Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut) ହୁଏ, ସେତେବେଳେ ଇନଭର୍ଟର ହିଁ ଆମକୁ ଗୁଳୁଗୁଳି ଓ ଗରମରୁ ରକ୍ଷା କରିଥାଏ। କିନ୍ତୁ ଅନେକ ସମୟରେ ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଏହି ଗରମ ଦିନରେ ହିଁ ଇନଭର୍ଟର ଶୀଘ୍ର ଖରାପ ହୋଇଯାଏ।

ଯଦି ଆପଣ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ରଖିବେ, ତେବେ ଆପଣଙ୍କ ଇନଭର୍ଟରର ବ୍ୟାକଅପ୍ (Backup) ବଢ଼ିବା ସହ ଏହାର ଆୟୁଷ ମଧ୍ୟ ଦୀର୍ଘ ହେବ। ଆସନ୍ତୁ ଜାଣିବା ଇନଭର୍ଟର ବ୍ୟାଟେରୀକୁ ସୁରକ୍ଷିତ ରଖିବାର କିଛି ସହଜ ଉପାୟ:

ବ୍ୟାଟେରୀ ଟର୍ମିନାଲରେ କାର୍ବନ ଜମିବା ସମସ୍ୟା:-
ଇନଭର୍ଟର ବ୍ୟାଟେରୀର ଇଲେକ୍ଟ୍ରିକାଲ ପଏଣ୍ଟ ବା ଟର୍ମିନାଲରେ ପ୍ରାୟତଃ କାର୍ବନ ଜମିଯାଏ, ଯାହା ଏକ ଧଳା ପପୁଡ଼ି ଭଳି ଦେଖାଯାଏ। ଏହା ଯୋଗୁଁ ବ୍ୟାଟେରୀକୁ ସଠିକ୍ ଭାବେ ବିଦ୍ୟୁତ ସଞ୍ଚାଳନ ହୋଇପାରେ ନାହିଁ, ଫଳରେ ବ୍ୟାଟେରୀ ଠିକ୍ ଭାବେ ଚାର୍ଜ ହୁଏନାହିଁ ଏବଂ ବ୍ୟାକଅପ୍ କମିଯାଏ।

ଏହି ସହଜ ଉପାୟରେ ପାଆନ୍ତୁ ମୁକ୍ତି:
ପେଟ୍ରୋଲିୟମ ଜେଲି (ଭାସଲିନ)ର ବ୍ୟବହାର: ବ୍ୟାଟେରୀ ଟର୍ମିନାଲକୁ ସଫା କରିବା ପରେ ସେଥିରେ ପେଟ୍ରୋଲିୟମ ଜେଲି ବା ଭାସଲିନର ଏକ ମୋଟା ସ୍ତର ଲଗାଇ ଦିଅନ୍ତୁ। ଏହା ଦ୍ୱାରା ବାୟୁ ଏବଂ ଆଦ୍ରତା ଟର୍ମିନାଲ ସଂସ୍ପର୍ଶରେ ଆସିପାରିବ ନାହିଁ ଏବଂ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ କାର୍ବନ ଜମିବ ନାହିଁ।

ବେକିଂ ସୋଡା ଏବଂ ଗରମ ପାଣି: କାର୍ବନ ସଫା କରିବା ପାଇଁ ଉଷୁମ ଗରମ ପାଣିରେ କିଛି ବେକିଂ ସୋଡା ମିଶାନ୍ତୁ। ଏବେ ଏକ ପୁରୁଣା ଟୁଥବ୍ରଶ ସାହାଯ୍ୟରେ ଟର୍ମିନାଲକୁ ଘଷି ଭଲଭାବେ ସଫା କରିଦିଅନ୍ତୁ।

ଟର୍ମିନାଲ୍କୁ ଟାଇଟ୍ ରଖନ୍ତୁ: ବ୍ୟାଟେରୀ ତାରକୁ କେବେ ବି ଢିଲା ଛାଡନ୍ତୁ ନାହିଁ। କନେକ୍ସନ ଢିଲା ରହିଲେ ସ୍ପାର୍କିଂ ହୁଏ, ଯାହା ଯୋଗୁଁ କାର୍ବନ ଶୀଘ୍ର ଜମିଥାଏ। ନଟ୍-ବୋଲ୍ଟକୁ ସଠିକ୍ ଭାବେ କସି ଦିଅନ୍ତୁ, କିନ୍ତୁ ଅଧିକ ଜୋରରେ କସନ୍ତୁ ନାହିଁ ଯେପରି ଟର୍ମିନାଲ ଭାଙ୍ଗି ନ ଯାଏ।

ଇନଭର୍ଟର ତାର ମୁଣ୍ଡରେ ଲାଗିଥିବା ରବରକୁ ବାହାର କରି ସଫା କରନ୍ତୁ, କାରଣ ରବର ତଳେ କାର୍ବନ ଜମିଲେ ତାର କଟିଯିବାର ଆଶଙ୍କା ଥାଏ। ପ୍ରତି ୧୫ ଦିନ କିମ୍ବା ମାସକରେ ଥରେ ବ୍ୟାଟେରୀକୁ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ:
ବାୟୁ ଚଳାଚଳ (Ventilation): ବ୍ୟାଟେରୀକୁ ସବୁବେଳେ ଏକ ବାୟୁ ଚଳାଚଳ କରୁଥିବା ଖୋଲା ସ୍ଥାନରେ ରଖନ୍ତୁ। ଗରମ ପରିବେଶରେ ବ୍ୟାଟେରୀରୁ ଅଧିକ ଗ୍ୟାସ ନିର୍ଗତ ହୁଏ, ଯାହା ଦ୍ୱାରା କାର୍ବନ ଏବଂ ଆଦ୍ରତା ସମସ୍ୟା ଶୀଘ୍ର ଦେଖାଦିଏ।

ଡିଷ୍ଟିଲ୍ଡ ୱାଟର (Distilled Water): ଯଦି ଆପଣଙ୍କ ପାଖରେ ଲିଡ୍-ଏସିଡ୍ ବ୍ୟାଟେରୀ ଅଛି, ତେବେ ପ୍ରତି ମାସରେ ଏହାର ଜଳ ସ୍ତର (Water Level) ଯାଞ୍ଚ କରନ୍ତୁ। ମନେରଖନ୍ତୁ, ବ୍ୟାଟେରୀରେ କେବଳ ଏବଂ କେବଳ ଡିଷ୍ଟିଲ୍ଡ ୱାଟର ହିଁ ବ୍ୟବହାର କରନ୍ତୁ, ସାଧାରଣ ପାଣି ଦିଅନ୍ତୁ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?