Posted inଜାତୀୟ

ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେବାକୁ ଇଣ୍ଡିଆ ବ୍ଲକ୍‌ ନିଷ୍ପତ୍ତି ଆଜି

ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମେଣ୍ଟର ପୂର୍ବତନ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତେଲୁଗୁ ଦେଶମ୍‌ ପାର୍ଟିକୁ ସାଙ୍ଗରେ ନେବା ପାଇଁ ନିବେଦନ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଏହି ୨ ଦଳ ଏବେ ଏନ୍‌ଡିଏର ସହଯୋଗୀ ଅଛନ୍ତି। ଏହା ବ୍ୟତୀତ ବୈଠକରେ ଏକାଧିକ ପ୍ରଶ୍ନ ଉପରେ ଆଲୋଚନା କରାଯିବ ବୋଲି ରାହୁଲ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ସହଯୋଗୀ ଦଳଗୁଡ଼ିକର ମତାମତ ନ ନେଇ ଆମେ କିଛି କହିପାରିବୁ ନାହିଁ। ବୁଧବାର ବୈଠକରେ ମେଣ୍ଟ ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ନେତା କହିଛନ୍ତି। ଲୋକ ସଭା ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ସମ୍ବିଧାନର ସୁରକ୍ଷା ପାଇଁ ହୋଇଥିଲା। ଦେଶର ସବୁଠୁ ଗରିବ ଏବଂ ପଛୁଆ ବର୍ଗ ସମ୍ବିଧାନର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଲଗାଇବେ ସ୍ମାର୍ଟ ମିଟର, ଖର୍ଚ୍ଚ ହେବ…

ଭୁବନେଶ୍ୱର,୨ା୧: ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର...

IPL 2026: BCCIର ବଡ଼ ନିର୍ଦ୍ଦେଶ, ଶାହାରୁଖଙ୍କ ଟିମରୁ ବାହାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୩।୧: କୋଲକାତା ନାଇଟ ରାଇଡର୍ସ ଏବଂ IPL 2026 ରୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ବାହାର କରିବା ପାଇଁ ଦାବି ମଧ୍ୟରେ, BCCI...

ସୁକମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ

ନୂଆଦିଲ୍ଲୀ,୩।୧: ଛତିଶଗଡ଼ର ସୁକମାରେ ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଡିଆରଜି କର୍ମଚାରୀମାନେ ଏକ ସର୍ଚ୍ଚ ଅପରେସନ୍ ସମୟରେ ୧୨ ମାଓବାଦୀଙ୍କୁ...

ଭାରତର ପଡ଼ୋଶୀ ଦେଶରେ କଣ୍ଡୋମକୁ ନେଇ ହଙ୍ଗାମା: ପାକିସ୍ତାନ, ବାଂଲାଦେଶ ପରେ ଏବେ ଚାଇନାରେ…

ନୂଆଦିଲ୍ଲୀ,୩।୧: ଆଜିକାଲି ଭାରତର ପଡ଼ୋଶୀରେ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ସଙ୍କଟ ଦେଖାଦେଉଛି। ଏହା କଣ୍ଡୋମ ଏବଂ ଗର୍ଭନିରୋଧକକୁ ନେଇ ଉଦ୍ଦିଷ୍ଟ। ପ୍ରଥମେ, ପାକିସ୍ତାନ ଏବଂ...

ରେକର୍ଡ ଭାଙ୍ଗିଲା ଓଡ଼ିଶା: ପ୍ରଦୂଷଣରେ ତାଳଚେର ନମ୍ବର ୧

ଭୁବନେଶ୍ୱର,୩।୧: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର...

ଯୌନ ନିର୍ଯାତନା ଦେଉଥିଲେ ସାର୍‌, ସାମ୍ନାକୁ ଆସିଲା ଛାତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓ, ପ୍ରଫେସରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ

ଧର୍ମଶାଳା,୩ା୧: ହିମାଚଳପ୍ରଦେଶର ଧର୍ମଶାଳାରେ ଥିବା ଏକ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ର଼୍ୟାଗିଂ ଏବଂ ଯୌନ ନିର୍ଯାତନା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।...

ଚଢା ଦରରେ ବିକ୍ରି ହେଉଛି ବିଦେଶୀ ମଦ: ବୋତଲ ପିଛା…

ନୂଆପଡ଼ା/କୋମନା,୩ା୧(ମକାରୁ ବେମାଲ/ମହେଶ ବାଗ):ଇଂରାଜୀ ନବବର୍ଷକୁ ସ୍ବାଗତ ଜଣାଇ ଚାରିଆଡେ ଉତ୍ସାହର ମାହୋଲ ଦେଖାଦେଇଥିଲା। ଏହାର ସୁଯୋଗ ନେଇ କୋମନାଠାରେ ଥିବା ବିଦେଶୀ ମଦ ଦୋକାନ ଚଢାଦରରେ...

୧୫ ବର୍ଷ ହେଲା ୨ଟି ପେନସନ ପାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ, ଜଣାପଡିବା ପରେ…

ମୋହନା,୩।୧( ମନ୍ମଥ ମିଶ୍ର ): ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri