Posted inଫୁରସତ

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ ସୁବିଧା ପାଏ, ସେତେବେଳେ ହିଁ ସମାଜରେ ସଫଳତା ଓ ସାର୍ଥକତା ପ୍ରତିଷ୍ଠା ହୁଏ। ଏହା ସମାନତା, ସାମାଜିକ ନ୍ୟାୟ ଓ ସହଭାଗିତାର ଏକ ଶକ୍ତିଶାଳୀ ସନ୍ଦେଶ ଦେଇଥାଏ। ଅନ୍ତ୍ୟୋଦୟ ହେଉଛି ଏକାତ୍ମ ମାନବ ଦର୍ଶନର ପ୍ରାୟୋଗିକ ରୂପ। ମୌଳିକ ଭାରତୀୟ ବିଚାରଧାରକୁ ଦର୍ଶାଉଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦ୍ୱାରା ପ୍ରତିପାଦିତ ଏକାତ୍ମ ମାନବ ଦର୍ଶନ ହେଉଛି ଆମ ସଂସ୍କୃତି ଓ ଜୀବନମୂଲ୍ୟ ଉପରେ ଆଧାରିତ ବ୍ୟକ୍ତି, ସମାଜ, ପ୍ରକୃତି ଓ ପରମେଶ୍ୱରଙ୍କ ମଧ୍ୟରେ ସମନ୍ବୟ ସୃଷ୍ଟି କରି ସର୍ବାଙ୍ଗୀନ ବିକାଶର ଲକ୍ଷ୍ୟକୁ ପୂରଣ କରିବା। ଆଧୁନିକ ବିଶ୍ୱରେ ପୁଞ୍ଜିବାଦ ଓ ସାମ୍ୟବାଦ ଭଳି ପାଶ୍ଚାତ୍ୟ ବିଚାରଧାରା ମାନବ ଜୀବନକୁ କେବଳ ଆର୍ଥିକ ମାନଦଣ୍ଡରେ ମାପିଥାଏ। କିନ୍ତୁ ଏକାତ୍ମ ମାନବ ଦର୍ଶନ ମାନବକୁ କେବଳ ଶରୀର ନୁହେଁ, ବରଂ ମନ, ବୁଦ୍ଧି ଓ ଆତ୍ମାର ସମନ୍ବିତ ଏକ ସମଗ୍ର ସ୍ବରୂପ ଭାବେ ଦେଖେ। ଏହି ଦର୍ଶନର ମୂଳଭିତ୍ତି ହେଉଛି ସମନ୍ବୟବାଦ, ଯାହା ଜୀବନର ସମସ୍ତ ଦିଗକୁ ସମାନ ଗୁରୁତ୍ୱ ଦେଇ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରେ। ଯେତେବେଳେ ସରକାର ଓ ସମାଜ ମିଶି ସବୁଠାରୁ ଦୁର୍ବଳ ଲୋକଙ୍କୁ ସହାୟତା କରେ, ସେତେବେଳେ ସତ୍ୟ ସମାନତା ଓ ନ୍ୟାୟ ସ୍ଥାପନ ହୁଏ। ଏହା ଦ୍ୱାରା ଗରିବ, ବୟୋଜ୍ୟେଷ୍ଠ ଓ ଅସହାୟ ବ୍ୟକ୍ତିମାନେ ସୁରକ୍ଷିତ ଓ ସମ୍ମାନପୂର୍ଣ୍ଣ ଜୀବନ ଅତିବାହିତ କରିପାରନ୍ତି। ଏହାକୁ ଆଧାର କରି ଅଭିଜ୍ଞ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସାମାଜିକ ସୁରକ୍ଷା ପାଇଁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ   ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଆମ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।
     ଭାରତୀୟ ଦୀର୍ଘକାଳୀନ ଆୟୁ ଅଧ୍ୟୟନ ଅନୁସାରେ ୨୦୧୧ ଜନଗଣନାକୁ ଅନୁଧ୍ୟାନ କଲେ ଜଣାଯାଏ, ୬୦ ବର୍ଷରୁ ଊର୍ଦ୍ଧ୍ୱ କେବଳ ୮.୬% ଜନସଂଖ୍ୟା ଅଛି। କିନ୍ତୁ ୨୦୫୦ ସୁଦ୍ଧା ଏହା ୧୯.୫% ହେବାର ସମ୍ଭାବନା ରହିଛି, ଯାହାକି ପ୍ରାୟ ୩୧.୯ କୋଟି ବରିଷ୍ଠ ନାଗରିକଙ୍କ ପ୍ରତିନିଧିତ୍ୱ କରିବ। ଦ୍ରୁତଗତିରେ ବୃଦ୍ଧି ପାଉଥିବା ଏହି ଜନସଂଖ୍ୟାର ସୁସ୍ଥମୟ ଜୀବନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହା ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଅନ୍ତର୍ଭୁକ୍ତ। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ହସ୍ପିଟାଲରେ ଭର୍ତ୍ତିଠାରୁ ଆରମ୍ଭ କରି ଔଷଧ, ରୋଗ ପରୀକ୍ଷା ଓ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି। ୭୦ ବର୍ଷରୁ ଅଧିକ ବୟସ୍କ ଯେକୌଣସି ବ୍ୟକ୍ତି ଏହି ଯୋଜନାର  ହିତାଧିକାରୀ ଭାବେ ଅନ୍ତର୍ଭୁକ୍ତ। ସରକାରୀ, ବେସରକାରୀ ଚାକିରିରୁ ଅବସରପ୍ରାପ୍ତ ତଥା ପେନସନ୍‌ଭୋଗୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ମଧ୍ୟ ନିର୍ଦ୍ଧାରିତ ବୟସ ହେଲେ ଏହାର ସୁବିଧା ପାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୭,୦୪,୯୮୮ ଜଣ ହିତାଧିକାରୀ ଏହି ଯୋଜନାର ସୁବିଧା ପାଉଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୨୬,୫୮୯ ଜଣ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ୧୬୩.୭୭ କୋଟି ଟଙ୍କା ଆମ ସରକାର ବହନ କରିଛନ୍ତି। ଏହା ଦ୍ୱାରା  ଆର୍ଥିକ ଅନଗ୍ରସର ପରିବାରର ମଧ୍ୟ ଆର୍ଥିକ ଭାର ହ୍ରାସ ହେବ। ବୟସ ବୃଦ୍ଧି ସହିତ ଅନେକ ରୋଗର ସମ୍ଭାବନା ବଢ଼ିଥାଏ, ତେଣୁ ସେମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଏହି ଯୋଜନା ସଂଜୀବନୀ ଭାବେ କାର୍ଯ୍ୟ କରୁଛି। କୌଣସି ବୟୋଜ୍ୟେଷ୍ଠ ନାଗରିକ ଯେପରି ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ, ଏହା ଆମ ସରକାରଙ୍କର ପ୍ରୟାସ।
  ବରିଷ୍ଠ ନାଗରିକମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ମାଧ୍ୟମରେ ସମ୍ମାନ ଓ ସହାୟତା କରିବା ଉତ୍ତରାଧିକାରୀ ଭାବେ ଆମର କର୍ତ୍ତବ୍ୟ। ୬୦ ବର୍ଷ ହେବା ପରେ ସମସ୍ତ ନାଗରିକଙ୍କୁ ଭତ୍ତା ପ୍ରଦାନ କରିବା ସରକାରଙ୍କ ଏକ ନୈତିକ ଦାୟିତ୍ୱ। ହେଲେ ସବୁ ଯୋଗ୍ୟତା ପୂରଣ କରୁଥିଲେ ସୁଦ୍ଧା ୬ ଲକ୍ଷ ହିତାଧିକାରୀ ଆଜି ମଧ୍ୟ ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ ଅଛନ୍ତି। ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ହେଉଥିବା ସେହି ସ୍ଥାନରେ ଅନ୍ୟ ହିତାଧିକାରୀଙ୍କୁ ଯୋଡ଼ିବାର ବ୍ୟବସ୍ଥା ଥିଲା। ତେଣୁ ଜଣେ ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆଉ ଜଣେ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ପୂର୍ବ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପ୍ରତି ଘୋର ଅନ୍ୟାୟ କରିଥିଲେ। କିନ୍ତୁ ଆମ ସରକାର ଏହାକୁ ଏକ ଗୁରୁତର ଅସଙ୍ଗତି ଭାବେ ସ୍ବୀକାର କରି ଏହାର ସମାଧାନ ପାଇଁ ମଧୁବାବୁ ପେନସନ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପରିପୁକ୍ତ ମୋଡରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି ଆମେ ଅତିଶୀଘ୍ର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିବାକୁ ଯାଉଛୁ। ଭବିଷ୍ୟତରେ ଯେକେହି ମଧ୍ୟ ବୟସଗତ ଯୋଗ୍ୟତା ପୂରଣ କଲେ ସିଧାସଳଖ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଭତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ହୋଇଥିବାରୁ ଏହା ସାମାଜିକ ସୁରକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ।
ବୟସ ବୃଦ୍ଧି ସହିତ ଅନେକ ବ୍ୟକ୍ତି ଆର୍ଥିକ ଉପାର୍ଜନରୁ ଦୂରେଇ ଯାଆନ୍ତ। ଆତ୍ମସମ୍ମାନ ସହ ଜୀବନଯାପନରେ ସହାୟତା କରିବା ପାଇଁ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଭତ୍ତାକୁ ୧୨୦୦ରୁ ବୃଦ୍ଧି କରି ଆମ ସରକାର ୩,୫୦୦ ଟଙ୍କା କରିଛନ୍ତି। ଏହା ବୟୋଜ୍ୟେଷ୍ଠମାନଙ୍କୁ ଆର୍ଥିକ ଭାବେ ସ୍ବାଧୀନତା ପ୍ରଦାନ କରିବା ସହ ବିଶେଷକରି ଗ୍ରାମାଞ୍ଚଳରେ ଗରିବ ଓ ନିରାଶ୍ରୟ ବୃଦ୍ଧମାନଙ୍କ ପାଇଁ ଆଶୀର୍ବାଦ ସଦୃଶ। ରାଜ୍ୟର ୩,୭୩,୫୨୧ ଜଣ ବୟୋଜ୍ୟେଷ୍ଠ ଏହି ଯୋଜନାର ଲାଭ ପାଉଥିବା ବେଳେ ଏହାର ଏକ ବିଶେଷତା ହେଉଛି ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଥିବା ହିତାଧିକାରୀ ହୁଅନ୍ତୁ କିମ୍ବା ମଧୁବାବୁ ପେନସନ ଯୋଜନାର ଲାଭାର୍ଥୀ, ସମସ୍ତେ ଏହି ବର୍ଦ୍ଧିତ ଭତ୍ତାର ଅଧିକାରୀ। ସେହିପରି ୮୦% ଦିବ୍ୟାଙ୍ଗ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ୩,୫୦୦ ଟଙ୍କା ଭତ୍ତା ଦେବାକୁ ଆମ ସରକାର ବ୍ୟବସ୍ଥା କରିଛନ୍ତି। ଚିକିତ୍ସା ଖର୍ଚ୍ଚଠାରୁ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଏହା ଉପକାରୀ ହେବ। ସମାଜ ଓ ପରିବାରରେ ଦିବ୍ୟାଙ୍ଗମାନଙ୍କୁ ସ୍ବାଭିମାନର ସହିତ ବଞ୍ଚିବା ଏବଂ ଆତ୍ମନିର୍ଭରତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏପର୍ଯ୍ୟନ୍ତ ୧,୦୬,୨୪୬ ଜଣ  ଦିବ୍ୟାଙ୍ଗ ଏହି ଯୋଜନାରେ ଉପକୃତ ହେଉଛନ୍ତି। ଆମର ଏହି ପଦକ୍ଷେପ କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଏହା ମାନବତା, ସାମାଜିକ ନ୍ୟାୟ ଓ ସମାନତାର ଏକ ଉଜ୍ଜ୍ୱଳ ଉଦାହରଣ।
      ‘ଅଖଣ୍ଡମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍‌’ ଏକାତ୍ମ ମାନବବାଦର ଦର୍ଶନ ହେଉଛି ଗୋଟିଏ ସ୍ଥାନରୁ ଆରମ୍ଭ କରି ସମାନ ଗୋଲାକାର ଆକୃତିରେ ସମାଜରେ ରହୁଥିବା ସମସ୍ତଙ୍କର ସମପରିମାଣରେ ବିକାଶ କରିବା। ଏହାକୁ ଆଧାର କରି ଆମ ସରକାର ସାମାଜିକ ସୁରକ୍ଷା ନିମନ୍ତେ ଦୂରଦର୍ଶୀ ଉଦ୍ୟମ କରୁଛନ୍ତି। ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ଥିବା ବୟୋଜ୍ୟେଷ୍ଠମାନଙ୍କ ଅନୁଭବର ବ୍ୟବହାର କରି ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ର ପରିକଳ୍ପନା ପୂରଣ ହୋଇ ପାରିବ। ସେଥିପାଇଁ ରାଜ୍ୟର ସମସ୍ତ ବୟୋଜ୍ୟେଷ୍ଠ ନାଗରିକ ସକ୍ରିୟ ଓ ଆରୋଗ୍ୟମୟ ଦୀର୍ଘ ଜୀବନର କାମନା କରୁଛି।

ଡ. ମୁକେଶ ମହାଲିଙ୍ଗ
କ୍ୟାବିନେଟ୍‌ ମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri