ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲା । ତେବେ ବୁଧବାର କାମ ବନ୍ଦ କରିଛନ୍ତି ଖଜୁରଗୁଡା ଗ୍ରାମବାସୀ ।

ସୂଚନା ଅନୁସାରେ ଦୀର୍ଘ ବର୍ଷର ଅଭିଯୋଗ ପରେ ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣ ପାଇଁ ୨୦୨୩ ମସିହାରେ ମଞ୍ଜୁର ହୋଇଥିଲା କିନ୍ତୁ ବ୍ରିଜ ନିର୍ମାଣର ପାଖାପାଖି ୩ବର୍ଷ ପରେ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ ।  ଉକ୍ତ ବ୍ରିଜ ନିର୍ମାଣ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣାର ଜଣେ ଠିକାଦାର ଏହାର ଠିକା ନେଇଥିଲେ ଏବଂ ୨୦୨୩ ମସିହା ମେ’ ମାସରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ହେଲେ ନଦୀରେ ବ୍ରିଜ ନିର୍ମାଣ ପାଇଁ ନଦୀର ଗୋଟିଏ ପଟେ କେବଳ ଲୁହାଛଡ଼ ଠିଆ ହୋଇଥିବା ବେଳେ ଆଉ ଅନ୍ୟପଟେ ବ୍ରିଜର ଛାତ ପଡିପାରିନି। ବ୍ରିଜ କାମଟି ମନ୍ଥର ଗତିରେ ଓ ନିମ୍ନ ମାନର କାମ ହେଉଥିବା ଯୋଗୁଁ ବ୍ରିଜର ଅନେକ ସ୍ଥାନରେ ଫାଟି ଆଁ କଲାଣି କିନ୍ତୁ କାର୍ଯ୍ୟର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ନଜର ପଡୁନି କି ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ନିମ୍ନମାନ କାମକୁ ନେଇଁ ବାରମ୍ବାର ଅଭିଯୋଗ ପରେ କିଛି ମାସ ତଳେ ବିଭାଗ ପକ୍ଷରୁ କାମ ବନ୍ଦ କରାଯାଇଥିଲା ହେଲେ କିଛି ଦିନ ବ୍ୟବଧାନରେ ପୁଣି ବ୍ରିଜ କାମ ଆରମ୍ଭ କରାଯାଇ ଥିଲା। କିନ୍ତୁ ଆଜକୁ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ହେଁ ଏଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଵେ ପ୍ରଶାସନର ଅବହେଳା ନା କାର୍ଯ୍ୟରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଅବହେଳା, ନା ରାଜନେତାଙ୍କ ଦୃଷ୍ଟି ଗୋଚର ଅଭାବ ଯୋଗୁଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଏବେ ବିରାଟ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେଉଛି । ପ୍ରଶାସନ ବା ରାଜନେତାଙ୍କ ଦୃଷ୍ଟି ଗୋଚର ପଡନ୍ତା ତାହାହେଲେ ଲୋକଙ୍କ ଯିବା ଆସିବା ପାଇଁ ବ୍ରିଜ ନିର୍ମାଣର ବର୍ଷକ ଭିତରେ ଆମେ ସୁବିଧା ପାଇ ପାରନ୍ତୁ ବୋଲି ଗ୍ରାମବାସୀ ମତପ୍ରକଶ କରିଛନ୍ତି ।

ବର୍ତ୍ତମାନ ଏବେ ପୁରୁଣା ରାସ୍ତାରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିବା ବେଳେ ଅଳ୍ପ ବର୍ଷା ହେଲେ କାଦୁଅ ପଚପଚ ହେଉଥିବାରୁ ଯାନବାହାନ ଯିବାର ଦୂରର କଥା ଲୋକେ ଚାଲିଯିବା ମଧ୍ୟ ସମ୍ଭବ ହୋଇପାରୁନି । ଯାହା ଫଳରେ ୧୫ରୁ ଉର୍ଦ୍ଧଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାନ୍ଦୁଲ ନଦୀ ବ୍ରିଜ ସମ୍ପୂର୍ଣ୍ଣ ନହେବା ଯୋଗୁଁ ନଦୀ ଆରପଟ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବିଜେପୁର, ମାଳିଯୁବାଙ୍ଗ ଓ ପାହାଡ଼ ପଦର ପଞ୍ଚାୟତର ୧୫ ରୁ ଉର୍ଦ୍ଧ ଗାଁ ରହିଥିବା ବେଳେ ଏବେ ବର୍ଷା ଋତୁରେ ବ୍ରିଜ ନିର୍ମାଣ କାମ ସମ୍ପୂର୍ଣ୍ଣ ନ ହେଲେ ଗୁରୁତର ରୋଗୀ ବା ଯାନବାହାନ ଯାତାୟାତରେ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।

ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅସିତ ଖଟୁଆଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନଥିବାରୁ ପ୍ରତିକ୍ରିୟା ମିଳିପାରିଲା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ବିଜେପୁର ଓ ବ୍ଳକ୍ କାର୍ଯ୍ୟାଳୟ ବିଶ୍ବନାଥପୁରକୁ ଯିବା ଆସିବା ପାଇଁ ହେଲେ ଲୋକେ ନାନା ଅସୁବିଧା ଭୋଗୁଥିବା ବେଳେ ଲୀଳାମ୍ବର ବାଗ, ଯୁଜେଷ୍ଟି ନାଏକ, ବିପିନ ନାଏକ, ନିରାକାର ବାଗ, ଶଙ୍କର ନାଏକ, ବଳ ମାଝୀ, ସୁନ୍ଦରୀ ମାଝୀ, ଲାକ ମାଝୀ, ବିନୋଦ ନାଏକ, ହରି ବାଗ, ସୂର୍ଯ୍ୟ ବାଗ, ଜମ୍ବୁବତୀ ନାଏକ କୈଳାଶ ବାଗ ସମେତ ଗ୍ରାମବାସୀ କଳାହାଣ୍ଡି ଜିଲାପାଳଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri