Operation Sindoor: ମଥାରେ ସିନ୍ଦୁର ଟୋପା ଲଗାଇ ଖୁସି ମନାଇଲେ ଭାଜପା ନେତା

ଭୁବନେଶ୍ୱର,୭।୫: ଭାରତର ସଫଳ ଏୟାର ଷ୍ଟ୍ରାଇକ ପରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ମଥାରେ ସିନ୍ଦୂର ଟୋପା ଲଗାଇ ଅପରେସନ ସିନ୍ଦୂରର ସଫଳତାରେ ଖୁସି ମନାଇଲେ ନେତା । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଓଡ଼ିଶାରେ ଖୁସିର ଲହରୀ। କେତେକ ସ୍ଥାନରେ ଲୋକେ ବାହାରକୁ ଆସି ଆନନ୍ଦ ଉତ୍ସବ ପାଳୁଛନ୍ତି। ରାତିରେ ବ୍ରହ୍ମପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଧଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ଭିଭିନ୍ନ ସସ୍ଥାନରେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ଜାହିର କରିଛନ୍ତ ଲୋକେ। ଭାରତୀୟ ସେନାକୁ ମଧ୍ୟ ସେମାନେ ସାଲ୍ୟୁଟ କରିଛନ୍ତି।

ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ ଖୁସି ମନାବଇବା ସହ କହିଛନ୍ତି ‘ଆମ ସହ ପଙ୍ଗା ନେଲେ, ଆମେ ଛାଡ଼ିବୁନି, ତମ ଦେଶ ଭିତରେ ପଶିକି ମାରିବୁ’। ପାକିସ୍ତାନରେ ଭାରତୀୟ ସେନାର ଏହି ରାତିଅଧିଆ ଆକ୍ରମଣ ପରେ ସବୁ ମହଲରେ ଭାରତକୁ ପ୍ରଶଂସା କରାଯାଉଛି।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri