ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ବିଜେଡି ଫୁଲ ଦମରେ ଲାଗି ପଡିଛି। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ଏହାରି ଭିତରେ ଦଳର ଅନ୍ତ କନ୍ଦଳ ପଦାରେ ପଡିଛି।

ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ୭୨ ପ୍ରାର୍ଥୀଙ୍କୁ ଟିକେଟ୍‌ ଭେଟି ଦେଇଛି। କିନ୍ତୁ ଆହୁରି ୭୫ ବିଧାନସଭା ଓ ୬ ଲୋକ ସଭା ଆସନ ପାଇଁ ଅଙ୍କକଷା ଚାଲିଛି। ଟିକେଟ୍‌ ଲବିରେ ନବୀନ ନିବାସରେ ଭିଡ଼ ଲଗାଉଛନ୍ତି ଆଶାୟୀ । ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ନବୀନଙ୍କୁ ଭେଟି ଆଶୀର୍ବାଦ ନେଇ ନିର୍ବାଚନମଣ୍ଡଳୀ ମୁହାଁ ହେଉଛନ୍ତି ।

ତେବେ ଟିକେଟ୍‌ କଟିବା ଯୋଗୁ ବିଜେଡି ଅନ୍ତ କନ୍ଦଳ ବଢୁଥିବାର ଦେଖାଯାଇଛି। ଉଦାହରଣ ସ୍ବରପ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ରଙ୍କୁ ଏମପି ଭାବରେ ଲୋକଲୋଚନକୁ ଆଣିବା ଏବଂ ପରେ ତାଙ୍କୁ ହଟାଇ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ୍‌ ଦେବା ସମସ୍ତଙ୍କୁ ତାଜୁବ କରିଛି। ଏଥିପାଇଁ କେବଳ ଶ୍ରୀମୟୀ ନୁହନ୍ତି ଅନ୍ୟ ନେତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ସେହିପରି ଢେଙ୍କାନାଳରେ ମହେଶ ସାହୁଙ୍କ ଟିକେଟ୍‌ କାଟିଛି ଦଳ। ଏବେ ଏହି ଦଳ କନ୍ଦଳ ଭାଜପାକୁ ସୁହାଉଛି। ଯାହାଦ୍ୱାରା ଦଳର ଅସନ୍ତୋଷ ନେତା ବିଜେଡି ଛାଡି ଭାଜପାରେ ଯୋଗ ଦେଉଛନ୍ତି।

କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ତର୍ଜମା କରୁଛନ୍ତ। ନିର୍ବାଚନମଣ୍ଡଳୀ ଆସିଥିବା ଫାଇଲ ଖେଳାଇ ଟିକିନିଖି ତଥ୍ୟର ଅନୁଶୀଳନ କରୁଛନ୍ତି । ସୋସିଆଲ ମିଡ଼ିଆ ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ରାଜନୈତିକ ମହଲରେ ରୋଚକ ମୋଡ ନେଇଛି । ଗୋଟିଏ ଚେୟାରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବସିଥିବା ବେଳେ ଅନ୍ୟ ଏକ ଚେୟାରରେ ବସିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଟେବୁଲ ଉପରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫାଇଲ। କୁହାଯାଉଛି ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଆସନକୁ ନେଇ ଚାଲିଛି ଅଙ୍କକଷା ।
ନିର୍ବାଚନ ମଣ୍ଡଳୀରେ କେତେ ଆଶାୟୀ ଅଛନ୍ତି, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି । ସୁପ୍ରିମୋଙ୍କ ହଁ ଆଉ ନା ଭିତରେ ଅଟକି ରହିଛି ଆଶାୟୀଙ୍କ ଭାଗ୍ୟ । ଏସବୁ ଭିତରେ ନବୀନ ନିବାସକୁ ଛୁଟୁଛି ଆଶାୟୀଙ୍କ ଲମ୍ବା ଲାଇନ। ଦିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପୂର୍ବରୁ ଦୁଇ ଦିନ ହେବ କିଛି ବିଧାୟକ ଓ କିଛି ପୂର୍ବତନ ବିଧାୟକ ଓ ନୂଆ ଆଶାୟୀଙ୍କୁ ଦେଖିବାକୁ ମିଳିଛି ନବୀନ ନିବାସରେ।

ତେବେ ଟିକଟେ୍‌ କଟିବା ଓ ମିଳିବା ନେଇ ଭିକେ ପାଣ୍ଡିଆନଙ୍କ ଦଳୀୟ ହସ୍ତକ୍ଷେପ ଏବେ ଅସନ୍ତୋଷ ବଢାଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱର କେତେକ ଅଞ୍ଚଳରେ ଏବେ ବିଦ୍ରୋହୀ ମୁଣ୍ଡ ଟେକିଛନ୍ତି। ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ପରି ବହୁ ହେଭିଓ୍ବେଟ ନେତା ଏବେ ଦଳ ଛାଡି ଭାଜପା ମୁହାଁ ହେଉଛନ୍ତି। ରାଜନୈତିକ ବିଶେଷଜ୍ଞନୁସାରେ ଦଳୀୟ କନ୍ଦଳ ଯୋଗୁଁ ଏବେ ଭାଜପା ଲାଭାନ୍ବିତ ହେବାକୁ ଯାଉଛି। କାରଣ ରାଜ୍ୟରେ କଂଗ୍ରେସ ନିଜର ଅସ୍ତିତ୍ୱକୁ ନେଇ ସଂଘର୍ଷ କରୁଥିବାବେଳେ ବିଜେଡି ପରେ ଲୋକଙ୍କ ଦ୍ୱିତୀୟ ପସନ୍ଦ ଭାଜପା ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri