YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା (Garudavega) ଆନ୍ତର୍ଜାତୀୟ e-commerceରେ ଶକ୍ତିଶାଳୀ ହେବା ସହ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ ଏବଂ ମିଡଲ ଇଷ୍ଟରେ ସେବା ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିଛି।

୨୦୨୦ରେ ଆରମ୍ଭ ହୋଇଥିବା YourDesiCart ବିଦେଶରେ ରହୁଥିବା ଭାରତୀୟଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉଛି। ୯୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟବହାରକାରୀ ଏହାର ବ୍ୟବହାର କରୁଥିବା ବେଳେ ୨୨୦ରୁ ଅଧିକ ଦେଶକୁ ସେବା ଯୋଗାଉଛି। ଗ୍ରାହକମାନେ ଭାରତର କୌଣସି ଦୋକାନରୁ online କିମ୍ବା offlineରେ ଜିନିଷ କିଣି YourDesiCart ମାଧ୍ୟମରେ ବିଦେଶକୁ ପଠାଇପାରିବେ। ଏପରିକି ଗ୍ରାହକଙ୍କୁ Locker address, parcel consolidation ଏବଂ assisted shopping ଭଳି ସେବା ମଧ୍ୟ ଯୋଗାଇ ଦିଆଯିବ।

ବର୍ତ୍ତମାନ Garudavega ସହିତ କାମ କରିବ YourDesiCart। ଏହା ଦ୍ୱାରା ସାମଗ୍ରୀ ଡେଲିଭରି ଦ୍ରୁତ ହେବା ସାଙ୍ଗକୁ ଯୋଗାଇ ଦିଆଯାଉଥିବା ସେବା ଆହୁରି ବିଶ୍ୱସନୀୟ ହୋଇ ଗ୍ରାହକଙ୍କ ଖର୍ଚ୍ଚକୁ କମ୍‌ କରିବ।

NexGen Logisticsର CEO ସତୀଶ ଲକ୍କରାଜୁ କହିଛନ୍ତି ଯେ, YourDesiCart ଗ୍ରାହକଙ୍କ ପାଇଁ ଏକ ଭଲ ସମାଧାନ ପ୍ରସ୍ତୁତ କରିଛି। ଏହା ଗ୍ରାହକଙ୍କୁ ଆହୁରି ଭଲ ଶପିଙ୍ଗ ଅନୁଭବ ଦେଇପାରିବ।

YourDesiCartର ସଂସ୍ଥାପିକା ସତ୍ୟା ଅୟ୍ୟାଗାରି କହିଛନ୍ତି, ଭାରତୀୟ ସାମଗ୍ରୀକୁ ସମଗ୍ର ବିଶ୍ୱରେ କିପରି ସହଜରେ ପହଞ୍ଚାଇ ହେବ ଏହା ଆମର ଲକ୍ଷ୍ୟ। Gurudavegaର ସ୍କେଲ୍‌ ଏବଂ ଲଜିଷ୍ଟିକ୍ସ ଶକ୍ତି ଦ୍ୱାରା ବିକାଶକୁ ତ୍ୱରାନ୍ବିତ କରି ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ସପିଂ ଅଭିଜ୍ଞତା ପ୍ରଦାନ କରାଯାଇପାରିବ।

YourDesiCart ବର୍ତ୍ତମାନ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିବା ବେଳେ ତୁରନ୍ତ ଭାରତର ଅନ୍ୟ ସହରଗୁଡ଼ିକୁ ସେବା ବିସ୍ତାର କରିବ। ଏହା ଦ୍ୱାରା ଡେଲିଭରି ସମୟ ପୂର୍ବାପେକ୍ଷା କମିବ ଏବଂ ଭାରତୀୟ ବ୍ୟବସାୟୀ ବିଶ୍ୱ ବଜାରରେ ନୂତନ ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri