ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଉପକୃତ ହେବେ ଏମାନେ…

କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ ସବଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଉଚ୍ଚବାଲି, କେନ୍ଦୁଝର ପାଇଁ ସବଷ୍ଟେଶନ ସମେତ ୫ ଟି ନୂଆ ଟ୍ରାନ୍ସମିଶନ ଲାଇନ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିବ।
ବିଦ୍ୟୁତ୍‌ ବିଭ୍ରାଟକୁ ରୋକିବା ପାଇଁ ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡର ଉନ୍ନତିକରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଆମେ Hotline Maintenance ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛୁ, ଯାହାଦ୍ୱାରା ତାରରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିବା ସମୟରେ ମଧ୍ୟ ମରାମତି କାମ କରାଯାଇପାରିବ।
ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ State Load Despatch Centre (SLDC) ରାଜ୍ୟର ବିଦ୍ୟୁତ୍‌ ପରିଚାଳନା ପାଇଁ ‘ହାର୍ଟ’ ସଦୃଶ କାର୍ଯ୍ୟ କରିବ। ଏହାସହ STAMS ପ୍ରକଳ୍ପ ଜରିଆରେ ୭୦ଟି ଗ୍ରୀଡର ରିମୋଟ ମାଧ୍ୟମରେ ପରିଚାଳନା କରାଯାଇ ତ୍ରୁଟିଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି। ଯାହାକୁ ଶିଳ୍ପ ଅଭିବୃଦ୍ଧି ସହିତ ଓଡ଼ିଶାର ଭବିଷ୍ୟତ ବିଦ୍ୟୁତ୍‌ ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟର ଶକ୍ତି ଭିତ୍ତିଭୂମି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୦ରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ଥିବାବେଳେ ଆଜି ତାହା ୧ କୋଟିରେ ପହଞ୍ଚିଛି । ଏହି ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ୨୦୩୬ ସୁଦ୍ଧା ରାଜ୍ୟରେ ଆହୁରି ୩୪ଟି ନୂଆ ଗ୍ରୀଡ ସବଷ୍ଟେଶନ କରାଯିବ । ବିଶେଷ କରି ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତିରେ ପ୍ରଥମ ଥର ପାଇଁ ୭୬୫ କେଭି ଗ୍ରୀଡ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ସେହିପରି ମଞ୍ଚେଶ୍ୱରଠାରେ ନୂତନ ଷ୍ଟେଟ ଲୋଡ ଡିସପାଚ ସେଣ୍ଟର (SLDC) ବିଦ୍ୟୁତ୍‌ ପରିଚାଳନାକୁ ଆହୁରି ସ୍ମାର୍ଟ କରିବ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କେନ୍ଦୁଝର ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇ କହିଛନ୍ତି, ମୁଁ ବାରମ୍ବାର କହିଛି, ଖଣି ଖାଦାନରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରାଯିବ। କେନ୍ଦୁଝର ଏତେ ଦିନ ଧରି ରାଜ୍ୟକୁ ସମୃଦ୍ଧି ଦେଇ ଆସିଛି, ଏବେ ସମୟ ଆସିଛି କେନ୍ଦୁଝରକୁ ତାର ହକ ଫେରାଇବାର। ଏହି ଅବସରରେ ସେ ବଡ଼ବିଲ ରିଂ-ରୋଡ୍ର କାର୍ଯ୍ୟ ଏବଂ ଆଗାମୀ ମେଗା ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଜାପାନର ପ୍ରସିଦ୍ଧ JFE Steel କୁ କେନ୍ଦୁଝରରେ କାରଖାନା ଗଢ଼ିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ଭବିଷ୍ୟତର ’ଇଲେକ୍ଟ୍ରିକାଲ ଷ୍ଟିଲ’ ଉତ୍ପାଦନ କରିବ। ଜିଲାରେ ବଢୁଥିବା ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ୨୦ ବର୍ଷର ଆବଶ୍ୟକତାକୁ ପୂରଣ କରିବା ଭଳି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । “କେନ୍ଦୁଝରର ବିକାଶ ଦାୟିତ୍ୱ ମୋର” ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ରାଜ୍ୟରେ ସମସ୍ତ ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ ସୁନିଶ୍ଚିତ ହେବାପାଇଁ ଆମ ସରକାର ଦୃଢ଼ କାର୍ଯ୍ୟରତ। ଆଜିର ଗ୍ରୀଡ ସବଷ୍ଟେଶନ କେବଳ କେନ୍ଦୁଝର ନୁହେଁ ଏହାର ପାୱାର ସପ୍ଲାଏ ଆଣେ ସୁନ୍ଦରଗଡ଼, ଅନୁଗୋଳ, ବଇଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ କରିବୁ। ଆଗାମୀ ଦିନରେ କେନ୍ଦୁଝର ଅଞ୍ଚଳରେ ଥିବା ସମସ୍ତ ଉପାନ୍ତ ଅଞ୍ଚଳରେ ଯେଉଁଠାରେ ବିଦ୍ୟୁତ କନେକ୍ସନ ନାହିଁ, ସେ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ପହଂଚାଇବା ଲକ୍ଷ୍ୟ ରଖିଛୁ। ପ୍ରଧାନମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ୨୦୨୮ ସୁଦ୍ଧା ସମଗ୍ର ଓଡ଼ିଶା ବିଦ୍ୟୁତ ସଙ୍କଟରୁ ବାହାରିବ।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକିର ମୋହନ ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ, OPTCL CMD, ଭାସ୍କର ଜ୍ୟୋତି ଶର୍ମା, ଜିଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଜିଲାସ୍ତରରେ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ, ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଜିଲାପାଳ

ଦାରିଙ୍ଗବାଡି, ୨୦।୯(ଅରୁଣ ସାହୁ ): କନ୍ଧମାଳ ଜିଲା ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ରବିବାର ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ, ଫୁଲବାଣୀ ଠାରେ ଜିଲାସ୍ତରୀୟ…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?