NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା ଭାରତୀୟ ବା NRI (Non-Resident Indian) ମାନଙ୍କ ମନରେ ଏକ ବଡ଼ ପ୍ରଶ୍ନ ଥାଏ ଯେ, ଯଦି ସେମାନଙ୍କ ପାସପୋର୍ଟରେ ବିଦେଶୀ ଠିକଣା ରହିଛି, ତେବେ ସେମାନେ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ କି ନାହିଁ? ଏବେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଏହି ଦ୍ୱନ୍ଦ୍ୱକୁ ଦୂର କରିଛି।

UIDAIର ନୂଆ ନିୟମ ଅନୁଯାୟୀ, ଜଣେ NRI ନିଜ ପାସପୋର୍ଟରେ ଥିବା ବିଦେଶୀ ଠିକଣା ବ୍ୟବହାର କରି ମଧ୍ୟ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ। ଯଦି ଆପଣଙ୍କ ପାସପୋର୍ଟରେ ଭାରତ ବଦଳରେ ବିଦେଶର ଠିକଣା ଉଲ୍ଲେଖ ଅଛି, ତଥାପି ଆପଣଙ୍କୁ ଆଧାର କାର୍ଡ ମିଳିବାରେ କୌଣସି ଅସୁବିଧା ହେବ ନାହିଁ। ଆଧାର କାର୍ଡରେ ମଧ୍ୟ ସେହି ବିଦେଶୀ ଠିକଣାକୁ ହିଁ ବ୍ୟବହାର କରାଯାଇପାରିବ।

କ’ଣ ରହିଛି UIDAI ର ନିୟମ?
ଏନ୍‌ଆର୍‌ଆଇ ମାନଙ୍କ ପାଇଁ UIDAI କିଛି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି:
ମୁଖ୍ୟ ଦଲିଲ: ଆବେଦନ ସମୟରେ ପାସପୋର୍ଟକୁ ହିଁ ପ୍ରମୁଖ ଦଲିଲ ଭାବେ ଗ୍ରହଣ କରାଯିବ।
ଫର୍ମ ଚୟନ: ଆବେଦନକାରୀଙ୍କ ଶ୍ରେଣୀ ଅନୁସାରେ ଫର୍ମ ନମ୍ବର ୨, ୪ କିମ୍ବା ୬ ପୂରଣ କରିବାକୁ ପଡ଼ିବ।

ବାଧ୍ୟତାମୂଳକ ସର୍ତ୍ତ: ଆଧାର ପଞ୍ଜୀକରଣ ପାଇଁ NRI ବ୍ୟକ୍ତିଜଣଙ୍କୁ ଭାରତରେ ଉପସ୍ଥିତ ରହିବା ଜରୁରୀ। କାରଣ ବାୟୋମେଟ୍ରିକ ଡାଟା (ଆଙ୍ଗୁଠି ଚିହ୍ନ ଏବଂ ଆଖିର ସ୍କାନ) କେବଳ ଆଧାର କେନ୍ଦ୍ରରେ ହିଁ ନିଆଯାଇଥାଏ। ଏହି ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ।

କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
ଅନେକ ସମୟରେ ବିଦେଶରେ ଦୀର୍ଘ ଦିନ ଧରି ରହୁଥିବା ଭାରତୀୟଙ୍କ ପାଖରେ ନିଜ ଦେଶର କୌଣସି ସ୍ଥାୟୀ ଠିକଣା ନ ଥାଏ। ଏହି ସୁବିଧା ଫଳରେ ସେମାନେ ଭାରତରେ ଆର୍ଥିକ କାରବାର ଏବଂ ଅନ୍ୟାନ୍ୟ ସେବାଗୁଡ଼ିକର ସହଜରେ ଲାଭ ଉଠାଇ ପାରିବେ। ତେଣୁ ଯଦି ଆପଣ ଜଣେ NRI, ତେବେ ପରବର୍ତ୍ତୀ ଭାରତ ଗସ୍ତ ସମୟରେ ନିକଟସ୍ଥ ଆଧାର ସେବା କେନ୍ଦ୍ରକୁ ଯାଇ ନିଜର ଆଧାର କାର୍ଡ ବନାଇ ପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?