ରିଆମାଳ ୨୮|୪( ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ପ୍ରେମ କରି ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ଜିଲା ସାଲେପୁରର ପପୁ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର (୨୫) ।
ଦେବାଶିଷ ଯୁବତୀକୁ ଇନଷ୍ଟାଗ୍ରାମରେ ଫଲୋ କରି ପ୍ରେମ ନିବେଦନ କରିଥିଲେ। ଯୁବତୀ ଜଣଙ୍କ ମନା କରିବାରୁ ମେଡିସିନ ମଧ୍ୟ ଖାଇଦେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀଜଣଙ୍କ କଥାବାର୍ତ୍ତା ହୋଇଥିଲେ। ୨୦୨୪ ଜୁଲାଇ ୧୦ ତାରିଖ ରାତିରେ ଯୁବତୀର ଘରକୁ ଆସି ଶାରୀରିକ ସମ୍ପର୍କ ରଖିବା ସହ ଭିଡ଼ିଓ ଓ ଫଟୋ ଉଠାଇ ଥିଲେ। ଭିଡିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରି ଫଟୋ ଓ ଭିଡିଓ ରଖିଥିଲେ। ବର୍ତ୍ତମାନ ଭିଡିଓ ଓ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଯୁବତୀକୁ ହଇରାଣ କରୁଥିଲେ। ଫଳରେ ବାଧ୍ୟ ହୋଇ ଯୁବତୀଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା ମାଗିଥିଲେ। ରିଆମାଳ ଥାନା ପୁଲିସ ଆଜି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

