Posted inଖେଳ

ଆଇପିଏଲ୍‌ ମଝିରେ ଆର୍‌ସିବି ଛାଡି ଇଂଲଣ୍ଡ ଫେରିଲେ ୨ ଖେଳାଳି

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ପୂର୍ବରୁ ଇଂଲଣ୍ଡର ଅନ୍ୟ ୨ ଖେଳାଳି ଆଇପିଏଲ ୨୦୨୪କୁ ବିଦାୟ ଦେଇଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆରଆର କ୍ୟାମ୍ପକୁ ବିଦାୟ ଦେଇଛନ୍ତି। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ ଏବଂ ବୋଲର ରିସ ଟୋପଲି ମଧ୍ୟ ଆଇପିଏଲ ୨୦୨୪ ଛାଡି ଇଂଲଣ୍ଡକୁ ଫେରୁଛନ୍ତି। ଆରସିବି ପକ୍ଷରୁ ଏକ ଭିଡିଓ ମାଧ୍ୟମରେ ଏହା ନିଶ୍ଚିତ ହୋଇଛ। ଜ୍ୟାକ ଏବଂ ଟୋପଲି ବେଙ୍ଗାଲୁରୁ ଦଳ ଛାଡି ଇଂଲଣ୍ଡ ଦଳର ଏକ ଅଂଶ ହେବାକୁ ଯାଉଛନ୍ତି।
ଆରସିବି ଜାରି କରିଥିବା ଭିଡିଓ ଜାରି କରିଛି। ଏହି ଭିଡିଓରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଡ୍ରେସିଂ ରୁମରେ ବସିଛନ୍ତି। ସମସ୍ତେ ଜ୍ୟାକ ଏବଂ ଟୋପଲିଙ୍କ ପାଇଁ କରତାଳି ଦେଇଥିଲେ ଏବଂ ଉଭୟ ଇଂଲଣ୍ଡ ଖେଳାଳିମାନେ ସିଜିନ୍‌ରେ ସେମାନଙ୍କର ସ୍ମୃତିକୁ ଶବ୍ଦରେ ପ୍ରକାଶ କରିଥିଲେ।
ଜ୍ୟାକ ୨୦୨୪ରେ ଆରସିବି ପାଇଁ ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ଏହି ସିଜନରେ ସେ ୮ଟି ମ୍ୟାଚରେ ହାରାହାରି ୩୨.୮୬ରେ ୨୩୦ ରନ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ସିଜନରେ ୪ଟି ମ୍ୟାଚରେ ରିସ ଟୋପଲି ମାତ୍ର ୪ ଉଇକେଟ ନେଇଛନ୍ତି।
ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହା ମେ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହି ସିରିଜ ପାଇଁ ମୋଏନ ଅଲି (ସି,ସକେ), ଜନି ବେୟାରଷ୍ଟୋ (ପିବିକେଏସ୍‌), ସାମ କୁରାନ (ପିବିକେଏସ୍‌) ଏବଂ ଫିଲ ସଲ୍ଟ(କେକେଆର୍‌) ମଧ୍ୟ ଇଂଲଣ୍ଡ ଦଳରେ ଆଇପିଏଲ ୨୦୨୪ରେ ଖେଳୁଛନ୍ତି। ପାକିସ୍ତାନ ଏବଂ ବିଶ୍ୱକପ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଖେଳାଳିମାନେ ଆଗାମୀ କିଛି ଦିନ ମଧ୍ୟରେ ଇଂଲଣ୍ଡକୁ ଫେରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri