କାର୍‌ରେ ଆସି ବରଯାତ୍ରୀ ଗାଡ଼ି ଉପରକୁ କଲେ ଗୁଳିମାଡ଼, ଆଉ ତା’ ପରେ…

ବୌଦ୍ଧ,୨୩।୪(ଅଜିତ କୁମାର ବାରିକ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ): ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତ ବଏଲବେଡ଼ା ଗ୍ରାମରୁ ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମକୁ ମଙ୍ଗଳବାର ରାତିରେ ଆସିଥିବା ବରଯାତ୍ରୀଙ୍କ ଉପରେ ଗୁଳିମାଡ଼ ହୋଇଛି। ଏଥିରେ ୨ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ କିରାସିରା ଗ୍ରାମର ଶିବ ଭୋଇ ଓ ଦମଣ୍ଡା ଗ୍ରାମର ରାକେଶ କହଁର। ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଏକ କାର୍‌ରେ ଆସି ଗୁଳି ଚଳାଇଥିବା ବୌଦ୍ଧ ସହର ଖଲିଆବଗିଚାର ଅରୁଣ ସ୍ବାଇଁଙ୍କୁ ବରଯାତ୍ରୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଆହତ ୨ ବରଯାତ୍ରୀଙ୍କୁ ବୌଦ୍ଧ ମେଡିକାଲ ଓ ଆହତ ଅଭିଯୁକ୍ତଙ୍କୁ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ଆଠମଲ୍ଲିକ ଥାନାରେ ନଂ. ୧୩୬/୨୬ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ୟବହୃତ ବନ୍ଧୁକ ସରକାରୀ ସ୍ବୀକୃତିପ୍ରାପ୍ତ ବୋଲି ଆଇଆଇସି ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।
ଅନୁଯାୟୀ, ବରଯାତ୍ରୀମାନେ ଶୋଭାଯାତ୍ରାରେ ଯାଉଥିବାବେଳେ ହଠାତ ଏକ କାର୍‌ରେ କେତେଜଣ ଯୁବକ ଆସି ବରଯାତ୍ରୀଙ୍କ ସହିତ କୌଣସି କାରଣରୁ ଗଣ୍ଡଗୋଳ କରିଥିଲେ। ବରଯାତ୍ରୀ ଶିବ ସମ୍ପୃକ୍ତ ଯୁବକମାନଙ୍କୁ ବାରଣ କରିବାରୁ କାର୍‌ରେ ଥିବା ଅଭିଯୁକ୍ତ ଅରୁଣ ବନ୍ଧୁକରୁ ଗୁଳିମାଡ଼ କରିଥିଲେ। ଏଥିରେ ଶିବଙ୍କ ପାପୁଲି ଓ ନିକଟରେ ଥିବା ରାକେଶଙ୍କ ଡାହଣ ଗୋଡ଼ରେ ଗୁଳି ବାଜିଥିଲା। ତୁରନ୍ତ ଉଭୟଙ୍କୁ ନିକଟସ୍ଥ ମାଧପୁର ମେଡିକାଲ ଓ ପରେ ଆଠମଲ୍ଲିକ ମେଡିକାଲକୁ ନିଆଯାଇଥିଲା। ବୁଧବାର ଉଭୟଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ କରିଥିବା ଅରୁଣଙ୍କୁ ବରଯାତ୍ରୀମାନେ ନିସ୍ତୁକ ମାଡ଼ ମାରିବା ସହ ଗଛରେ ବାନ୍ଧି ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଠମଲିକ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ରାକେଶଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?