Posted inଖେଳ

ଓମେନ୍ସ ନେଶନ୍ସ ଲିଗ୍‌: ସ୍ପେନ୍‌ ଚାମ୍ପିୟନ

ମାଡ୍ରିଡ୍‌,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍‌ ଫୁଟବଲ୍‌ ଟୁର୍ନାମେଣ୍ଟରେ ସ୍ପେନ୍‌ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରିଥିଲା ସ୍ପେନ୍‌। ଦଳ ପକ୍ଷରୁ ଆଇଟାନା ବୋନମାଟି(୩୨) ଓ ମାରିଆନା କାଲଡେଣ୍ଟେ ୫୩ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ଗୁରୁବାର ଲା କାର୍ଟୁଜା ଷ୍ଟାଡିୟମରେ ୩୨୬୫୭ ଦର୍ଶକଙ୍କ ଉପସ୍ଥିତିରେ ଫ୍ରାନ୍ସ ବିପକ୍ଷରେ ୬୦ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା ସ୍ପେନ୍‌। ୧୦ ଶଟ୍‌ ମାରିଥିବା ବେଳେ ଏଥିରୁ ୪ଟି ଟାର୍ଗେଟରେ ରହିଥିଲା। ପ୍ରଥମାର୍ଦ୍ଧର ୩୨ତମ ମିନିଟରେ ଆଇଟାନା ବୋନମାଟି ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ଦଳ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧର ୫୩ ତମ ମିନିଟରେ ମାରିଆନା କାଲଡେଣ୍ଟେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଚମତ୍କାର ପ୍ରଦର୍ଶନ କରିଥିବା ଆଇଟାନା ବୋନମାଟିଙ୍କୁ ପ୍ଲେୟର ଅଫ ଦ ଫାଇନାଲ ଓ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
ତୃତୀୟ ସ୍ଥାନ ପ୍ଲେ ଅଫ୍‌ ମ୍ୟାଚରେ ନେଦରଲାଣ୍ଡ୍ସକୁ ୨-୦ରେ ପରାସ୍ତ କରିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜର୍ମାନୀ। ପୂର୍ବରୁ ଦୁଇ ଫାଇନାଲିଷ୍ଟ ସ୍ପେନ୍‌ ଓ ଫ୍ରାନ୍ସ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିସାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାରେ ୧୦ ଲକ୍ଷ ଭାରତୀୟଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ଜଙ୍ଗଲରେ ତମ୍ବୁ ଲଗାଇ ରହୁଛନ୍ତି ପ୍ରବାସୀ

ଓଟାଓ୍ବା,୩।୧: କାନାଡାରେ ଅବୈଧ ପ୍ରବାସୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି, ଯାହାଙ୍କ ମଧ୍ୟରୁ ପ୍ରାୟ ଅଧା ଭାରତୀୟ ହେବେ। କାନାଡାରେ ଲକ୍ଷ...

ଖୋଲିଲା ଜଳଭଣ୍ଡାର ଗେଟ୍‌: ବରଗଡ଼ ମୁଖ୍ୟ କେନାଲକୁ ଛଡ଼ାଗଲା ପାଣି

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ହୀରାକୁଦ ଜଳଭଣ୍ଡାରରୁ ବରଗଡ଼ ମୁଖ୍ୟ କେନାଲକୁ ଶନିବାର ପାଣି ଛଡ଼ାଯାଇଛି। ରବିଚାଷ ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀବୃନ୍ଦ ଉପସ୍ଥିତ ରହି ପୂର୍ବାହ୍ନ...

US-Iran Tension: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲା ଇରାନ, ଦେଲା ଏମିତି ଧମକ ସଭିଏଁ ଆଶ୍ଚର୍ଯ୍ୟ

ତେହରାନ,୩।୧: ଇରାନରେ ଚାଲିଥିବା ବ୍ୟାପକ ପ୍ରତିବାଦ ମଧ୍ୟରେ, ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପର୍କରେ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର (ଜାନୁଆରୀ ୨,...

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବା ପୂର୍ବରୁ ଅସୁସ୍ଥ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଆଜି ଟିମ ଇଣ୍ଡିଆ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଏହି ଘୋଷଣା ପୂର୍ବରୁ, ଭାରତୀୟ ଅଧିନାୟକ ଅସୁସ୍ଥ...

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିଲେକ୍ସନ ହେବା ପୂର୍ବରୁ ଆସିଲା ଟିମ ଇଣ୍ଡିଆର ଫିଟନେସ୍‌ ରିପୋର୍ଟ, ନାହିଁ ଏହି ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶନିବାର ଦଳ ଘୋଷଣା ହେବାର ସମ୍ଭାବନା ରହିଛି। ସମସ୍ତଙ୍କ ନଜର କେଉଁ ଖେଳାଳିଙ୍କୁ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

ବଟେଶ୍ୱର ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ: ହୋଇଥିଲା ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ

ଗଞ୍ଜାମ,୩।୧ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ସଂଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri