟାୟ କୁମ୍ଭ ରାଶିକୁ ପ୍ରଭାବିତ କରୁଛି। ବର୍ତ୍ତମାନ, ଶନି ମୀନ ରାଶିରେ ଅଛନ୍ତି ଏବଂ ଏହି ରାଶି ପାଇଁ ସବୁଠାରୁ ଅଧିକ ଅସୁବିଧା ସୃଷ୍ଟି କରୁଛନ୍ତି। ଶନି ୩ ଜୁନ୍, ୨୦୨୭ ପର୍ଯ୍ୟନ୍ତ ମୀନ ରାଶିରେ ଗୋଚର କରିବେ ଏବଂ ତା’ପରେ ମେଷ ରାଶିରେ ଗୋଚର କରିବେ।
ମେଷ ରାଶି ଶନିଙ୍କ ଷଡ଼ସତୀର ପ୍ରଥମ ପର୍ଯ୍ୟାୟରେ ଅଛି, ଯାହା ଜୁନ୍୨୦୨୭ ପର୍ଯ୍ୟନ୍ତ ରହିବ। ପ୍ରତିକାର – ଶନିଙ୍କ ଷଡ଼ସତୀର ପ୍ରଥମ ପର୍ଯ୍ୟାୟରେ ଭଗବାନ ହନୁମାନଙ୍କ ପୂଜା କରିବା ଲାଭଦାୟକ।
ମୀନ ରାଶି ବର୍ତ୍ତମାନ ଷଡସତୀର ଦ୍ୱିତୀୟ ପର୍ଯ୍ୟାୟ ଅନୁଭବ କରୁଛି। ତୃତୀୟ ପର୍ଯ୍ୟାୟ ଜୁନ୍ ୨୦୨୭ରେ ଆରମ୍ଭ ହେବ ଏବଂ ମୀନ ରାଶି ଷଡସତୀରୁ ମୁକ୍ତ ହେବ ୨୦୩୨ ମସିହାରେ। ଏହି ସମୟ ମଧ୍ୟରେ ଯେକୌଣସି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପ୍ରତିକାର : ଦାନ କରନ୍ତୁ ଏବଂ ଭଲ ଆଚରଣ ବଜାୟ ରଖନ୍ତୁ।

