Posted inଖେଳ

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା ପାଇଁ ଏକ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛି। ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଏକ ସଂକ୍ଷିପ୍ତ କିନ୍ତୁ ଭଲ ଇନିଂସ ଦେଖିବାକୁ ମିଳିଥିଲା। ଏହି ସିଜନରେ ବିରାଟ ଚମତ୍କାର ଫର୍ମରେ ଥିବା ଦେଖାଯାଇଛି। ମ୍ୟାଚ ପରେ ବିରାଟ କୋହଲି ଟିମ ହୋଟେଲରେ ପହଞ୍ଚିଲେ। ଏହି ସମୟରେ ଜଣେ କୁନି ପ୍ରଶଂସକଙ୍କ ସହିତ ଏକ ଘଟଣା ଘଟିଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ, ଜଣେ ବାଳକ ଟିମ ହୋଟେଲ ବାହାରେ ଏକ କ୍ରିକେଟ ବ୍ୟାଟ ଧରି ଠିଆ ହୋଇଥିବା ଦେଖାଯାଇଛି। ସେ ବାରମ୍ବାର ବିରାଟ କୋହଲିଙ୍କୁ ଅଟୋଗ୍ରାଫ ପାଇବା ଆଶାରେ ଡାକୁଉନ୍ତି। କିଛି ମୁହୂର୍ତ୍ତ ପରେ କୋହଲି ଅନ୍ୟ ଦଳର ସଦସ୍ୟମାନଙ୍କ ସହିତ ହୋଟେଲରେ ପ୍ରବେଶ କରୁଥିବା ଦେଖାଯାଇଛି, କଡା ସୁରକ୍ଷା ବଳୟ ଘେରି ରହିଛି। ପିଲାଟିର ଡାକ ସତ୍ତ୍ୱେନ୍‌ ବିରାଟ ଏକ ଅଟୋଗ୍ରାଫ ଦେବାକୁ ଅଟକି ନ ଥିଲେ ଏବଂ ତାଙ୍କ ବାଟରେ ପଳାଇଥିଲେ। ବିରାଟ କୋହଲି ଇୟରଫୋନ ଦେଇଥିଲେ, ହୁଏତ ଏହି କାରଣରୁ ସେ ପ୍ରଶଂସକଙ୍କ ଲକ୍ଷ୍ୟ କରି ନ ଥିଲେ।

ପ୍ରଶଂସକଙ୍କ ସହ ଫଟୋ ଉଠାଇବା ପାଇଁ ଟଙ୍କା ମାଗୁଛନ୍ତି ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ପରେ, ନିରାଶ ପିଲାଟି ରାଗି ତାଙ୍କ ବ୍ୟାଟ ଫୋପାଡ଼ି ଦେଇ ଭୋ ଭୋ ହୋଇ କାଦିଥିଲେ ଭିଡିଓରେ ପିଲାଟିର ହତାଶା ଏବଂ ଲୁହ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ଉଲ୍ଲେଖନୀୟ ଯେ ସମସ୍ତ IPL ଦଳ ସୁରକ୍ଷା ଉଲ୍ଲଂଘନକୁ ରୋକିବା ପାଇଁ ଟିମ ହୋଟେଲ ମଧ୍ୟରେ ସେମାନଙ୍କର ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ କଡ଼ା ପ୍ରୋଟୋକଲ ପାଳନ କରନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?