Odisha Elections 2024
Posted inଖେଳ

ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ

ଭୁବନେଶ୍ୱର, ୭।୨ (ତପନ ସ୍ବାଇଁ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଓଡ଼ିଶା ସିନିୟର କ୍ରିକେଟ ଦଳର ଚୟନକର୍ତ୍ତା ଶୁଭାଶିଷ ଭୂୟାଁଙ୍କର ସୋମବାର ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା l ତାଙ୍କ ପୁଅ ଆଦିଲ ଭୂୟାଁ, ବଡଭାଇ ଶୁଭଞ୍ଜନ ଭୂୟାଁ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ l ଶୁଭାଶିଷ ଓଡ଼ିଶା ପ୍ରଧାନ ମହାଲେଖାକାର(ଅଡିଟ-୧)ରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ଏଜି କ୍ରିକେଟ ଦଳରେ ଜଣେ ଅଲରାଉଣ୍ଡର ଖେଳାଳି, ମ୍ୟାନେଜର ଭାବେ ସର୍ବଭାରତୀୟ ଅଡିଟ ଓ ଆକାଉଣ୍ଟସ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ତାଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ, ଏଜି ଏବଂ ରାଜ୍ୟ କ୍ରୀଡ଼ା ଜଗତରେ ଗଭୀର ଶୋକପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ, ୨୨।୫: ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିଜୟ ସହ ଏହାର ୟୁରୋପ ଟୁର୍‌ ଆରମ୍ଭ କରିଛି। ଉପ-ଅଧିନାୟକ ଶାରଦାନନ୍ଦ ତିଓ୍ବାରୀଙ୍କ ଡବଲ ଗୋଲ...

ଟାଇଟଲ ବଜାୟ ରଖିଲେ ସୁମିତ

କୋବ୍‌ (ଜାପାନ), ୨୨ା୫ : ଭାରତର ସୁମିତ ଅଣ୍ଟିଲ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଏଫ୍‌୬୪ ଜାଭେଲିନ୍‌ ଥ୍ରୋ ବିଶ୍ୱ ଟାଇଟଲ...

ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ, ୨୨ା୫ (ପି.ଟି.): ଥାଇଲାଣ୍ଡ ଓପନରେ ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ...

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର...

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri