ଇରାନ ରଖିଲା ଏମିତି ପ୍ରସ୍ତାବ, ଟେନ୍‌ସନ୍‌ରେ ଟ୍ରମ୍ପ: ବିଶ୍ୱରେ ହଲଚଲ

କାଇରୋ,୨୫ା୪:ଆମେରିକା ଅବରୋଧ ହଟାଇ ଯୁଦ୍ଧ ବନ୍ଦକଲେ, ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ମୁକ୍ତ କରିବା ପାଇଁ ଇରାନ ପ୍ରସ୍ତାବ ଦେଇଛି। ଇରାନର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଶ୍ନ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରାଯିବ ବୋଲି ୨ ଜଣ ଆଞ୍ଚଳିକ ଅଧିକାରୀ ସୋମବାର କହିଛନ୍ତି। ଇରାନର ଏହି ପ୍ରସ୍ତାବ ସମ୍ପର୍କରେ ପାକିସ୍ତାନ ଆମେରିକାକୁ ଜଣାଇ ଦେଇଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଗ୍ରହଣ କରି ନ ପାରନ୍ତି ବୋଲି କୁହାଯାଉଛି।
ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ୍‌ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିବାବେଳେ ୪୦ ଦିନ ପରେ ଟ୍ରମ୍ପ୍‌ ୨ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହାର ସମୟସୀମା ଶେଷ ହେବା ପୂର୍ବରୁ ଦୁଇ ଦେଶ କୌଣସି ଚୁକ୍ତିନାମାରେ ପହଞ୍ଚତ୍ ନ ପାରିବାରୁ ଟ୍ରମ୍ପ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ଅବଧି ବୃଦ୍ଧି କରିଛନ୍ତି। ତେବେ ଯେକୌଣସି ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇପାରେ। ସେପଟେ ଇରାନ ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଇନ୍ଧନ ପରିବହନ ଜଳପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଅବରୋଧ କରି ରଖିଥିବାରୁ ଶକ୍ତି ଯୋଗାଣ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଜବାବରେ ଆମେରିକା ଇରାନୀୟ ବନ୍ଦରଗୁଡ଼ିକୁ ଅବରୋଧ କରି ରଖିଛି।
ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଯୋଗୁ ଟ୍ରମ୍ପ୍‌ଙ୍କ ଉପରେ ଚାପ ବଢ଼ୁଛି, କାରଣ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପୂର୍ବରୁ ତୈଳ ଓ ଗ୍ୟାସୋଲିନ୍‌ ଦର ଅତ୍ୟଧିକ ବୃଦ୍ଧି ପାଇଛି। ଏଥିସହ ଆମେରିକାର ଉପସାଗରୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ମଧ୍ୟ ଚାପ ପଡ଼ିଛି। କାରଣ ସେମାନେ ତୈଳ ଓ ଗ୍ୟାସ୍‌ ରପ୍ତାନି ପାଇଁ ଉକ୍ତ ସାମୁଦ୍ରିକ ପଥକୁ ବ୍ୟବହାର କରୁଥିଲେ। ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ସାର, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସାମଗ୍ରୀ ଦର ବୃଦ୍ଧି ପାଇଛି। ଏହି ପ୍ରସ୍ତାବ ଇରାନର ପରମାଣୁ କାର୍ଯ୍ୟକ୍ରମ ଆଲୋଚନାକୁ ଘୁଞ୍ଚାଇଦେବ। ଅନ୍ୟପକ୍ଷରେ ଟ୍ରମ୍ପ୍‌ କହିଛନ୍ତି, ଇରାନ ସହ ଯୁଦ୍ଧକୁ ଓହ୍ଲାଇବାର ମୁଖ୍ୟ କାରଣ ହେଉଛି, ଏହାକୁ ପରମାଣୁ ବୋମା ତିଆରିରୁ ରୋକିବା। ଉପରୋକ୍ତ ପ୍ରସ୍ତାବ ସମ୍ପର୍କରେ ଇରାନ ଓ ପାକିସ୍ତାନର ଅଧିକାରୀମାନଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା ହୋଇଥିବା ୨ ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଆରମ୍ଭ କରିବାକୁ ଚାହୁଁଥିଲେ ଏଥିପାଇଁ ତେହରାନ୍‌ର ପ୍ରଥମ ପ୍ରସ୍ତାବ ହେଲା ଇରାନ ଏବଂ ଲେବାନନ୍‌ ବିରୋଧରେ ଚାଲିଥିବା ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଭବିଷ୍ୟତରେ ନ ହେବା ପାଇଁ ଗ୍ୟାରେଣ୍ଟି ଦେଉ। ଏଥିରେ ଆମେରିକା ରାଜି ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ର ପରିଚାଳନା ଓ ପ୍ରଶାସନକୁ ନେଇ ଆଲୋଚନା ହେବ। ଏହି ୨ ପର୍ଯ୍ୟାୟ ପରେ ଇରାନ ଆଣବିକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚି ନିକଟରେ ଇସ୍‌ଲାମାବାଦ ଆସିଥିଲେ ମଧ୍ୟ ଟ୍ରମ୍ପ୍‌ ତାଙ୍କ ପ୍ରତିନିଧିଙ୍କୁ ନ ପଠାଇବାରୁ ସେ ଫେରିଯାଇଥିଲେ। ଅରାଘଚି ଇତିମଧ୍ୟରେ ଓମାନ ଗସ୍ତ କରିବା ସହ ସୋମବାର ରୁଷିଆ ଯାଇଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ଲାଗି ଓମାନ ଅନ୍ୟତମ ମଧ୍ୟସ୍ଥ ଭାବେ କାର୍ଯ୍ୟ କରୁଥିବାବେଳେ ରୁଷିଆ ଇରାନର ସହଯୋଗୀ ରାଷ୍ଟ୍ର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?