YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା (Garudavega) ଆନ୍ତର୍ଜାତୀୟ e-commerceରେ ଶକ୍ତିଶାଳୀ ହେବା ସହ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ଏବଂ ମିଡଲ ଇଷ୍ଟରେ ସେବା ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିଛି।

୨୦୨୦ରେ ଆରମ୍ଭ ହୋଇଥିବା YourDesiCart ବିଦେଶରେ ରହୁଥିବା ଭାରତୀୟଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉଛି। ୯୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟବହାରକାରୀ ଏହାର ବ୍ୟବହାର କରୁଥିବା ବେଳେ ୨୨୦ରୁ ଅଧିକ ଦେଶକୁ ସେବା ଯୋଗାଉଛି। ଗ୍ରାହକମାନେ ଭାରତର କୌଣସି ଦୋକାନରୁ online କିମ୍ବା offlineରେ ଜିନିଷ କିଣି YourDesiCart ମାଧ୍ୟମରେ ବିଦେଶକୁ ପଠାଇପାରିବେ। ଏପରିକି ଗ୍ରାହକଙ୍କୁ Locker address, parcel consolidation ଏବଂ assisted shopping ଭଳି ସେବା ମଧ୍ୟ ଯୋଗାଇ ଦିଆଯିବ।

ବର୍ତ୍ତମାନ Garudavega ସହିତ କାମ କରିବ YourDesiCart। ଏହା ଦ୍ୱାରା ସାମଗ୍ରୀ ଡେଲିଭରି ଦ୍ରୁତ ହେବା ସାଙ୍ଗକୁ ଯୋଗାଇ ଦିଆଯାଉଥିବା ସେବା ଆହୁରି ବିଶ୍ୱସନୀୟ ହୋଇ ଗ୍ରାହକଙ୍କ ଖର୍ଚ୍ଚକୁ କମ୍‌ କରିବ।

NexGen Logisticsର CEO ସତୀଶ ଲକ୍କରାଜୁ କହିଛନ୍ତି ଯେ, YourDesiCart ଗ୍ରାହକଙ୍କ ପାଇଁ ଏକ ଭଲ ସମାଧାନ ପ୍ରସ୍ତୁତ କରିଛି। ଏହା ଗ୍ରାହକଙ୍କୁ ଆହୁରି ଭଲ ଶପିଙ୍ଗ ଅନୁଭବ ଦେଇପାରିବ।

YourDesiCartର ସଂସ୍ଥାପିକା ସତ୍ୟା ଅୟ୍ୟାଗାରି କହିଛନ୍ତି, ଭାରତୀୟ ସାମଗ୍ରୀକୁ ସମଗ୍ର ବିଶ୍ୱରେ କିପରି ସହଜରେ ପହଞ୍ଚାଇ ହେବ ଏହା ଆମର ଲକ୍ଷ୍ୟ। Gurudavegaର ସ୍କେଲ୍‌ ଏବଂ ଲଜିଷ୍ଟିକ୍ସ ଶକ୍ତି ଦ୍ୱାରା ବିକାଶକୁ ତ୍ୱରାନ୍ବିତ କରି ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ସପିଂ ଅଭିଜ୍ଞତା ପ୍ରଦାନ କରାଯାଇପାରିବ।

YourDesiCart ବର୍ତ୍ତମାନ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିବା ବେଳେ ତୁରନ୍ତ ଭାରତର ଅନ୍ୟ ସହରଗୁଡ଼ିକୁ ସେବା ବିସ୍ତାର କରିବ। ଏହା ଦ୍ୱାରା ଡେଲିଭରି ସମୟ ପୂର୍ବାପେକ୍ଷା କମିବ ଏବଂ ଭାରତୀୟ ବ୍ୟବସାୟୀ ବିଶ୍ୱ ବଜାରରେ ନୂତନ ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?