Posted inଜାତୀୟ

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍‌ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍‌ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍‌ ଅଚେତ ହୋଇଗଲି।

ତେବେ କୌଣସି କାରଣରୁ ଷ୍ଟୁଡିଓରେ ଏସି ଚାଲୁ ନ ଥିବାରୁ ସେଠାରେ ପ୍ରବଳ ଉତ୍ତାପ ଅନୁଭୁତ ହେଉଥିଲା ଏବଂ ତାଙ୍କର ବ୍ଲଡ ପ୍ରେସର ହଠାତ୍‌ କମି ଯାଇଥିଲା, ଫଳରେ ସେ ସିଧା ପ୍ରସାରଣ ସମୟରେ ହିଁ ବେହୋସ ହୋଇଯାଇଥିଲେ।
ଲୋପାମୁଦ୍ରା କହିଛନ୍ତି ମୋର ୨୧ ବର୍ଷର କ୍ୟାରିୟର ଭିତରେ ଏହା ହେଉଛି ପ୍ରଥମ ଘଟଣା। ତେବେ ପ୍ରସାରଣ ସମୟରେ ମୁଁ ସବୁବେଳେ ପାଣି ବୋତଲ ସାଙ୍ଗରେ ଧରିଥିବା ବେଳେ ଏଥର କିନ୍ତୁ ସେ ପାଣି ବୋତଲ ପାଖରେ ରଖି ନ ଥିଲେ। ତେବେ କୌଣସି ପ୍ରକାରେ ସେ ୨ଟି ଷ୍ଟୋରୀ କମ୍ପ୍ଲିଟ କରିଥିବା ବେଳେ ମଝିରେ ସେ ତାଙ୍କ ଅସୁସ୍ଥତାକୁ ନେଇ ଫ୍ଲୋର ମ୍ୟାନେଜରଙ୍କୁ ଜଣାଇଥିଲେ। ହେଲେ ସମୟ ଅଭାବରୁ ତାଙ୍କ ପାଖରେ ଯଦିଓ ପାଣି ପହଞ୍ଚିଥିଲା ସେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପିଇ ପାରି ନ ଥିଲେ। ଶେଷରେ ଅତ୍ୟଧିକ ଗରମ ଏବଂ ତାଙ୍କ ବ୍ଲଡ ପ୍ରେସର କମ ହେବାରୁ ସେ ବେହୋସ ହୋଇ ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର ମାମଲା: ସୁପ୍ରିମକୋର୍ଟରେ ‘କୁକୁର, ବିଲେଇ ଓ ମୂଷା’କୁ ନେଇ ରୋଚକ ଯୁକ୍ତି

ନୂଆଦିଲ୍ଲୀ,୮ା୧: ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର...

ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ...

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର...

ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ

ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ...

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର, କରିବାକୁ ପଡିଲା ସର୍ଜରୀ, ଜାଣନ୍ତୁ ବର୍ତ୍ତମାନର ଅପଡେଟ

ନୂଆଦିଲ୍ଲୀ,୮।୧: ଭାରତୀୟ ଷ୍ଟାର କ୍ରିକେଟର ତିଲକ ବର୍ମାଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ...

ଶୋଇବା ସମୟରେ ପାଟିରୁ ଲାଳ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

କିଛି ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି, ସେହିପରି ଆଉ କିଛି ଲୋକ ମୁହଁ ଖୋଲା ରଖି ଶୋଇଥାନ୍ତି। କେତେକ ସମୟରେ, ଶୋଇବା ସମୟରେ ମୁହଁ...

କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ...

‘ଭାଇ, ଏସବୁ କଣ?’ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେଲେ ଅଶ୍ବିନ, କହିଲେ ଏତିକି….

ନୂଆଦିଲ୍ଲୀ,୮।୧: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମନ୍ତବ୍ୟ ସମଗ୍ର କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri