କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ଦେବୋତ୍ତର ବିଭାଗ ଅଧିନରେ ମନ୍ଦିର ପରିଚାଳିତ ହେଉଛି। ଭଞ୍ଜନଗର ଉପଜିଲାପାଳ ମନ୍ଦିରର ସଭାପତି ଅଛନ୍ତି। ତେଣୁ ଆସନ୍ତା ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ ସେଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆସନ୍ତା ୧୨ ତାରିଖରେ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।

ତେଣୁ ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏନେଇ ତହସିଲଦାର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବୈଠକରେ ଯୋଗ ଦେବାପାଇଁ ଚିଠି ଲେଖିଛନ୍ତି । ବୈଠକରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ଯ ଯୋଗଦେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୧୭ ତାରିଖରେ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପରିସରରେ ମନ୍ଦିର ଜମିର ନିଲାମ ହେବ। ତେଣୁ ଅଧିକରୁ ଅଧିକ ଲୋକ ନିଲାମରେ ଅଂଶଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସେହିଭଳି ପୁରୁଣା ରଥର ଚକ ଗୁଡ଼ିକର କିଛି ଅଂଶ ଭଗ୍ନ ଅବସ୍ଥାରେ ଅଛି। ତାହାର ମରାମତି ପାଇଁ କାଠ ଆବଶ୍ୟକ। ଏନେଇ ବନ ବିଭାଗକୁ ଚିଠି ଲେଖାଯାଇଥିଲା କାଠ ଦେବାପାଇଁ । କିନ୍ତୁ ବନ ବିଭାଗ ମାଧ୍ୟମରେ ଜଙ୍ଗଲରୁ କାଠ ଜଙ୍ଗଲରୁ ଆଣିଲେ ଯେତିକି ଖର୍ଚ୍ଚ ହେଉଛି ତାଠୁ କମ୍ ଖର୍ଚ୍ଚ ହେବା ସମ୍ଭାବନା ରହିଛି। ତେଣୁ ସ୍ଥାନୀୟ ଓଡ଼ିଶା ବନ ଉନ୍ନୟନ ନିଗମ ଗୋଦାମରୁ କାଠ କିଣି ଅଣାଯିବ। ତେଣୁ ଅତିରିକ୍ତ ତହସିଲଦାର ଅବିନାଶ ମାହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା ପ୍ରମୁଖ ବୁଧବାର ସ୍ଥାନିୟ ନିଗମ ଗୋଦାମରେ ପହଞ୍ଚି କାଠ ଚୟନ କରିଥିଲେ। ଖୁବଶୀଘ୍ର ଉକ୍ତ କାଠ କିଣି ଆଣିଲେ ରଥ ମରାମତି ହେବ। ଆସନ୍ତା ଜୁଲାଇ ମାସ ୧୭ ତାରିଖରେ ରଥଯାତ୍ରା ପଡୁଛି।
ସୂଚନାଯୋଗ୍ୟଯେ କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ରାଜ ବଂଶ ପକ୍ଷରୁ କୋଟି କୋଟି ଟଙ୍କାର ଅଳଙ୍କାର ଓ ଜମି ଦାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଲୋକେ ଅଧିକାଂଶ ଜମି ଜବର ଦଖଲ କରିନେଲେ। ଜବରଦଖଲକାରୀଙ୍କୁ ପ୍ରଶାସନ ଉଚ୍ଛେଦ କରି ପାରୁନାହିଁ । ଅନ୍ୟପଟେ ଠାକୁରଙ୍କ ରତ୍ନ ଭଣ୍ଡାରରେ ଥିବା କୋଟି କୋଟି ଟଙ୍କାର ଅଳଙ୍କାର ୧୯୯୩ ମସିହାରେ ଚୋରି ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଅଳଙ୍କାର ଉଦ୍ଧାର ହୋଇପାରିନାହିଁ। ଠାକୁରଙ୍କ ସିଂହ ବେସ ଦିନ କୁଲାଡର ଏକ ଅନୁଷ୍ଠାନ ଅଳଙ୍କାର ଦାନ କରନ୍ତି । ଯାତ୍ରା ସରିବା ପରେ ଅଳଙ୍କାର ନେଇଯାଆନ୍ତି । ଗୋଟିଏ ପଟେ ଜମି ଜବରଦଖଲ ଅନ୍ୟପଟେ ଅଳଙ୍କାର ଶୂନ୍ୟ। ତେଣୁ ଠାକୁରଙ୍କ ଅନେକ ପର୍ବ ପର୍ବାଣୀ ଆଉ ପାଳିତ ହେଉନାହିଁ। ଏହିଭଳି ପରିସ୍ଥିତିରେ ଗତବର୍ଷ ମନ୍ଦିର ପରିଚାଳନାରେ ସହଯୋଗ କରିବା ପାଇଁ ଗ୍ରାମବାସୀଙ୍କୁ ନେଇ ଏକ କମିଟି ଗଠନ ହୋଇଛି । ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ଯ ଯାତ୍ରା କିଭଳି ଆକର୍ଷଣୀୟ ହୋଇପାରିବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri