Posted inଖେଳ

ପ୍ରୋ କବାଡି ଲିଗ୍‌: ପୁନେରି ପଲଟନ୍‌ ଚାମ୍ପିୟନ

ହାଇଦ୍ରାବାଦ,୧ା୩: ଗଚିବାଓଲିର ବାଲଯୋଗୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍‌ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍‌। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍‌ ଅପ୍‌ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍‌ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ଟାଇଟଲ ହାସଲ କରିବାରେ ସମର୍ଥ ହୋଇଛି।
ଫାଇନାଲ ମ୍ୟାଚରେ ଉଭୟ ଦଳ ସତର୍କତାର ସହ ଖେଳ ଆରମ୍ଭ କରିଥିଲେ। ରକ୍ଷଣାତ୍ମକ ଢଙ୍ଗରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ। ଉଭୟ ଦଳ ପରସ୍ପରକୁ ଗୋଟିଏ ପଏଣ୍ଟ ଛାଡୁ ନ ଥିବା ବେଳେ ମ୍ୟାଚ୍‌ ୭-୭ରେ ରହିଥିଲା। ତେବେ ପ୍ରଥମାର୍ଦ୍ଧରେ ଏକ ସୁପର ରେଡ ସହ ପଲଟନର ପଙ୍କଜ ମୋହିତେ ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲେ। ଏକା ଥରରେ ହରିୟାଣା ଷ୍ଟିଲର୍ସର ୪ ଖେଳାଳିଙ୍କୁ ଆଉଟ କରିବା ସହ ପୁଣେକୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ପୁନେରି ପଲଟନ୍‌ ୧୩-୧୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଷ୍ଟିଲର୍ସ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପୁଣେର ଡିଫେଣ୍ଡର ମାନେ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ ଶେଷ ହେବା ବେଳକୁ ପୁଣେ ୨୮-୨୨ରେ ଆଗୁଆ ରହିଥିଲା। ଅନ୍ତିମ ମିନିଟରେ ଷ୍ଟିଲର୍ସ ୩ ପଏଣ୍ଟ ସଂଗ୍ରହ କରିଥିବା ବେଳେ ପ୍ରଥମ ଟାଇଟଲ ବିଜୟୀ ହୋଇଥିଲା। ଉଭୟ ଦଳ ୧୭ ରେଡ ପଏଣ୍ଟ ଅର୍ଜନ କରିଥିବା ବେଳେ ଟ୍ୟାକେଲ ପଏଣ୍ଟରେ ବାଜି ମାରି ନେଇଥିଲା ପୁଣେ। ଷ୍ଟିଲର୍ସ ୫ ଟ୍ୟାକେଲ ପଏଣ୍ଟ ଅର୍ଜନ କରିଥିବା ବେଳେ ୯ ଟ୍ୟାକେଲ ପଏଣ୍ଟ ହାତେଇଥିଲା ପଲଟନ। ପଲଟନ ପକ୍ଷରୁ ପଙ୍କଜ ମୋହିତେ ୯ ଓ ମୋହିତ ଗୋୟତ ୬ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟ ପକ୍ଷରେ ମୋହିତ ପତାରେ ୬ ଓ ସିଦ୍ଧାର୍ଥ ଦେଶାଇ ୪ ପଏଣ୍ଟ ଅର୍ଜନ କରିଥିଲେ। ଯୋଗେଶଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା। ପୁନେରି ପଲଟନର ଅସଲମ ଇନାମଦାରଙ୍କୁ ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri