ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ

ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି ଆକୃଷ୍ଟ ହୋଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ହେଲେ ଭବାନୀପାଟଣା ଉଦିତ ନାରାୟଣପୁରସ୍ଥିତ କଳାହାଣ୍ଡି ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (କେଏସ୍‌ଇଟି)ର ଏସ୍‌ସି ଏସ୍‌ଟି ପିଲାଙ୍କୁ ମିଳୁଥିବା ଟଙ୍କା ହଡ଼ପ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଛାତ୍ରୀଛାତ୍ରଙ୍କ ଅଜଣାତରେ ଶିକ୍ଷାଋଣ କରାଯାଇ ଟଙ୍କା ଉଠାଯାଇଥିବା, ଅଧିକାଂଶ ପିଲା ହଷ୍ଟେଲରେ ରହୁଥିବା ଦର୍ଶାଇ ମିଳୁଥିବା ସରକାରୀ ସହାୟତା ଅର୍ଥ ଉଠାଣ ହୋଇଥିବା ନେଇ କେତେଜଣ ଛାତ୍ରୀଛାତ୍ର ମଙ୍ଗଳବାର କେଏସ୍‌ଇଟିର ଅଧ୍ୟକ୍ଷା ଓ ନିର୍ଦ୍ଦେଶକଙ୍କ ନାମରେ ଅଭିଯୋଗ ଆଣି ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କଳାହାଣ୍ଡି କେଏସ୍‌ଇଟିରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ବାର୍ଷିକ ୩୬, ୫୦୦ ଟଙ୍କା ଦେଉଛନ୍ତି। ଏହି କଲେଜରେ ଏସ୍‌ସି ଏସ୍‌ଟି ପିଲାଙ୍କ ଇଂଜିନିୟରିଂ ଡିପ୍ଲୋମା ପାଇଁ ବାର୍ଷିକ ୨୬, ୫୦୦ ଟଙ୍କା ଫି’ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ୩୬, ୫୦୦ ଟଙ୍କା ଉଠାଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ପିଲାମାନେ ହଷ୍ଟେଲରେ ରହୁଥିବା ଦର୍ଶାଇ ସମସ୍ତ ଟଙ୍କା ଉଠାଇ ନିଆଯାଇଛି। କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ଅର୍ଥ ଉଠାଇବା ସହ ସେମାନଙ୍କ ନାମରେ ଶିକ୍ଷାଋଣ ମଧ୍ୟ ଉଠାଇଛନ୍ତି। ସେହିପରି ମାଗଣାରେ ଉଚ୍ଚଶିକ୍ଷା ପାଉଥିବାରୁ ପିଲା ଓ ସେମାନଙ୍କ ଅଭିଭାବକ କାଗଜପତ୍ରରେ ଦସ୍ତଖତ କରୁଥିଲେ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏବେ ବ୍ୟାଙ୍କ ଓ କୋର୍ଟ ନୋଟିସ ପାଇବା ପରେ ପିଲାଙ୍କ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ଜାଣିପାରିଥିଲେ ବୋଲି ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲାର ଚାଟିଗୁ ପାର୍ଥ ବେପାରୀ, କଳାହାଣ୍ଡି ଜିଲା କେଗାଁ ଥାନା ବୋର୍ଡାର ପ୍ରଦୀପ କୁମାର ଯାନୀ, କୁଟୁରାବାହାଲି ଗ୍ରାମର ଅଶୋକ କୁମାର ବାଗ, ଭବାନୀପାଟଣା ସଦର ଥାନା ହଲଦିଗଡ଼ର ଜୟଦେବ ବାଗ, ଗୋଲାମୁଣ୍ଡା ଥାନା ଗୁଦୁ ଡୁଗୁମାର ଜୟନ୍ତୀ ସାଗର ପ୍ରମୁଖ ଛାତ୍ର ସେମାନଙ୍କ ନାମରେ ଶିକ୍ଷାଋଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏପରି ପ୍ରାୟ ୪୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କ ନାମରେ ଏଭଳି କରାଯାଇଥିବା ଏହି ଛାତ୍ରମାନେ ପ୍ରକାଶ କରିଛନ୍ତି। କେଏସ୍‌ଇଟିରେ ପ୍ରାୟ ୭୭୦ ଇଞ୍ଜିନିୟରିଂରେ ଡିପ୍ଲୋମା ପଢୁଥିବାବେଳେ ଏଏନ୍‌ଏମ୍‌ ୬୦ ଜଣ ପଢୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ ଛୁଟିରେ ଅଛନ୍ତି। ଅଧ୍ୟକ୍ଷା ଋଣ ଦିଅନ୍ତି ନାହିଁ, ବ୍ୟାଙ୍କ ଋଣ ଦିଏ ଓ ଶାଖା ପରିଚାଳକ ଏହାର ଯାଞ୍ଚ କରନ୍ତି। କେତେଜଣ ଲୋକ ବଦନାମ କରିବାକୁ ତାଙ୍କୁ ଏଭଳି ହାରାସ୍‌ମେଣ୍ଟ କରୁଥିବା ସେ କହିଛନ୍ତି। କଲେଜ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମିଶ୍ରଙ୍କୁ ତାଙ୍କ ଫୋନ ନମ୍ବର ୯୪୩୭୦୯୧୦୯୨ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri