ଦୟା ଓ୍ବେଷ୍ଟ କେନାଲର ସୌନ୍ଦର୍ଯ୍ୟକରଣ ବାଟବଣା

କଟକରୋଡ୍‌,୨୦।।୮(ଡି.ଏନ୍‌.ଏ.): ଦଳ ଓ ଅଳିଆ ଆବର୍ଜନାରେ ବାରମ୍ବାର ପୋତି ହୋଇପଡୁଛି କଟକ ଜିଲା ବାରଙ୍ଗ ନିକଟରୁ ଭୁବନେଶ୍ୱର ସହର ଓ ଉପକଣ୍ଠ ମଧ୍ୟରେ ଯାଇଥିବା ଦୟା ଓ୍ବେଷ୍ଟ ଶାଖା କେନାଲ। ଚାଷୀଙ୍କ ଜମିକୁ ପାଣି ସୁବିଧା ସହ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ଜଳସମ୍ପଦ ବିଭାଗ ବାରମ୍ବାର ବୈଠକ ଡାକୁଥିଲେ ମଧ୍ୟ ଫଳଶୂନ ହୋଇଛି। ଅନ୍ୟପକ୍ଷରେ ଦଳ ସଫେଇ ପାଇଁ ଗତ ୩ବର୍ଷ ମଧ୍ୟରେ ୭୮ଲକ୍ଷ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପରିସ୍ଥିତି ଯଥା ପୂର୍ବଂ ତଥା ପର।
ସୂଚନା ଅନୁଯାୟୀ, ବାରଙ୍ଗ ଅଞ୍ଚଳରୁ ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନ ରଥିପୁର ପର୍ଯ୍ୟନ୍ତ ପ୍ରାୟ ୩୪କି.ମି. ବ୍ୟାପୀ ଦୟା ଓ୍ବେଷ୍ଟ କେନାଲ କ୍ରମାଗତ ଭାବରେ ଦଳରେ ପୋତି ହେବା ସହ ପରିତ୍ୟକ୍ତ ହୋଇପଡ଼ିଛି। ଫଳରେ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ସହ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ଥିବା ୭ ଓ୍ବାର୍ଡର କେନାଲ ନିକଟରେ ରହୁଥିବା ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏହାର ପୁନରୁଦ୍ଧାର ପାଇଁ ୨୦୦୫ ଏପ୍ରିଲରେ ଜଳ ସମ୍ପଦ ବିଭାଗ ସହ ଅନ୍ୟ ବିଭାଗ ଅଧିକାରୀ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ଲୋକ ପ୍ରତିନିଧିଙ୍କୁ ନିଆଯାଇ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବିଭିନ୍ନ କାରଣ ନେଇ ଅନୁପଯୋଗୀ ହୋଇପଡ଼ିଥିବା କେନାଲ ପାଣି କିଭଳି ବ୍ୟବହାର ହେବ ଓ କେନାଲ ଶେଷମୁଣ୍ଡର ଚାଷୀ ବିଶୁଦ୍ଧ ପାଣି ଜମିକୁ ମଡାଇବେ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ୨୦୧୫ରେ ଦଳ ସଫେଇ ବାବଦରେ ୪୫ଲକ୍ଷ, ୨୦୧୬ରେ ୧୩ଲକ୍ଷ ଖର୍ଚ୍ଚ ହୋଇଥିବାବେଳେ ୨୦୧୯ ଚଳିତ ମାସରେ ପୁନର୍ବାର ଟେଣ୍ଡର ମାଧ୍ୟମରେ ୨୦ଲକ୍ଷ ଟଙ୍କା ବ୍ୟୟରେ ଦଳ ସଫେଇ ଚାଲିଥିବା ପ୍ରାଚୀ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ପଟେ ଲକ୍ଷାଧିକ ଟଙ୍କା ସଫେଇ ବାବଦରେ କ୍ରମାଗତ ଭାବେ ଖର୍ଚ୍ଚ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ନ ହେବା ସହ କେନାଲ ମଧ୍ୟକୁ କେତେକ ସ୍ଥାନରେ ସ୍ବେରେଜ ସାଙ୍ଗକୁ ଡ୍ରେନ ସଂଯୋଗ ନେଇ ଜଳସମ୍ପଦ ବିଭାଗ ଚିନ୍ତାରେ ପଡିଛି। ଅନ୍ୟପକ୍ଷରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ଯୋଗୁ କେନାଲ ସୌନ୍ଦର୍ଯ୍ୟକରଣ ସହ ଜଳ ପ୍ରବାହିତ ହୋଇପାରୁ ନାହିଁ। ଏ ନେଇ ଧରିତ୍ରୀରେ କ୍ରମାଗତ ଖବର ପ୍ରକାଶ ପରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରାଚୀ ଡିଭିଜନର ଯନ୍ତ୍ରୀ କେନାଲକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ୨୦୧୬ ଜାନୁୟାରୀରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ। ଚିଠିରେ ମୁଖ୍ୟତଃ ଚକେଇସିଆଣିରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ୨୧କି.ମି. ଲମ୍ବାରୁ ୧୫କି.ମି. କେନାଲ ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ, କେନାଲକୁ ଛଡାଯାଇଥିବା ସ୍ବେରେଜ ଓ ଡ୍ରେନ ପାଣି ବନ୍ଦ ପାଇଁ ପଦକ୍ଷେପ ନେବା, କେନାଲ କଡରେ ପକାଯାଉଥିବା ଆବର୍ଜନା ବନ୍ଦ କରିବା ଆଦି ଦର୍ଶାଇଥିଲେ। ତେବେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁନର୍ବାର ଜୁଲାଇରେ ଚିଠି ଲେଖାଯାଇଥିବା ତତ୍‌କାଳୀନ ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ବିଏମ୍‌ସି କେବଳ ଚିଠି ପାଇ ଚୁପ ବସିବା ଫଳରେ କେନାଲର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପାଣି ପ୍ରଦୂଷିତ ହେଉଛି। ଏହାଦ୍ୱାରା ଆଖପାଖ ଅଞ୍ଚଳର ଭୂତଳ ଜଳସ୍ତର ଦୂଷିତ ହେବା ଆଶଙ୍କା ରହିଛି। ଏ ନେଇ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୁରଥଚନ୍ଦ୍ର ମଲ୍ଲିକ କହିଥିଲେ, ପ୍ରାଚୀ ଡିଭିଜନର ବିଭିନ୍ନ ଘଟଣା ବାବଦରେ ବିଏମ୍‌ସିକୁ ଚିଠି ଦେଇଥିବା ବାବଦରେ ମୁଁ ଅବଗତ ନୁହେଁ। ପୁରୁଣା ଫାଇଲ ଦେଖିବା ପରେ ଯଦି ଚିଠି ମିଳିଥାଏ, ତେବେ କମିଶନରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।
ଉପରୋକ୍ତ ଘଟଣାକ୍ରମକୁ ଲକ୍ଷ୍ୟ କଲେ ବାସ୍ତବରେ କେନାଲ ପୁନରୁଦ୍ଧାର ଓ ଚାଷୀଙ୍କ ପାଣି ସମସ୍ୟା ତୁଟାଇବାରେ ଦୁଇ ବିଭାଗ କେତେ ତତ୍ପର ତାହା ସ୍ପଷ୍ଟ ହୋଇଛି। କେନାଲ ମଧ୍ୟରେ ଶୁଦ୍ଧ ପାଣି ପ୍ରବାହିତ ହେଲେ ଜଟଣୀ ଶେଷମୁଣ୍ଡର ଚାଷୀ ପ୍ରାୟ ୧୦୦ କ୍ୟୁସେକ ପାଣି ଦୈନିକ ପାଇବେ ବୋଲି ଡିଭିଜନର ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, କଟକ ତାଳଦଣ୍ଡା ଓ ଦୟା ଓ୍ବେଷ୍ଟ ଶାଖା କେନାଲ ବାବଦରେ ଜଳ ସମ୍ପଦ ବିଭାଗରେ ଗତ ଜୁଲାଇରେ ୨ଥର ବୈଠକ ହୋଇଥିଲା। କେନାଲକୁ ଡ୍ରେନ ସହ ସ୍ବେରେଜ ପାଣି କଡ଼ାଯିବା ବାବଦରେ ବିଏମ୍‌ସି ଏକ ପଦକ୍ଷେପ ନେଇଛି, ସେନେଇ ବିଭାଗକୁ ଅବଗତ କରାଯିବା ପାଇଁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ଚଳିତ ମାସ ଶେଷରେ ୪ବିଧାୟକଙ୍କ ସହ ଜଳ ସମ୍ପଦ ବିଭାଗ, ବିଏମ୍‌ସି, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ଆଉ ଏକ ବୈଠକ ହେବାର ଯୋଜନା ରହିଛି। ଏ ବିଷୟରେ ପ୍ରାଚୀ ଡିଭିଜନ ନିର୍ବାହୀଯନ୍ତ୍ରୀ ବିଘ୍ନରାଜ ପୁରୋହିତ କୁହନ୍ତି, କେନାଲରେ ବର୍ଷା ପାଣି ଜମୁଥିବାରୁ ବାରମ୍ବାର ଦଳ ସୃଷ୍ଟି ହେଉଛି। କେନାଲର ସୌନ୍ଦର୍ଯ୍ୟ ବାବଦରେ ଏକ ଡିପିଆର (ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯିବ।

ପ୍ରଶାନ୍ତ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri