ଚାଲିଥିଲା ସଟ୍ଟାଖେଳ: ମାଡି ବସିଲା ସଦର ଥାନା ପୋଲିସ୍, ୫ଅଭିଯୁକ୍ତ…

ବରଗଡ଼, ୨୩।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସଦର ଥାନା ପୋଲିସ୍ ସଟ୍ଟା କାରବାରରେ ବୁଧବାର ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ବର ଗ୍ରାମର ନେପାଳ ସାହୁ(୪୬), ସଦାନନ୍ଦ ସାହୁ (୩୯), ଗିରିଜା ଶଙ୍କର ସାହୁ(୩୯), ଶୁରୁବାବୁ ସାହୁ (୪୫) ଏବଂ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତି ପଡାର ସନ୍ତୋଷଜନକ ପୋପଟାନୀ(୪୨) । ସେମାନଙ୍କ ପାଖରୁ ନଗଦ ୧୦ହଜାର ୨୧୦ ଟଙ୍କା, ସଟ୍ଟା ଖେଳରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ, ଗୋଟିଏ ମୋବାଇଲ, ଗୋଟିଏ ଜୁପିଟର ସ୍କୁଟି (ନଂ-ଓଡି୧୭ପି ୮୩୪୭), ଗୋଟିଏ ହୋଣ୍ଡା ସାଇନ ବାଇକ୍ (ନଂ-ଓଡି୧୭ୟୁ ୬୫୦୭) ଜବତ ହୋଇଛି। ଏ ନେଇ ବରଗଡ଼ ସଦର ଥାନା ପୋଲିସ୍ ଏକ ମାମଲା (ନଂ-୧୨୩/୨୪) ରୁଜୁ କରି ଅଧିକ ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଟଙ୍କା ପଡ଼ିଯାଇଛି’ କହି ପୋଷ୍ଟମାଷ୍ଟରଙ୍କୁ ଫସାଇଲେ, ଆଖି ପିଛୁଳାକେ ୮୦ ହଜାର ଟଙ୍କା ଝାମ୍ପି ନେଲେ ୪ ଲୁଟେରା

ଦିଗପହଣ୍ଡି,୨୩|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ – ଆସିକା ମୁଖ୍ୟରାସ୍ତା କଡ଼ରେ ଥିବା ଏକ ହୋଟେଲ ସମ୍ମୁଖରୁ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା ।ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ ଥିବା…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

ବ୍ୟାଙ୍କ କାମ ସାରି ଘରକୁ ଫେରୁଥିଲେ, ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି; ଚାଲିଗଲା ପୂର୍ବତନ ଓ୍ବାର୍ଡ ସଦସ୍ୟାଙ୍କ ଜୀବନ…

ଦିଗପହଣ୍ଡି, ୨୩।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ସାନଖେମୁଣ୍ଡି…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ଗୁରୁତର

ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ

ଥୁଆମୂଳ ରାମପୁର, ୨୩।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଏକ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାବତୀ ନଦୀର ବାଗଝୋଲା ଘାଟ…

ଅଳିଆ ମୁକ୍ତ ହେବ ଦାରିଙ୍ଗବାଡି

ଦାରିଙ୍ଗବାଡି,୨୩।୪(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଅଳିଆ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ କ୍ଲିନ ଦାରିଙ୍ଗବାଡି ଗ୍ରୀନ୍‌ ଦାରିଙ୍ଗବାଡି ଅଭିଯାନ ଆରମ୍ଭ…

କେନ୍ଦୁଝର ଜିଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ: ଚାକିରିରୁ ବେନିୟମ ବିଦା ଅଭିଯୋଗ, ଆବେଦନ କଲେ ପୁନଃ ବିଚାର ପାଇଁ ନିର୍ଦ୍ଦେଶ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର,୨୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ, ଶୁଭକାନ୍ତ ନାୟକ, ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ (DMF) କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri