ଟିପିସିଓଡିଏଲ୍‌ ପକ୍ଷରୁ ସେଫ୍ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର,୨୫।୪(ଅନୁରାଧା ମହାରଣା): ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଜାତୀୟ ସୁରକ୍ଷା ମାସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ମାର୍ଚ୍ଚ ୪ରୁ ଏପ୍ରିଲ ୩, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଅଂଶୀଦାରମାନଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି, ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ନିରାପଦ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉଦ୍‌ଯାପନୀ ସମାରୋହରେ ବରିଷ୍ଠ ନେତୃବୃନ୍ଦ, ସମସ୍ତ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ୍‌ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅଧିବେଶନରେ ଅଧିକାରୀମାନେ ଦୈନନ୍ଦିନ କାର୍ଯ୍ୟରେ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଟିପିସିଓଡିଏଲ୍‌ର ପରିଚାଳନା କ୍ଷେତ୍ରରେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ହାସଲକରିବା ଉପରେ ପୁନର୍ବାର ଗୁରୁତ୍ୱାରୋପ କରିଥିଲେ। କର୍ମଚାରୀମାନଙ୍କୁ ସୁରକ୍ଷା କାର୍ଯ୍ୟପ୍ରଣାଳୀ ସହ ଜଡ଼ିତ କରିବା ପାଇଁ ମାସସାରା ସୁରକ୍ଷା ସଚେତନତା ଅଭିଯାନ, କୁଇଜ୍‌ ପ୍ରତିଯୋଗିତା, ସୁରକ୍ଷା ଶପଥ ପାଠ, ପିପିଇ ସଚେତନତା ଅଧିବେଶନ, ମକ୍‌ ଡ୍ରିଲ୍‌, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କ୍ଷେତ୍ରସ୍ତରୀୟ ସୁରକ୍ଷା ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ବିଶେଷକରି କ୍ଷେତ୍ର କର୍ମଚାରୀ ଏବଂ ଚୁକ୍ତିଭିିତ୍ତିକ ଶ୍ରମିକମାନଙ୍କୁ ବିଦ୍ୟୁତ୍‌ ସୁରକ୍ଷା, ବିପଦ ଚିହ୍ନଟ ଏବଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ ସିଂ କହିଛନ୍ତି, ନିରନ୍ତର ସଚେତନତା ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛୁ।

DhaOdisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଖରେ ମଞ୍ଚ ଉପରେ ବସିଥିବା ମହିଳା କିଏ? ଯାହାଙ୍କ ମଥାରେ ହାତ ବୁଲାଇ ଦେବାରୁ କାନ୍ଦି ପକାଇଲେ…

କୋଲକାତା,୨୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଣିହାଟିରେ ଆୟୋଜିତ ସାଧାରଣ ସଭାରେ ଏକ ଗଭୀର ଭାବପ୍ରବଣ ମୁହୂର୍ତ୍ତ ପ୍ରକାଶ ପାଇଛି। ରାଲିରେ, ପ୍ରଧାନମନ୍ତ୍ରୀ…

ହୁଗୁଳିରେ ଫଟୋ ସୁଟ କଲେ ମୋଦି, ଏବେ କ୍ଲାସ ନେଉଛନ୍ତି ଦିଦି

କୋଲକାତା,୨୫।୪: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡଙ୍ଗା ଯାତ୍ରା ସମ୍ପର୍କରେ ମମତା ବାନାର୍ଜୀ ବଡ଼ ଟାର୍ଗେଟ କରିଛନ୍ତି। ପ୍ରାସଙ୍ଗିକ ପ୍ରଶ୍ନ ଉଠାଇ ସେ ମନ୍ତବ୍ୟ ଦେଇଛନ୍ତି, ‘ଆମର…

ପତୋରା ଡ୍ୟାମ୍‌ରୁ ଜଳଯୋଗାଣ ବାଧାପ୍ରାପ୍ତ: ସହରକୁ ମିଳୁନି ପାଣି

ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି।…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

୪ ଛୁଆ ଜନ୍ମ କର, ଜଣଙ୍କୁ RSSର ସ୍ବୟଂସେବକ କର: ଧୀରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୨୫।୪: ନାଗପୁରରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ, ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କୁ ଚାରୋଟି ସନ୍ତାନ ଜନ୍ମ କରିବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ…

ରାଘବ ପୁଣି ଦେବେ ଝଟ୍‌କା? କେଜରିୱାଲଙ୍କ ବଢିଲା ଟେନଶନ

ନୂଆଦିଲ୍ଲୀ,୨୫।୪: ରାଘବ ଚଢା ଆମ ଆଦମୀ ପାର୍ଟି (AAP) ଛାଡି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି। ରାଘବଙ୍କ ସହିତ ଅନ୍ୟ ଛଅ ଜଣ…

ହାସ୍ୟ ଅଭିନେତା ରାଜ ଶର୍ମାଙ୍କ ପରଲୋକ, ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୨୫।୪:  ଡାଲାସ୍‌ର ପ୍ରସିଦ୍ଧ ହାସ୍ୟାଭିନେତା ରାଜ ଶର୍ମାଙ୍କ ଦେହାନ୍ତ ହୋଇଯାଇଛି । ୫୦ ବର୍ଷ ବୟସରେ ୨୪ ଏପ୍ରିଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବର୍ତ୍ତମାନ,…

ରାଘବଙ୍କ ଠାରୁ ଏତେ ଗୁଣା ଅଧିକ ଧନୀ ପତ୍ନୀ ପରିଣୀତି, ଜାଣନ୍ତୁ ଏମାନଙ୍କ ନେଟ ଓ୍ବର୍ଥ

ନୂଆଦିଲ୍ଲୀ,୨୫।୪: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ତାଙ୍କ ସ୍ବାମୀ ରାଘବ ଚଢା ବର୍ତ୍ତମାନ ଖବରର ଶିରୋନାମାରେ ଅଛନ୍ତି। ପ୍ରକୃତରେ, ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri