Posted inଖେଳ

ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ,୨୬ା୪: ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ (ଜିଟି) ୮ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ପରାସ୍ତ କରିଛି। ଲଗାତର ଦୁଇ ପରାଜୟ ପରେ ଏହି ବିଜୟ ସହ ଗୁଜରାଟ ତା’ର ପରାଜୟ ଧାରା ଭାଙ୍ଗିଛି। ଗୁଜରାଟ ୮ ମ୍ୟାଚ୍‌ରେ ଚତୁର୍ଥ ବିଜୟ ସହ ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଚେନ୍ନାଇ ୮ ମ୍ୟାଚ୍‌ରେ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଖସିଛି। ଏହି ମ୍ୟାଚ୍‌ ଜରିଆରେ ଋତୁରାଜ ଗାଏକ୍ୱାଡ ଆଇପିଏଲ୍‌ରେ ୧୦୦ ଛକା ଓ ସଞ୍ଜୁ ସାମସନ ୫ ହଜାର ରନ ପୂରଣ କରିଛନ୍ତି।

ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଚେନ୍ନାଇର ବ୍ୟାଟରମାନେ ସଂଘର୍ଷ କରିଥିଲେ। ଅଧିନାୟକ ଋତୁରାଜ ଗାଏକ୍ୱାଡ ଗୋଟିଏ ପକ୍ଷରେ ସଂଘର୍ଷ କରୁଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଘଟିଥିଲା। ଦଳ ମାତ୍ର ୩୭ ରନ ମଧ୍ୟରେ ଭଲ ଫର୍ମରେ ଥିବା ସଞ୍ଜୁ ସାମସନ (୧୫ ବଲ, ୧୧ ରନ୍‌, ୨ ଚୌକା), ଉର୍ଭିଲ ପଟେଲ (୪), ସର୍ଫରାଜ ଖାନ (୦), ଡଓ୍ୱୋଲ୍ଡ ବ୍ରେଭିସ (୨)ଙ୍କ ଉଇକେଟ ହରାଇଥିଲା।

ଦଳୀୟ ସ୍କୋର ୧୨ତମ ଓଭରରେ ୫୦ ଅତିକ୍ରମ କରିଥିଲା। ସେତେବେଳକୁ ଋତୁରାଜ ୩୬ ବଲରେ ୨୦ ରନରେ ବ୍ୟାଟିଂ କରୁଥିଲେ। କିନ୍ତୁ ୧୩ତମ ଓଭରରେ ଋତୁରାଜ ଗିୟର ବଦଳାଇଥିଲେ। ଶିଭମ ଦୁବେଙ୍କ ସହ ଋତୁରାଜ ମିଶି ପଞ୍ଚମ ଉଇକେଟରେ ୭.୧ ଓଭରରେ ୫୯ ରନ ଯୋଡ଼ିଥିଲେ। ଦୁବେ (୧୭ ବଲ, ୨୨ ରନ, ୩ ଚୌକା ଓ ୧ ଛକା) ଆଉଟ୍‌ ହେବା ପରେ ଋତୁରାଜ ଗାଏକ୍ୱାଡ ଏକାକୀ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କୁ କାର୍ତ୍ତିକ ଶର୍ମା (୯ ବଲ, ୧୫ ରନ, ୩ ଚୌକା) ଓ ଜେମି ଓଭର୍ଟନ (୬ ବଲ, ୧୮ ରନ, ୩ ଚୌକା ଓ ୧ ଛକା) ସମର୍ଥନ ଦେଇଥିଲେ। ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୫୮ ରନ କରିଥିଲା। ଋତୁରାଜ ୬୦ ବଲରେ ୬ ଚୌକା ଓ ୪ ଛକା ସହିତ ୭୪ ରନ କରି ଅପରାଜିତ ରହିଥିବା ବେଳେ ଗୁଜରାଟ ପାଇଁ କାଗିସୋ ରାବାଡା ୩ ଓ ଅର୍ଶଦ ଖାନ ୨ ଉଇକେଟ ନେଇଥିଲେ। ଜବାବରେ ଗୁଜରାଟ ୧୬.୪ ଓଭରରେ ୨ ଉଇକେଟ ହରାଇ ୧୬୨ ରନ କରିନେଇଥିଲା। ସୁଦର୍ଶନ ୪୬ ବଲରେ ୮୭ (୪ ଚୌକା ଓ ୭ ଛକା) ଓ ଅଧିନାୟକ ଶୁବମନ ଗିଲ ୩୩ (୧ ଚୌକା ଓ ୩ ଛକା) ରନ କରି ଆଉଟ୍‌ ହୋଇଥିଲେ। ଜୋଶ ବଟଲର ଅପରାଜିତ ୩୯ (୪ ଚୌକା ଓ ୧ ଛକା) କରି ମ୍ୟାଚ୍‌ ଫିନିଶ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?